ବ୍ଲାକମେଲରଙ୍କ ଚକ୍ରବ୍ୟୁହରୁ ମୁକୁଳି ପାରି ନଥିଲେ ବରପାଲି ପିଏନବି ଅଧିକାରୀ, ମାନସିକ ଚାପଗ୍ରସ୍ତ ହୋଇ କରିଥିଲେ ଆତ୍ମହତ୍ୟା

ବରଗଡ଼(କେନ୍ୟୁଜ୍): ନ୍ୟୁଡକଲ୍‌, ବ୍ଲାକମେଲ ଓ ସୁଇସାଇଡ୍‌ । ବରପାଲି ପିଏନବି ଅଧିକାରୀ ଦିବ୍ୟ ରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟା ଘଟଣାର ଖୋଲିଲା ରହସ୍ୟ । ଦିବ୍ୟରଞ୍ଜନ ଏପରି ଚରମ ପଦକ୍ଷେପ ନେବା ପଛରେ ଥିଲା ବ୍ଲାକମେଲର କଳା କାହାଣୀ । ରାଜସ୍ଥାନରୁ ଗିରଫ ୨ ଅଭିଯୁକ୍ତଙ୍କ ଠାରୁ ମିିଳିଥିବା ତଥ୍ୟରୁ ଆତ୍ମହତ୍ୟା ପଛର ଗୁମର ଖୋଲିଛି ସୁବର୍ଣ୍ଣପୁର ପୋଲିସ । ରାଜସ୍ଥାନର ଗ୍ୟାଙ୍ଗ ଦିବ୍ୟରଞ୍ଜନଙ୍କୁ ନ୍ୟୁଡ କଲ କରି ବ୍ଲାକମେଲ କରି ଟଙ୍କା ନେଇ ଚାଲୁଥିଲେ ।

ବ୍ଲାକମେଲରଙ୍କ ବୁଡିଆଣି ଜାଲରୁ ମୁକୁଳିବା ପାଇଁ ୪୦ ଥର ଗଣିଥିଲେ ୨୬ ଲକ୍ଷ ଟଙ୍କା । ବ୍ଲାକମେଲରଙ୍କ ଚକ୍ରବ୍ୟୁହରୁ ମୁକୁଳି ପାରି ନଥିଲେ ଦିବ୍ୟରଞ୍ଜନ । ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ । ବାରମ୍ବାର ଭିଡିଓ ଭାଇରାଲ ଧମକ ମିଳିବାରୁ ଶେଷରେ ଅଙ୍ଗ ନଦୀକୁ ଡେଇଁ ପଡ଼ିଥିଲେ ।

ରାଜସ୍ଥାନର ଏହି ଗ୍ୟାଙ୍ଗ ଦିବ୍ୟ ରଂଜନଙ୍କୁ ନ୍ୟୁଡ କଲ କରି ବ୍ଲାକମେଲ କରିବା ଆରମ୍ଭ କରିଥିଲେ । ଗ୍ୟାଙ୍ଗରେ ଥିଲେ ୫ ଜଣ ସଦସ୍ୟ । ଗ୍ୟାଙ୍ଗର କିଛି ସଦସ୍ୟ ନିଜକୁ ସିବିଆଇ ଅଫିସର ପରିଚୟ ଦେଇ ଦିବ୍ୟରଞ୍ଜନଙ୍କ କଳା କାରନାମାର ପର୍ଦ୍ଦାଫାଶ କରିଦେବେ ବୋଲି ଧମକ ଦେଇଥିଲେ । ଆଉ ମୋଟା ଅଙ୍କର ଟଙ୍କା ମାଗି ଚାଲିଥିଲେ । ରାଜସ୍ଥାନ ଜଇରୋଲି ଗାଁର ମେହେବୁବ ଓ ସରହେତା ଗାଁର ଆଦିଲଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି ପୋଲିସ । ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି କହିଛି ପୋଲିସ ।

ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ କର୍ମଚାରୀ ଦିବ୍ୟ ରଞ୍ଜନ । ଗତ ଅଗଷ୍ଟ ମାସ ୮ ତାରିଖରେ ଡୁଙ୍ଗୁଣିପାଲି ନିକଟ ଚେରୁପରଲି ଅଙ୍ଗନଦୀରୁ ଡେଇଁ ଆତ୍ମହତ୍ୟା କରିଥିଲେ । ପରିବାର ପକ୍ଷରୁ ଡୁଙ୍ଗୁରିପାଲି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଦିବ୍ୟ ଥିଲେ ବେଶ ଶାନ୍ତ ସ୍ୱଭାବର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.