Categories: ଟେକ୍

ଏବେ ଅସୁବିଧା ସମୟରେ ପୋଲିସ ପହଁଚିବା ପୂର୍ବରୁ ଆପଣଙ୍କୁ ସାହାଯ୍ୟ କରିବ ଏହି ଡୋର ବେଲ !

ଏବେ ଘରେ ଏକୁଟିଆ ରହୁଥିବା ମହିଳା, ବୟଷ୍କ ଏବଂ ଛୋଟ ପିଲାଙ୍କୁ ଅସୁବିଧା ସମୟରେ ପୁଲିସ ପୂର୍ବରୁ ଡୋର ବେଲ ସାହାଯ୍ୟ କରିବ। ଏହି ବେଲ ବାଜିବା କ୍ଷଣି ହିଁ ଆପଣଙ୍କର ପଡୋଶୀ କିମ୍ବା ବିଶ୍ୱାସପାତ୍ର ଆପଣଙ୍କୁ ସାହାଯ୍ୟ ପାଇଁ ପହଁଞ୍ଚିଯିବେ, ଏହି ବିଷୟରେ ଅଭିଯୁକ୍ତ ସାମାନ୍ୟ ଟିକେ ବି ସନ୍ଧାନ ପାଇପାରିବେ ନାହିଁ। ବେଳେବେଳେ ଏମିତି ହୋଇଥାଏ ଯେ ଆପାତକାଳୀନ ପରିସ୍ଥିତିରେ ସୁରକ୍ଷା ଏଜେନ୍ସୀଙ୍କୁ ସମ୍ପର୍କ କରି ହୋଇପାରିନଥାଏ।

ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବା ଏହି ଖବର ପୂରାପୂରି ଭାବରେ ସତ ଅଟେ। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ରିସର୍ଚ୍ଚର ବୈଜ୍ଞାନିକ ଡା. ସମ୍ରାଟ ଘୋଷ ଲୋକଙ୍କୁ ସହାୟତା କରିବା ପାଇଁ ଏକ ନୂଆ ଡୋର ବେଲ ଟେକନିକ ପ୍ରସ୍ତୁତ କରିଛନ୍ତି।

ସେ ଦାବି କରିଛନ୍ତି ଯେ ଏହି ଟେକନିକ ସାହାଯ୍ୟରେ ପଡୋଶୀଙ୍କ ସହିତ ସମ୍ପର୍କ ମଧୁର ରହିବା ସହିତ କୌଣସି ଅପରାଧ ହେବା ପୂର୍ବରୁ ଏହା ଅଟକାଇପାରିବ। ଏହି ଡୋର ବେଲ ୩୨ ପ୍ରକାରର ଶବ୍ଦ ବାହାର କରିବ। ଏହାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି। ଆଶା କରାଯାଉଛି ଯେ ଜଲଦି ଏହା ଲୋକଙ୍କ ପାଖକୁ ସେବା ପାଇଁ ପହଁଚିବ।

ଏହାସହ ପଢନ୍ତୁ : ଗୁଗଲରେ ସର୍ଚ୍ଚ କରୁଛନ୍ତି କି କଷ୍ଟମର କେୟାର ନମ୍ବର, ତେବେ ସାବଧାନ ! ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ

ଏବେ ବଜାରରେ ଉପଲବ୍ଧ ଥିବା ୧୫୦ ଟଙ୍କାର ରିମୋଟ ଡୋର ବେଲ ମଧ୍ୟ ଲୋକଙ୍କ ପାଇଁ ସାହାଯ୍ୟକାରୀ ହେବ। ଏହି ବେଲକୁ ପ୍ରୟୋଗ କରିବା ମଧ୍ୟ ବହୁତ ସହଜ। ମାର୍କେଟରୁ ରିମୋଟ ବେଲ କିଣି ନିଜ ପଡୋଶୀଙ୍କୁ ଦିଅନ୍ତୁ ଏହା ପରେ ଯେତେବେଳେ ଆପଣ କୌଣସି ସମସ୍ୟାରେ ପଡିବେ ତେବେ ଆପଣଙ୍କ ଘଣ୍ଟି ବାଜିବା ପରେ ହିଁ ସାହାଯ୍ୟ ପାଇଁ ପହଁଚିବେ। ଏହାକୁ ସପ୍ତାହରେ ଦୁଇ ଥର ଚାର୍ଜ କରିବାକୁ ପଡିବ।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago