ଏବେ ଅସୁବିଧା ସମୟରେ ପୋଲିସ ପହଁଚିବା ପୂର୍ବରୁ ଆପଣଙ୍କୁ ସାହାଯ୍ୟ କରିବ ଏହି ଡୋର ବେଲ !

ଏବେ ଘରେ ଏକୁଟିଆ ରହୁଥିବା ମହିଳା, ବୟଷ୍କ ଏବଂ ଛୋଟ ପିଲାଙ୍କୁ ଅସୁବିଧା ସମୟରେ ପୁଲିସ ପୂର୍ବରୁ ଡୋର ବେଲ ସାହାଯ୍ୟ କରିବ। ଏହି ବେଲ ବାଜିବା କ୍ଷଣି ହିଁ ଆପଣଙ୍କର ପଡୋଶୀ କିମ୍ବା ବିଶ୍ୱାସପାତ୍ର ଆପଣଙ୍କୁ ସାହାଯ୍ୟ ପାଇଁ ପହଁଞ୍ଚିଯିବେ, ଏହି ବିଷୟରେ ଅଭିଯୁକ୍ତ ସାମାନ୍ୟ ଟିକେ ବି ସନ୍ଧାନ ପାଇପାରିବେ ନାହିଁ। ବେଳେବେଳେ ଏମିତି ହୋଇଥାଏ ଯେ ଆପାତକାଳୀନ ପରିସ୍ଥିତିରେ ସୁରକ୍ଷା ଏଜେନ୍ସୀଙ୍କୁ ସମ୍ପର୍କ କରି ହୋଇପାରିନଥାଏ।

ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବା ଏହି ଖବର ପୂରାପୂରି ଭାବରେ ସତ ଅଟେ। ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ରିସର୍ଚ୍ଚର ବୈଜ୍ଞାନିକ ଡା. ସମ୍ରାଟ ଘୋଷ ଲୋକଙ୍କୁ ସହାୟତା କରିବା ପାଇଁ ଏକ ନୂଆ ଡୋର ବେଲ ଟେକନିକ ପ୍ରସ୍ତୁତ କରିଛନ୍ତି।

ring bellସେ ଦାବି କରିଛନ୍ତି ଯେ ଏହି ଟେକନିକ ସାହାଯ୍ୟରେ ପଡୋଶୀଙ୍କ ସହିତ ସମ୍ପର୍କ ମଧୁର ରହିବା ସହିତ କୌଣସି ଅପରାଧ ହେବା ପୂର୍ବରୁ ଏହା ଅଟକାଇପାରିବ। ଏହି ଡୋର ବେଲ ୩୨ ପ୍ରକାରର ଶବ୍ଦ ବାହାର କରିବ। ଏହାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି। ଆଶା କରାଯାଉଛି ଯେ ଜଲଦି ଏହା ଲୋକଙ୍କ ପାଖକୁ ସେବା ପାଇଁ ପହଁଚିବ।

ଏହାସହ ପଢନ୍ତୁ : ଗୁଗଲରେ ସର୍ଚ୍ଚ କରୁଛନ୍ତି କି କଷ୍ଟମର କେୟାର ନମ୍ବର, ତେବେ ସାବଧାନ ! ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ

ଏବେ ବଜାରରେ ଉପଲବ୍ଧ ଥିବା ୧୫୦ ଟଙ୍କାର ରିମୋଟ ଡୋର ବେଲ ମଧ୍ୟ ଲୋକଙ୍କ ପାଇଁ ସାହାଯ୍ୟକାରୀ ହେବ। ଏହି ବେଲକୁ ପ୍ରୟୋଗ କରିବା ମଧ୍ୟ ବହୁତ ସହଜ। ମାର୍କେଟରୁ ରିମୋଟ ବେଲ କିଣି ନିଜ ପଡୋଶୀଙ୍କୁ ଦିଅନ୍ତୁ ଏହା ପରେ ଯେତେବେଳେ ଆପଣ କୌଣସି ସମସ୍ୟାରେ ପଡିବେ ତେବେ ଆପଣଙ୍କ ଘଣ୍ଟି ବାଜିବା ପରେ ହିଁ ସାହାଯ୍ୟ ପାଇଁ ପହଁଚିବେ। ଏହାକୁ ସପ୍ତାହରେ ଦୁଇ ଥର ଚାର୍ଜ କରିବାକୁ ପଡିବ।

Leave A Reply

Your email address will not be published.