ଟେକ୍

ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ପୋଷ୍ଟ ପାଇଁ ଫେସ୍‌ବୁକ୍‌ ସିଇଓ ଜୁକରବର୍ଗଙ୍କୁ ଘେରିଲେ କର୍ମଚାରୀ, କହିଲେ ‘ଆମେ ଲଜ୍ଜିତ’

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବାଦୀୟ ପୋଷ୍ଟକୁ ନ ହଟାଇବାକୁ ନେଇ ଫେସ୍‌ବୁକର କର୍ମଚାରମାନେ ସିଇଓ ଜୁକରବର୍ଗଙ୍କୁ ଘେରିଛନ୍ତି। ୯୦ ମିନିଟ୍‌ର ଭିଡିଓ କଲ୍‌ରେ ଜୁକରବର୍ଗଙ୍କୁ କର୍ମଚାରୀଙ୍କ ଏକାଧିକ କଡ଼ା ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଛି। ଆମେରିକାରେ କୃଷ୍ଣକାୟ ଲୋକଙ୍କ ବିଦ୍ରୋହ ଓ ବିକ୍ଷୋଭ ପ୍ରଦର୍ଶନ ସହ ଏକାଧିକ ସ୍ଥାନରେ ହୋଇଥିବା ଲୁଟ୍‌ ମାମଲାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେସ୍‌ବୁକ୍‌ରେ ଏକ ବିବାଦୀୟ ପୋଷ୍ଟ କରିଥିଲେ। ପୋଷ୍ଟରେ ସେ ଲେଖିଥିଲେ ଯେ ଯେଉଁମାନେ ଲୁଟ୍‌ କରିଛନ୍ତି ସେମାନଙ୍କୁ ଗୁଳି କରି ମାରିଦିଆଯିବ। ଏହି ବାର୍ତ୍ତା ଫେସ୍‌ବୁକ୍‌ ତରଫରୁ ହଟାଯାଇନଥିବାରୁ କର୍ମଚାରୀମାନେ ବିରକ୍ତି ପ୍ରକାଶ କରିବା ସହ ଏହା ଫେସ୍‌ବୁକର ନୀତି ବିରୋଧୀ ବୋଲି କହିଛନ୍ତି। ଏହା ହିଂସାକୁ ଉସୁକାଉଥିବାରୁ ଏହାକୁ ଡିଲିଟ୍‌ କରିବାକୁ କର୍ମଚାରୀମାନେ ଦାବି କରିଛନ୍ତି।

ଏହା ଫେସ୍‌ବୁକ୍‌ର ପ୍ରଥମ ଆଭ୍ୟନ୍ତରୀଣ ଅସନ୍ତୋଷ ଯାହା ଏକ ଭିଡିଓ କଲରେ ପ୍ରକାଶ ପାଇଛି। ଭିଡିଓ କଲରେ ଏକାଧିକ କର୍ମଚାରୀ ମାର୍କ ଜୁକରବର୍ଗକୁ ବହୁ କଠିନ ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ଏମିତିକି ଟିମୋଥବ ଆଭେନି ନାମକ ଜଣେ ସଫ୍ଟେଓ୍ଵୟାର ଇଞ୍ଜିନିୟର ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ ସେ ସଶସ୍ତ୍ର ଘୃଣା ସପକ୍ଷରେ ନାହାନ୍ତି। ଏଣୁ କମ୍ପାନୀ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି।

ଏ ଅବସରରେ ଜୁକରବର୍ଗ ଓ ଫେସବୁକ୍‌ ସିଓଓ ଶେରିଲ୍‌ ସ୍ୟାଣ୍ଡବର୍ଗ ଭିଡିଓ କନ୍‌ଫରେନ୍ସରେ ଜନ ଅଧିକାର ନେତାମାନଙ୍କ ସହ ଜାତିଆଣ ବିଷୟ, ନିର୍ବାଚନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

 

କେବଳ ଫେସ୍‌ବୁକ୍‌ରେ ନୁହେଁ ଟ୍ରମ୍ପଙ୍କ ଏହି ବୟାନ ପାଇଁ ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡିଆ ‘ଟ୍ଵିଟର’ ସହ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ଯୁକ୍ତିତର୍କ ହୋଇଯାଇଛି। ତେଣୁ ଟ୍ରମ୍ପ ଏକ ନୋଟିସ୍‌ ଜାରି କରି କହିଛନ୍ତି ଯେ ବ୍ୟବହାରକାରୀଙ୍କ ପୋଷ୍ଟ ପାଇଁ ସମ୍ପୃକ୍ତ ସୋସିଆଲ ମିଡିଆ ଦାୟୀ ରହିବ ନାହିଁ।

WCW 11

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

13 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

16 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

23 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି, ଡାକ୍ତର କଲେ ମୃତ ଘୋଷଣା

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

25 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

1 hour ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

1 hour ago