ମେଣ୍ଢାଗୁଡିକୁ ବରଯାତ୍ରୀ କରି ‘ଦୁଲେହ ରାଜା’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ଯୁବକ, ଇଣ୍ଟରନେଟରେ ନିଆଁ ଲଗାଇଲା ଭିଡିଓ

ଇଣ୍ଟରନେଟରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରଲ ହୋଇଥାଏ। ଯାହା ଫଳରେ ଭିଡିଓ କରିଥିବା ବ୍ୟକ୍ତିକୁ ଲୋକପ୍ରିୟତା ମିଳିଥାଏ। ଲୋକେ ଏହାକୁ ପସନ୍ଦ ମଧ୍ୟ କରନ୍ତି। ନୂଆ କନସେପ୍ଟ ଦେଇ ଭିଡିଓ କରିଲେ ଲୋକେ ଦେଖିବାକୁ ଭଲ ପାଆନ୍ତି। ଠିକ୍‌ ଏମିତି ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ମେଣ୍ଢା ଚରାଉଥିବା ଜଣେ ଯୁବକ ବଲିଉଡ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ଆଉ ଏହି ଭିଡିଓକୁ ସମସ୍ତେ ପସନ୍ଦ ମଧ୍ୟ କରୁଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି, ଜଣେ ଯୁବକ କୁର୍ତ୍ତା ପାଇଜାମା ପିନ୍ଧି ବଲିଉଡ ଷ୍ଟାର ଅଜୟ ଦେବଗନ ଏବଂ ସଂଜୟ ଦତ୍ତଙ୍କ ଫିଲ୍ମ ‘ହମ କିସି ସେ କମ୍‌ ନେହିଁ’ର ଗୀତ ‘ଦୁଲେହ ରାଜା’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି। ଯୁବକ ଜଣକ ମେଣ୍ଢା ଚରାନ୍ତି। ଆଉ ମେଣ୍ଢାକୁ ବରଯାତ୍ରୀ କରି ଏହି ବଲିଉଡ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ରାଜସ୍ଥାନର ମରୁଭୂମିରେ ସୁଟିଂ କରାଯାଇଛି । ଭିଡିଓରେ ଯୁବକ ସହିତ ତାଙ୍କର ଦୁଇ ଜଣ ଛୋଟ ସାଙ୍ଗ ମଧ୍ୟ ନଜର ଆସିଛନ୍ତି । ଜଣେ ସାଙ୍ଗ ବଂଶୀ ବଜାଇ ଗଧ ଉପରେ ବସିଥିବା ବେଳେ ଅନ୍ୟ ଜଣେ ତାଙ୍କ ସହିତ ଡ୍ୟାନ୍ସ କରୁଛନ୍ତି।

 

View this post on Instagram

 

A post shared by Oosm Dance (@oosm.dance)

ଭିଡିଓକୁ ଇନଷ୍ଟାଗ୍ରାମରେOosm ଆକାଉଣ୍ଟରୁ ପୋଷ୍ଟ କରାଯାଇଛି। ଭିଡିଓ ଅନେକ ଲାଇକ୍ସ ମିଳୁଛି। ଏହାକୁ ୧୦ ହଜାରରୁ ଅଧିକ ଥର ବ୍ୟବହାର କରାଯାଇସାରିଲାଣି। ଯାହାକୁ ସେୟାର କରାଯାଉଛି। ଏହି ଭିଡିଓକୁ ଅନେକ ପ୍ରଶଂସା ମଧ୍ୟ ମିଳୁଛି । ୟୁଜର୍ସ ଏହାକୁ ଦେଖି ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.