ଟେକ୍

ଏଲନ ମସ୍କଙ୍କ ଜୀବନ ପ୍ରତି ବିପଦ! କହିଲେ, ‘କେହି ବି ମୋତେ ଗୁଳି ମାରିପାରେ, ଖୋଲା କାର୍‌ରେ କୁଆଡ଼େ ଯାଇପାରିବି ନାହିଁ’

ଟ୍ୱିଟରର ନୂଆ ମାଲିକ ତଥା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କୁ ତାଙ୍କ ଜୀବନ ଚାଲିଯିବାର ଭୟ ଘାରୁଛି। ମସ୍କ ଦାବି କରିଛନ୍ତି କି, ତାଙ୍କ ସହିତ କିଛି ଖରାପ ହେବାକୁ ଯାଉଛି କିମ୍ବା ତାଙ୍କୁ ଗୁଳି କରାଯିବାର ଭୟ ରହିଛି। ଟ୍ୱିଟର ସ୍ପେସରେ ଦୁଇ ଘଣ୍ଟାର ଲମ୍ବା ଅଡିଓ ଚାଟ୍‌ରେ ମସ୍କ କହିଛନ୍ତି, ସେ ନିଶ୍ଚିତ ରୂପେ ବର୍ତ୍ତମାନ କୌଣସି ବି ଖୋଲା କାରରେ ଯାତ୍ରା କରିବେ ନାହିଁ।

ଏଲନ୍ ମସ୍କ କହିଛନ୍ତି, ‘ସତ କହିବାକୁ ଗଲେ ମୋ ସହିତ କିଛି ଖରାପ ହେବାକୁ ଯାଉଛି, ପ୍ରକୃତରେ ଗୁଳି ମରାଯିବାର ବଡ଼ ବିପଦ ରହିଛି’। ତାଙ୍କ କହିବା ହେଲା, ‘ଯଦି ଆପଣ କାହାକୁ ମାରିବାକୁ ଚାହୁଁଛନ୍ତି, ତ ଏମିତି କରିବା କଠିନ ନୁହେଁ। ଆଶା କରୁଛି, ସେମାନେ ଏମିତି କରିବେ ନାହିଁ ଏବଂ ଭାଗ୍ୟ ମୋ ସହିତ ପ୍ରତ୍ୟେକ ସ୍ଥିତିରେ ହସୁଛି। ଆଉ ଯଦି ଏମିତି ନ ହୁଏ, ତା’ ହେଲେ ସେଠି ନିଶ୍ଚିତ ରୂପେ କିଛି ବିପଦ ରହିଛି’।

ଏହା ବ୍ୟତୀତ ଚର୍ଚ୍ଚା ସମୟରେ ମସ୍କ ଫ୍ରି ସ୍ପିଚ୍‌ର ମହତ୍ତ୍ୱ ଏବଂ ଟ୍ୱିଟର ପାଇଁ ତାଙ୍କ ଭବିଷ୍ୟତ ଯୋଜନା ବିଷୟରେ କହିଥିଲେ। ସେ ଆହୁରି କହିଥିଲେ କି, ‘ଦିନର ଶେଷରେ ଆମେ କେବଳ ଏମିତି ଏକ ଭବିଷ୍ୟତ ଚାହୁଁଛୁ, ଯେଉଁଠି ଆମେ ଉତ୍ପୀଡ଼ିତ ହେବୁ ନାହିଁ। ଯେଉଁଠି ଆମ ସ୍ପିଚ୍‌କୁ ବନ୍ଦ କରାଯିବ ନାହିଁ ଏବଂ ବିନା ପ୍ରତିଶୋଧ ଭୟରେ ଆମେ ଯାହା କହିବାକୁ ଚାହିଁବୁ, ତାହା କହିପାରିବୁ’।

ଟେକ୍ ଅରବପତି ଏହା ମଧ୍ୟ କହିଥିଲେ ଯେ ପୂରା ଇତିହାସରେ ଫ୍ରି ସ୍ପିଚ୍‌ ସାମାନ୍ୟ ରହିନାହିଁ, ବରଂ ଅତ୍ୟଧିକ ଅସାମାନ୍ୟ ରହିଛି। ତେଣୁ ଏହାକୁ ବଜାୟ ରଖିବା ପାଇଁ ଆମକୁ ବାସ୍ତବରେ କଠିନ ପରିଶ୍ରମ କରିବାକୁ ପଡିବ, କାରଣ ଏହା ଏକ ଦୁର୍ଲ୍ଲଭ ଜିନିଷ ଏବଂ କୌଣସି ବି ପ୍ରକାରେ ଏହା ଡିଫଲ୍ଟ ନୁହେଁ। ସେ କହିଥିଲେ, ‘କଣ୍ଟ୍ରୋଲ୍ଡ ସ୍ପିଚ୍‌ ଡିଫଲ୍ଟ, ଫ୍ରି ସ୍ପିଚ୍‌ ନୁହେଁ’।

Roshni

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

30 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

32 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago