ଉଦଳା: ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସ, ଡାକ୍ତରଖାନାରେ ମୃତକଙ୍କୁ ବଞ୍ଚାଇବାକୁ ଚାଲିଲା ଝଡାଫୁଙ୍କା

ଉଦଳା: ପୁଣି ଅନ୍ଧବିଶ୍ୱାସର ଅନ୍ଧଗଳିରେ ମଣିଷ। ଚାଲିଛି ମୃତକଙ୍କୁ ଜୀବିତ କରିବାର ପ୍ରୟାସ। ଗୁଣିଆ କରୁଛି ଝଡାଫୁଙ୍କା। ଉଦଳା ଡାକ୍ତରଖାନା ପରିସରରେ ଦେଖିବାକୁ ମିଳିଛି ଏଭଳି ଚିତ୍ର। ଉଦଳା କାଠପାଳ ଗାଁର ଆରତୀ ନାମକ ଜଣେ ମହିଳାଙ୍କୁ ସାପ କାମୁଡି ଦେଇଥିଲା। ତାଙ୍କୁ ତୁରନ୍ତ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ଆରତୀ ଜୀବିତ ଥିବା ଆଶାରେ ପରିବାର ଲୋକ ଗୁଣିଆ ଡକାଇଥିଲେ। ଆଉ ଗୁଣିଆ ମଧ୍ୟ ଡାକ୍ତରଖାନାରେ ପହଞ୍ଚି ଆରମ୍ଭ କରିଦେଇଥିଲା ଝଡାଫୁଙ୍କା। ପ୍ରାୟ ଅଧଘଣ୍ଟା ଧରି ନର୍ସଙ୍କ ସାମ୍ନାରେ ଚାଲିଥିଲା ଗୁଣିଆଙ୍କ ଗୁଣି। ଆଜି ମୃତଦେହକୁ ବ୍ୟବଛେଦ ପାଇଁ ପଠାଯିବ।

 

Leave A Reply

Your email address will not be published.