Categories: ଟେକ୍

ଅସଲି ନାଁରେ ବିକ୍ରି ହେଉଛି ନକଲି ଚାର୍ଜର, ଯଦି ଧୋକା ଖାଇବା ପାଇଁ ଚାହୁଁ ନାହାନ୍ତି ତ ପଢ଼ନ୍ତୁ ଏହି ଖବର

ବର୍ତ୍ତମାନ ସମୟରେ ମୋବାଇଲ ପ୍ରତ୍ଯେକ ବ୍ଯକ୍ତିଙ୍କ ଦୈନନ୍ଦିନ ଅବଶ୍ଯକତାରେ ପରିବର୍ତ୍ତନ ହୋଇଯାଇଛି। ଦେଖିବାକୁ ଗଲେ ମୋବାଇଲକୁ ଲୋକଙ୍କ  ଲାଇଫ ଲାଇନ୍ ଭାବେ ଗଣାଯାଉଛି। ଏବେ ଛୁଆ ଠାରୁ ଆରମ୍ଭ କରି ବୁଢ଼ା ପର୍ଯ୍ଯନ୍ତ ସମସ୍ତେ ମୋବାଇଲ ବ୍ଯବହାର କରୁଛନ୍ତି। ମୋବାଇଲ ବ୍ଯବହାର ସହ ବଢ଼ୁଛି ମୋବାଇଲ ଚାର୍ଜରର ଚାହିଦା। ଅନେକ ସମୟରେ ଚାର୍ଜର ଖରାପ ହେବା ମାତ୍ରେ ଲୋକ କାମ ଚଳାଇବା ପାଇଁ ବଜାରୁ ମୋବାଇଲ ଚାର୍ଜର କିଣିଥାନ୍ତି। କିନ୍ତୁ ଏହି ଚାର୍ଜର ଗୁଡ଼ିକ ନକଲି ହୋଇଥିବା ବେଳେ ଦେଖିବାକୁ ବିଲକୁଲ ଅସଲି ଭଳି। ଏଣୁ ଆଜି ଆମେ ଅସଲି ଏବଂ ନକଲି ଚାର୍ଜର ମଧ୍ୟରେ ଥିବା ଫରକ ଆପରଙ୍କୁ ଜଣାଇବାକୁ ଯାଉଛୁ।

-ମୋବାଇଲ ଚାର୍ଜର ମାନଙ୍କ ମଧ୍ୟରେ ସାମସଙ୍ଗ ଚାର୍ଜରର ବଜାରରେ ଭରପୁର ଚାହିଦା ରହିଛି। ଏଣୁ ଏହାର ହିଁ ଅଧିକ ନକଲି ଚାର୍ଜର ବଜାରରେ ଦେଖିବାକୁ ମିଳୁଛି। ସାମସଙ୍ଗ ଚାର୍ଜର କିଣୁଥିବା ବେଳେ ତାହାର ସ୍ପେସିଫିକେସନ୍ ପ୍ରିଣ୍ଟେଡ଼୍ ହୋଇଛି କି ନାହିଁ ଦେଖନ୍ତୁ। ଯଦି ଚାର୍ଜରରେ A+ ବା ମେନ ଇନ ଚାଇନା ଲେଖାଯାଇଛି ତେବେ ଏହା ନକଲି ବୋଲି ଜାଣନ୍ତୁ।

-ଯଦି ଆପଣ ଆଇଫୋନ୍ ଗ୍ରାହକ ତେବେ ଏହାର ଚାର୍ଜର କିଣିବା ପୂର୍ବରୁ ଏଥିରେ ‘Designed by Apple in California’ ଲେଖିଯାଇଥିବା ଜରୁରୀ। ଯଦି ଏପରି ଲେଖାଯାଇ ନାହିଁ ତେବେ ଏହା ନକଲି ଚାର୍ଜର ବୋଲି ଜାଣିରଖନ୍ତୁ। ଏଥିସହ ଆଇଫୋନର ନକଲି ଏବଂ ଅସଲି ଚାର୍ଜର ଲୋଗୋରେ ମଧ୍ୟ ବହୁତ ଫରକ ରହିଥାଏ। ନକଲୀ ଚାର୍ଜରର ଲୋଗ ସାମାନ୍ଯ ଗାଢ଼ା ରଙ୍ଗର ହୋଇଥାଏ।

-ସେହିପରି ସାଓମିର ଚାର୍ଜରରେ ଚାର୍ଜିଂ କେବଲ ଲମ୍ବା ଦ୍ବାରା ଆପଣ ଅସଲି ଏବଂ ନକଲି ମଧ୍ୟରେ ପାର୍ଥକ୍ଯ ଜାଣିପାରିବେ। ନକଲି ଚାର୍ଜର କେବଲ ଲମ୍ବା  ୧୨୦ ସେଣ୍ଟିମିଟର ରହିଥିବା ବେଳେ ଏହାର ଆଡ଼ପଟର ସାମନ୍ଯରୁ ଅଧିକ ବଡ଼ ହୋଇଥାଏ

ଆହୁରି ପଢ଼ନ୍ତୁ: କେବଳ ୧୦ ଟଙ୍କାରେ କରନ୍ତୁ ଭାଙ୍ଗିଥିବା ମୋବାଇଲକୁ ଠିକ୍

-ୱାନପ୍ଲସର ଅସଲି ଚାର୍ଜରରେ ପ୍ଲାସ୍ ଚାଜିଂର ଲୋଗ ରହିଥାଏ। ଯଦି ଏପରି ନଥାଏ ତେବେ ତାହା ନକଲି ଚାର୍ଜର ବୋଲି ଜଣାଯାଇଥାଏ।

-ହୁୱାଇର ଚାର୍ଜରରେ ପ୍ରିଣ୍ଟେଡ଼ ବାରକୋଡ଼ର ସମସ୍ତ ସୂଚନା ଆଡ଼ପଟରରେ ମଧ୍ୟ ରହିଥାଏ। ଯଦି ଦୁଇଟି ସ୍ଥାନରେ ଭିନ୍ନ ଭିନ୍ନ ବାରକୋଡ଼ ରହିଛି ତେବେ ତାହା ନକଲି ଚାର୍ଜର ବୋଲି ଜାଣନ୍ତୁ।

KNews Bureau

Recent Posts

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

7 mins ago

ଏଲନ୍‌ ମସ୍କଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ଭାରତରେ ବ୍ୟାନ୍‌ କଲେ ୨ ଲକ୍ଷରୁ ଅଧିକ X ଆକାଉଣ୍ଟ, ହେଉଥିଲା ଘୃଣ୍ୟ କାର୍ଯ୍ୟ

ଏଲନ୍ ମସ୍କଙ୍କ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘X’ ଭାରତରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । X କର୍ପ ଏପ୍ରିଲ…

12 mins ago

ସ୍କୁଲ ଛୁଟି ନିଷ୍ପତ୍ତି ବଦଳିଲା, ସ୍ଥାନୀୟ ପାଣିପାଗ ଦେଖି ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ୱର(କେନ୍ୟୁଜ୍‌): ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ । ସ୍ଥାନୀୟ ପାଣିପାଗ ସୂଚନା ଭିତ୍ତିରେ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

37 mins ago

ବିବାହ ପୂର୍ବରୁ ଶାଶୁଘର ଲୋକଙ୍କ ସହ ନଜର ଆସିଲେ ସୋନାକ୍ଷୀ, ଭାଇରାଲ ହେଉଛି ଫଟୋ

ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା…

43 mins ago

ଦାର୍ଜିଲିଂ ଟ୍ରେନ ଟ୍ରାଜେଡି : ୧୫ରେ ପହଞ୍ଚିଥିଲା ମୃତକଙ୍କ ସଂଖ୍ୟା, ୧୯ଟି ଟ୍ରେନ ବାତିଲ, ମାନବୀୟ ତ୍ରୁଟିରୁ ଦୁର୍ଘଟଣା

ପଶ୍ଚିମବଙ୍ଗ ଦାର୍ଜିଲିଂରେ ହୋଇଥିବା ରେଳ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିବା…

44 mins ago

ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ବର୍ଗକୁ ସାନ୍ତ୍ୱନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ । ପଶ୍ଚିମବଙ୍ଗର ନୂଆ ଜଲ୍ ପାଇଗୁଡ଼ି…

50 mins ago