Categories: ଟେକ୍

ହ୍ୟାକ ହେଲା ଫେସବୁକର ଟ୍ୱିଟର ଓ ଇନଷ୍ଟାଗ୍ରାମ ଆକାଉଣ୍ଟ

ଶୁକ୍ରବାର ସନ୍ଧ୍ୟାରେ ହ୍ୟାକ ହୋଇଛି ଫେସବୁକର ଟ୍ୱିଟର ଓ ଇନଷ୍ଟାଗ୍ରାମ ଆକାଉଣ୍ଟ । ତେବେ ଏହାକୁ OurMine ଗ୍ରୁପ ହ୍ୟାକ କରିଛି ବୋଲି ଦାବି କରିଛି । ଏହି ଗୃପର କହିବା ଅନୁଯାୟୀ ସେ ଗତ ସପ୍ତାହରେ NFL ଓ ESPNର ସୋସିଆଲ ମିଡ଼ିଆ ଆକାଉଣ୍ଟକୁ ହ୍ୟାକ କରିଥିଲା । ଯଦିଓ ହ୍ୟାକ କରାଯାଇଥିବା ଆକାଉଣ୍ଟ ମାତ୍ର 30 ମିନିଟ ମଧ୍ୟରେ ନର୍ମାଲ ହୋଇଯାଇଥିଲା ।

ତେବେ ନିଜକୁ ଦାୟୀ କରିଥିବା OurMine ଗ୍ରୁପ ଫେସବୁକର ଟ୍ୱିଟର ଆକାଉଣ୍ଟ ଦ୍ୱାରା ଅନେକ ପୋଷ୍ଟ କରିଛି । ତାସହିତ ମେସେଞ୍ଜର ଆକାଉଣ୍ଟରେ ମଧ୍ୟ କିଛି ପୋଷ୍ଟ କରିଛି । ଏକ ରିପୋର୍ଟ ଅନୁଯାୟୀ ଡିଲିଟ କରାଯିବା ପୂର୍ବରୁ ସେମ ପୋଷ୍ଟ ଅନେକଥର ପୋଷ୍ଟ କରାଯାଇଥିଲା । ତେବେ ଏହି ସାଇଟ ଟ୍ୱିଟରରେ କିଛି ଫଟୋ ମଧ୍ୟ ସେୟାର କରିଛି । ଏହି ମେସେଜ ଟ୍ୱିଟରର ଅଫିସିଆଲ ମେସେଞ୍ଜର ହ୍ୟାଣ୍ଡେଲରୁ ମଧ୍ୟ ପୋଷ୍ଟ କରାଯାଇଥିଲା ।

ଏକ ଷ୍ଟେଟମେଣ୍ଟରେ ଟ୍ୱିଟର କହିଥିଲା ଯେ ହ୍ୟାକିଂ ଥାର୍ଡ଼ ପାର୍ଟି ପ୍ଲାଟଫର୍ମ ଦ୍ୱାରା କରାଯାଇଥିଲା । ତେବେ କମ୍ପାନୀର କହିବା ଅନୁଯାୟୀ ଯେତେବେଳେ ହ୍ୟାକିଂ ପରେ ଏହାର ସୂଚନା ମିଳିଥିଲା ଆମେ ସଙ୍ଗେ ସଙ୍ଗେ ହ୍ୟାକ କରାଯାଇଥିବା ଆକାଉଣ୍ଟକୁ ଲକ କରିଥିଲୁ ଏବଂ ଏହାକୁ ରିଷ୍ଟୋର କରିବା ପାଇଁ ଫେସବୁକରେ ଆମର ପାର୍ଟନରସ ମାନେ କାମ କରୁଛନ୍ତି ।

OurMine ଗ୍ରୁପ ଅଫିସିଆଲ ଫେସବୁକ ଏବଂ ମେସେଞ୍ଜର ଇନଷ୍ଟାଗ୍ରାମ ଆକାଉଣ୍ଟକୁ ହ୍ୟାକ କରିଥିଲା । ତେବେ ପବ୍ଲିକେସନ ଏହାର ଫଟୋକୁ ମଧ୍ୟ ସେୟାର କରିଛି । ଏକ ରିପୋର୍ଟରେ କୁହାଯାଇଛି ଯେ ଫେସବୁକ ନିଜେ ହ୍ୟାକ ହୋଇନାହିଁ ନା ହିଁ ଟ୍ୱିଟରରେ ହ୍ୟାକିଂ ହୋଇଛି । ହୁଏତ ଏହା ଥାର୍ଡ଼ ପାର୍ଟି ସର୍ଭିସ Khoros ଦ୍ୱାରା ପଠାଯାଇଛି ଯାହାକୁ NFL ଆକାଉଣ୍ଟରୁ ହାଇଜ୍ୟାକଡ ଟ୍ୱିଟ ପଠାଇବା ପାଇଁ ବ୍ୟବହାର କରାଯାଇଥିଲା । ତେବେ Khoros ଇନଷ୍ଟାଗ୍ରାମରେ ମଧ୍ୟ ପୋଷ୍ଟ ପବ୍ଲିସ କରିପାରେ । ବର୍ତ୍ତମାନ ପର୍ଯ୍ୟନ୍ତ ଫେସବୁକ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

KNews Bureau

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

1 min ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

11 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

14 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

47 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

49 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago