Below header

ପତ୍ନୀ ଓ ଶଳାଙ୍କ ପାଇଁ ହାରିଲେ ଜୀବନ , ମୃତ୍ୟୁ ପୂର୍ବରୁ ଭିଡିଓରେ କରିଥିଲେ ଖୁଲାସା

କେନ୍ୟୁଜ୍‌ ବ୍ୟୁରୋ : ଆଜି କାଲି ଦୁନିଆରେ ପାରିବାରିକ କଳହକୁ ନେଇ ନାନା ବିଷମ ପରିସ୍ଥିତି ସୃଷ୍ଟି ହେଉଛି । ଛୋଟିଆ ଛୋଟିଆ କଥାରୁ ପରିସ୍ଥିତି ଅଣାୟତ୍ତ ହୋଇଯାଉଛି । ଭୁଲ ବୁଝାମଣା ଯୋଗୁ ଅନେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ସେହିପରି ଘଟଣା ଘଟଛି ରାଜସ୍ଥାନ ଜୈସେଲମେରର ଲୋଞ୍ଜିଓ୍ଵାଲାରେ । ପାରିବାରିକ କଳହକୁ ନେଇ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି, ଯାହା ପୁରା ପରିବାର ଏହି ଘଟଣାରେ ସ୍ତବ୍ଧ ହୋଇ ଯାଇଛି ।

ରାଜସ୍ଥାନର ଜୈସେଲମେର ଜିଲ୍ଲାର ଲୋଞ୍ଜିବାଲା ଥାନା ଅଞ୍ଚଳରେ ଏମିତି ଏକ ଦୁଃଖଦ ଘଟଣା ଘଟିଛି । ଲୋଞ୍ଜିବାଲା ଅଞ୍ଚଳରେ ଦର୍ଶନ ସିଂଙ୍କର ପୁଅ ଜଶବୀର ସିଂ ତାଙ୍କ ଶଳା ଏବଂ ପତ୍ନୀଙ୍କର ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଛନ୍ତି ।ଲୋଞ୍ଜିବାଲା ଥାନାର ମୁଖ୍ୟ ବଲଓ୍ଵନ୍ତ ସିଂ କହିଛନ୍ତି ମୃତକ ଜଶବୀରଙ୍କର ମା ଅଭିଯୋଗ କରିଛନ୍ତି । ସେ ତାଙ୍କ ବୟାନରେ କହିଛନ୍ତି, ତାଙ୍କର ପୁଅ ତାର ଶ୍ୱଶୁର ଘର ଲୋକଙ୍କର ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଛି । ସେ ଆହୁରି ମଧ୍ୟ କହିଛନ୍ତି ମୋର ଏକ ମାତ୍ର ପୁଅ ଜଶବୀର ସହିତ ତାର ପତ୍ନୀ ଏବଂ ଶ୍ୱଶୁର ଘର ଲୋକ ମିଶି ଝଗଡ଼ା କରୁଥିଲେ, ଯାହା ଫଳରେ ତାର ମାନସିକ ଅବସ୍ଥା ଭଲ ରହୁ ନଥିଲା । ସେ ତାଙ୍କର ଚାପରେ ମାନସିକ ଚିନ୍ତାରେ ରହୁଥିଲା ଏବଂ ନିଶା ଗ୍ରସ୍ତ ହୋଇ ଯାଇଥିଲା । ଗତ କାଲି ତାଙ୍କର ବୋହୁ ସିମ୍‌ରନଜୀତ୍‌ କୌର, ଜଶବୀରର ଶଳା ରବିନ୍ଦର ସିଂ ଏବଂ ଅନ୍ୟ ଜଣେ ଅଜଣା ବ୍ୟକ୍ତି ତାଙ୍କ ଘରକୁ ଆସିଥିଲେ । ତାଙ୍କ ଘରକୁ ଆସିବା ପରେ ଜଶବୀରଙ୍କୁ ମାରପିଟ୍‌ କରିଥିଲେ । ତା ପରେ ଜଶବୀର କାହାକୁ କିଛି ନ କହି ଘରୁ ଚାଲି ଯାଇଥିଲେ ।

ଏହି ଘଟଣାରେ ଜଶବୀର ଗୋଟିଏ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଥିଲେ ଯାହା ଭାଇରାଲ ହୋଇଥିଲା । ଏହି ଭଡିଓରେ ତାଙ୍କ ସହିତ ହୋଇଥିବା ସବୁ ଘଟଣାକୁ ସେ ବଖାଣି ଥିଲେ । ସେ କହିଥିଲେ ପୂର୍ବ ପରି ତାଙ୍କ ଶଳା ରବିନ୍ଦର ସିଂ ଏବଂ ତାର ବନ୍ଧୁ ତାଙ୍କର ଘରକୁ ଯାଇଥିଲେ ତା ପରେ ଏହି ୩ଜଣ ମିଶି ଯୋଜନାବଦ୍ଧ ଭାବେ ତାଙ୍କୁ ବହୁତ ବାଡ଼େଇଥିଲେ । ଜଶବୀର ତାଙ୍କ ଭିଡିଓରେ ଏକଥା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଏ ଘଟଣାରେ ସେ ପୁରା ଅତିଷ୍ଠ ହୋଇ ଗଲେଣି ଏବଂ ସେ ଜୀବନ ହାରିଦେବେ ବୋଲି କହିଛନ୍ତି । ତାଙ୍କର ଏହି ଭିଡ଼ିଓରୁ ଜଣା ପଡ଼ିଛି ଯେ ଜଶବୀର ତାଙ୍କର ପତ୍ନୀ ଏବଂ ଶଳା ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ ।

ମୃତକଙ୍କର ମା ଗୁରୁମେଲ କୌର କହିଛନ୍ତି ଯେ ଜଶବୀର ଯେତେବେଳେ ଏହି ଭିଡିଓ ପୋଷ୍ଟ କରିଥିଲେ ଏହି ଭିଡିଓ ଭାଇରାଲ ହୋଇଥିଲା । ତା ପରେ ତାଙ୍କ ପୁଅର ଭିଡିଓ ଦେଖି ସେ ଖୋଜା ଖୋଜି ଆରମ୍ଭ କରିଥିଲେ ଏବଂ ଖୋଜିବାର ଗୋଟିଏ ଦିନ ପରେ ଗାଁର ବିଦ୍ୟୁତ୍‌ ଗ୍ରିଡ୍‌ ପାଖରେ ପୁଅର ଶବ ମିଳିଥିଲା । ଏହି ଘଟଣାରେ ଲଞ୍ଜିଓ୍ଵାଲା ପୋଲିସ୍‌ ମୃତକ ମା’ଙ୍କର ବୟାନ ଆଧାରରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.