ଏଲନ ମସ୍କଙ୍କ ଜୀବନ ପ୍ରତି ବିପଦ! କହିଲେ, ‘କେହି ବି ମୋତେ ଗୁଳି ମାରିପାରେ, ଖୋଲା କାର୍ରେ କୁଆଡ଼େ ଯାଇପାରିବି ନାହିଁ’

ଟ୍ୱିଟରର ନୂଆ ମାଲିକ ତଥା ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍ ମସ୍କଙ୍କୁ ତାଙ୍କ ଜୀବନ ଚାଲିଯିବାର ଭୟ ଘାରୁଛି। ମସ୍କ ଦାବି କରିଛନ୍ତି କି, ତାଙ୍କ ସହିତ କିଛି ଖରାପ ହେବାକୁ ଯାଉଛି କିମ୍ବା ତାଙ୍କୁ ଗୁଳି କରାଯିବାର ଭୟ ରହିଛି। ଟ୍ୱିଟର ସ୍ପେସରେ ଦୁଇ ଘଣ୍ଟାର ଲମ୍ବା ଅଡିଓ ଚାଟ୍ରେ ମସ୍କ କହିଛନ୍ତି, ସେ ନିଶ୍ଚିତ ରୂପେ ବର୍ତ୍ତମାନ କୌଣସି ବି ଖୋଲା କାରରେ ଯାତ୍ରା କରିବେ ନାହିଁ।
ଏଲନ୍ ମସ୍କ କହିଛନ୍ତି, ‘ସତ କହିବାକୁ ଗଲେ ମୋ ସହିତ କିଛି ଖରାପ ହେବାକୁ ଯାଉଛି, ପ୍ରକୃତରେ ଗୁଳି ମରାଯିବାର ବଡ଼ ବିପଦ ରହିଛି’। ତାଙ୍କ କହିବା ହେଲା, ‘ଯଦି ଆପଣ କାହାକୁ ମାରିବାକୁ ଚାହୁଁଛନ୍ତି, ତ ଏମିତି କରିବା କଠିନ ନୁହେଁ। ଆଶା କରୁଛି, ସେମାନେ ଏମିତି କରିବେ ନାହିଁ ଏବଂ ଭାଗ୍ୟ ମୋ ସହିତ ପ୍ରତ୍ୟେକ ସ୍ଥିତିରେ ହସୁଛି। ଆଉ ଯଦି ଏମିତି ନ ହୁଏ, ତା’ ହେଲେ ସେଠି ନିଶ୍ଚିତ ରୂପେ କିଛି ବିପଦ ରହିଛି’।
ଏହା ବ୍ୟତୀତ ଚର୍ଚ୍ଚା ସମୟରେ ମସ୍କ ଫ୍ରି ସ୍ପିଚ୍ର ମହତ୍ତ୍ୱ ଏବଂ ଟ୍ୱିଟର ପାଇଁ ତାଙ୍କ ଭବିଷ୍ୟତ ଯୋଜନା ବିଷୟରେ କହିଥିଲେ। ସେ ଆହୁରି କହିଥିଲେ କି, ‘ଦିନର ଶେଷରେ ଆମେ କେବଳ ଏମିତି ଏକ ଭବିଷ୍ୟତ ଚାହୁଁଛୁ, ଯେଉଁଠି ଆମେ ଉତ୍ପୀଡ଼ିତ ହେବୁ ନାହିଁ। ଯେଉଁଠି ଆମ ସ୍ପିଚ୍କୁ ବନ୍ଦ କରାଯିବ ନାହିଁ ଏବଂ ବିନା ପ୍ରତିଶୋଧ ଭୟରେ ଆମେ ଯାହା କହିବାକୁ ଚାହିଁବୁ, ତାହା କହିପାରିବୁ’।
Elon Musk Says His Assassination Risk is “Quite Significant”: “Frankly the risk of something bad happening to me or literally being shot is quite significant. I am definitely not going to be doing any open-air car parades.”
Source: https://t.co/thJ94gap7b pic.twitter.com/P4vQ2gTQZz— Wittgenstein (@backtolife_2023) December 4, 2022
ଟେକ୍ ଅରବପତି ଏହା ମଧ୍ୟ କହିଥିଲେ ଯେ ପୂରା ଇତିହାସରେ ଫ୍ରି ସ୍ପିଚ୍ ସାମାନ୍ୟ ରହିନାହିଁ, ବରଂ ଅତ୍ୟଧିକ ଅସାମାନ୍ୟ ରହିଛି। ତେଣୁ ଏହାକୁ ବଜାୟ ରଖିବା ପାଇଁ ଆମକୁ ବାସ୍ତବରେ କଠିନ ପରିଶ୍ରମ କରିବାକୁ ପଡିବ, କାରଣ ଏହା ଏକ ଦୁର୍ଲ୍ଲଭ ଜିନିଷ ଏବଂ କୌଣସି ବି ପ୍ରକାରେ ଏହା ଡିଫଲ୍ଟ ନୁହେଁ। ସେ କହିଥିଲେ, ‘କଣ୍ଟ୍ରୋଲ୍ଡ ସ୍ପିଚ୍ ଡିଫଲ୍ଟ, ଫ୍ରି ସ୍ପିଚ୍ ନୁହେଁ’।