ଟେକ୍

ଗୁଗଲ୍ ଲଞ୍ଚ କଲା ‘Look To Speak’ ଆପ୍, ଏବେ ଆଖିର ଇସାରାରେ ଶୁଣିପାାରିବେ ଲେଖାଯାଇଥିବା ମେସେଜ୍

ଗୁଗଲ୍ ଏକ ନୂଆ ଆପ୍ ଲଞ୍ଚ କରିଛି। ଏହି ଆପ୍ ଜରିଆରେ କଥା କହିପାରୁନଥିବା ଲୋକମାନେ ନିଜ କଥା କହିପାରିବେ। ଯାହାର ନାଁ ରହିଛି ‘ଲୁକ୍ ଟୁ ସ୍ପିକ୍’ ଆପ୍। ଏହି ଆପ୍ ଆଖି ସାହାଯରେ ଫୋନ୍ ରେ ଲେଖାଯାଇଥିବା ଟେକ୍ସକୁ ଜୋରରେ ପଢି ସାମ୍ନା ଲୋକଙ୍କୁ ଜଣାଇବ। ଏହି ଆପ୍ କଥା କହବିରେ ସମସ୍ଯା ହେଉଥିବା ଲୋକମାନଙ୍କ ପାଇଁ ଲାଭକାରୀ ହେବ।

ଏହି ଆପ୍ Google Play Store ଜରିଆରେ ସମସ୍ତ ଆଣ୍ଡ୍ରୋଏଡ୍ ୱନ ଡିଭାଇସ୍ ଏବଂ ଆଣ୍ଡ୍ରୋଏଡ୍ ୯.୦ ରୁ ଉପର ଭର୍ସନ ପାଇଁ ଉପଲବ୍ଧ ହେବ। ଏଥିସହ ଏହି ଆପ୍ ରେ ଅନେକ ଅପ୍ସନ୍ ମଧ୍ଯ ଦିଆଯାଇଛି, ଯାହା ସାହାଯ୍ଯରେ ବ୍ଯବହାରକାରୀ ଏହାକୁ ନିଜ ହିସାବରେ ସେଟ୍ କରିପାରିବେ।

ଏପରି କାମ କରିଥାଏ ଏହି ଆପ୍

ଆପ୍ କୁ ବ୍ଯବହାର କରିବା ପାଇଁ ଆପଣଙ୍କୁ ଫୋନକୁ ସ୍ଥିର ରଖିବାକୁ ପଡିବ। ଏହାପରେ ଆପଣଙ୍କୁ ଫୋନରେ ଲେଖାଯାଇଥିବା ଟ୍ଯାକ୍ସକୁ ଦେଖିବାକୁ ପଡିବ। ଯଦି ଆପଣ ଉପରକୁ ଦେଖନ୍ତି ତେବେ ଏହି ଆପ୍ ସେଠାରେ ଲେଖାଥିବା ଟେକ୍ସକୁ ଜୋରରେ ପଢି ଶୁଣାଇବ। ସେହିଭଳି ଆପଣ ଫୋନର ଡାହାଣ, ବାମ କିମ୍ବା ତଳକୁ ଚାହିଁଲେ ସେଠାରେ ଲେଖାଯାଇଥିବା ଶଦ୍ଦକୁ ଏହି ଆପ୍ ଜୋରରେ ବୋଲି ଶୁଣାଇବ। ଏଥିପାଇଁ ଏହି ଆପ୍ ୟୁଜର୍ସଙ୍କ ଆଖିକୁ ଟ୍ରାକ୍ କରିଥାଏ।

ଏହି ଆପ୍ ରେ ପୂର୍ବରୁ ‘ଆପଣଙ୍କ ନାଁ କଣ?’, ‘ଆପଣ କେମିତି ଅଛନ୍ତି’ ଏଭଳି ଅନେକ ପ୍ରଶ୍ନ ସାମିଲ୍ କରାଯାଇଛି। ଏଥିପାଇଁ ୟୁଜର୍ସଙ୍କୁ କେବଳ ସେହି ଲେଖା ଉପରେ ନଜର ପକାଇବାକୁ ପଡିବ। ଏହାପରେ ଆପଣ ସାମ୍ନାରେ ଥିବା ଲୋକଙ୍କୁ ଯାହା ପଚାରିବାକୁ ଚାହୁଁଥିବେ ତାହା ଏହି ଆପ୍ ପଚାରିବୁଝିବ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago