ଟେକ୍

ଫୋନ ବିନା ହ୍ୱାଟ୍ସଆପ୍ ଚଲାଇବା ମୁସ୍କିଲ ଭାବୁଛନ୍ତି କି? ତେବେ ଫଲୋ କରନ୍ତୁ ଏହିସବୁ ଷ୍ଟେପ୍ସ

ସାଙ୍ଗମାନଙ୍କ ସହିତ ଗପସପ କରିବା କିମ୍ବା ଲୋକମାନଙ୍କ ସହିତ କନେକ୍ଟ ରହିବା ପାଇଁ ଆପଣମାନେ ନିଶ୍ଚିତ ଭାବରେ ହ୍ୱାଟ୍ସଆପ୍ ବ୍ୟବହାର କରୁଥିବେ, କିନ୍ତୁ କ’ଣ ଆପଣ ହ୍ୱାଟ୍ସଆପ୍ ବିଷୟରେ ସମସ୍ତ ତଥ୍ୟ ଭଲ ଭାବରେ ଜାଣିଛନ୍ତି କି? ଅନେକ ଲୋକ ଭାବନ୍ତି ଯେ ସ୍ମାର୍ଟଫୋନ୍ ବିନା ହ୍ୱାଟ୍ସଆପ୍ ବ୍ୟବହାର କରିବା ସମ୍ଭବ ନୁହେଁ, କିନ୍ତୁ ଏଭଳି କିଛି ବି ନୁହେଁ । କିଛି ସିମ୍ପଲ ଷ୍ଟେପ୍ସ ଫଲୋ କରି ବିନା ଫୋନ ଦ୍ୱାରା ମଧ୍ୟ ହ୍ୱାଟ୍ସଆପ୍ ଅତି ସହଜରେ ବ୍ୟବହାର କରିପାରିବେ । ଧରାଯାଉ ଆପଣ ନିଜ ଫୋନ ଭୁଲରେ ଘରେ ଛାଡିଦେଇ ଅଫିସକୁ ଚାଲି ଯାଇଛନ୍ତି, ତେବେ ଦିନସାରା ହ୍ୱାଟ୍ସଆପ୍ ବିନା ଆପଣ କିପରି ରହିବେ?

କାରଣ ହ୍ଵାଟ୍ସଆପରେ ଆମର ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷ ଥାଏ । ଆଜିକାଲି ସମସ୍ତ ଅଫିସିଆଲ ୱାର୍କ ମଧ୍ୟ ହ୍ଵାଟ୍ସଆପ ଦ୍ୱାରା ହି ହେଉଛି । ତେବେ ଆଜି ଆମେ ଆପଣଙ୍କୁ ଏକ ସିକ୍ରେଟ ଟିପ୍ସ ବିଷୟରେ କହିବାକୁ ଯାଉଛୁ ଯଦି ଆପଣ ଏହାକୁ ଫଲୋ କରନ୍ତି, ତେବେ ଆପଣ ବିନା ଫୋନରେ ମଧ୍ୟ ଅରାମରେ ହ୍ଵାଟ୍ସଆପ ଚଲାଇପାରିବେ । ଏହି ସିକ୍ରେଟ ଟିପ୍ସଟି କେବେଳ ସେତେବେଳ ହି ସମ୍ଭବ ହୋଇପାରିବ ଯେତେବେଳେ ପରିବାର ସଦସ୍ୟ ଆପଣଙ୍କ ଫୋନ୍ ବ୍ୟବହାର କରିବାକୁ ଘରେ ଉପସ୍ଥିତ ଥିବେ । ପରିବାର ସଦସ୍ୟଙ୍କ ବିନା ଏହି ପଦ୍ଧତି କାମ କରିପାରିବ ନାହିଁ, ତେବେ ଆସନ୍ତୁ ଏହି ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ।

ଏଥିପାଇଁ ଆପଣଙ୍କୁ ପ୍ରଥମେ ଅଫିସକୁ ଯାଇ ଲାପଟପ୍ କିମ୍ବା କମ୍ପ୍ୟୁଟରରେ ଯେକୌଣସି ବ୍ରାଉଜରରେ ହ୍ୱାଟ୍ସଆପ୍ ୱେବ୍ ଖୋଲିବାକୁ ପଡିବ । ହ୍ୱାଟ୍ସଆପ୍ ୱେବ୍ ଖୋଲିବା ପରେ, ଆପଣ ବାମ ପାର୍ଶ୍ୱରେ ଫୋନ୍ ନମ୍ବର ସହିତ ଲିଙ୍କ୍ ଅପ୍ସନ ଦେଖିବାକୁ ପାଇବେ । ଫୋନ୍ ନମ୍ବର ସହିତ ଲିଙ୍କ୍ ଉପରେ ଟ୍ୟାପ୍ କରିବା ପରେ, ପରବର୍ତ୍ତୀ ପେଜରେ ଆପଣଙ୍କୁ ଆପଣଙ୍କର ହ୍ୱାଟ୍ସଆପ୍ ନମ୍ବର ପ୍ରବେଶ କରିବାକୁ ପଡିବ । ଆପଣ ହ୍ୱାଟ୍ସଆପ୍ ନମ୍ବର ପ୍ରବେଶ କରିବା ପରେ, ‘next’ ଉପରେ କ୍ଲିକ୍ କରିବା ମାତ୍ରେ ହିଁ ଆପଣ ନିଜ ସ୍କ୍ରିନ୍ ଉପରେ ଏକ କୋଡ୍ ଦେଖି ପାରିବେ ।

ଏହାପରେ ଆପଣଙ୍କ ଫୋନରେ ଆସିଥିବା ନୋଟିଫିକେସନ ପ୍ୟାନେଲରେ ଏକ ନୋଟିଫିକେସନ ଆସିବ ଯେଉଁଥିରେ ହ୍ଵାଟ୍ସଆପ ଏକ କୋଡ ପଠାଇଥିବ । ଏହି କୋଡକୁ ଘରେ ଥିବା କୌଣସି ସଦସ୍ୟ ଆପଣଙ୍କୁ ଜଣାଇବା ପରେ, ହ୍ୱାଟ୍ସଆପ୍ ଠାରୁ ଆସିଥିବା ନୋଟିଫିକେସନରେ ଆପଣଙ୍କୁ ଏହି କୋଡ୍ ପ୍ରବେଶ କରିବାକୁ ପଡିବ । ଆପଣଙ୍କ ସ୍କ୍ରିନରେ ଦେଖାଯାଉଥିବା କୋଡ୍ ନିଜ ଫୋନ ହ୍ୱାଟ୍ସଆପରେ ପ୍ରବେଶ କରିବା ମାତ୍ରେ ଆପଣଙ୍କ ଲାପଟପ୍ କିମ୍ବା କମ୍ପ୍ୟୁଟର ହ୍ଵାଟ୍ସଆପ ଲଗ ଇନ ହୋଇଯିବ ଏବଂ ଆପଣ ବିନା ଫୋନରେ ମଧ୍ୟ ହ୍ୱାଟ୍ସଆପ୍ ୱେବ୍ ବ୍ୟବହାର କରିବାରେ ସକ୍ଷମ ହୋଇପାରିବେ ।

KNews Bureau

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

13 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

38 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

42 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

45 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

51 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

1 hour ago