ଗୁଗଲ୍ ଲଞ୍ଚ କଲା ‘Look To Speak’ ଆପ୍, ଏବେ ଆଖିର ଇସାରାରେ ଶୁଣିପାାରିବେ ଲେଖାଯାଇଥିବା ମେସେଜ୍

ଗୁଗଲ୍ ଏକ ନୂଆ ଆପ୍ ଲଞ୍ଚ କରିଛି। ଏହି ଆପ୍ ଜରିଆରେ କଥା କହିପାରୁନଥିବା ଲୋକମାନେ ନିଜ କଥା କହିପାରିବେ। ଯାହାର ନାଁ ରହିଛି ‘ଲୁକ୍ ଟୁ ସ୍ପିକ୍’ ଆପ୍। ଏହି ଆପ୍ ଆଖି ସାହାଯରେ ଫୋନ୍ ରେ ଲେଖାଯାଇଥିବା ଟେକ୍ସକୁ ଜୋରରେ ପଢି ସାମ୍ନା ଲୋକଙ୍କୁ ଜଣାଇବ। ଏହି ଆପ୍ କଥା କହବିରେ ସମସ୍ଯା ହେଉଥିବା ଲୋକମାନଙ୍କ ପାଇଁ ଲାଭକାରୀ ହେବ।

ଏହି ଆପ୍ Google Play Store ଜରିଆରେ ସମସ୍ତ ଆଣ୍ଡ୍ରୋଏଡ୍ ୱନ ଡିଭାଇସ୍ ଏବଂ ଆଣ୍ଡ୍ରୋଏଡ୍ ୯.୦ ରୁ ଉପର ଭର୍ସନ ପାଇଁ ଉପଲବ୍ଧ ହେବ। ଏଥିସହ ଏହି ଆପ୍ ରେ ଅନେକ ଅପ୍ସନ୍ ମଧ୍ଯ ଦିଆଯାଇଛି, ଯାହା ସାହାଯ୍ଯରେ ବ୍ଯବହାରକାରୀ ଏହାକୁ ନିଜ ହିସାବରେ ସେଟ୍ କରିପାରିବେ।

ଏପରି କାମ କରିଥାଏ ଏହି ଆପ୍

goggleଆପ୍ କୁ ବ୍ଯବହାର କରିବା ପାଇଁ ଆପଣଙ୍କୁ ଫୋନକୁ ସ୍ଥିର ରଖିବାକୁ ପଡିବ। ଏହାପରେ ଆପଣଙ୍କୁ ଫୋନରେ ଲେଖାଯାଇଥିବା ଟ୍ଯାକ୍ସକୁ ଦେଖିବାକୁ ପଡିବ। ଯଦି ଆପଣ ଉପରକୁ ଦେଖନ୍ତି ତେବେ ଏହି ଆପ୍ ସେଠାରେ ଲେଖାଥିବା ଟେକ୍ସକୁ ଜୋରରେ ପଢି ଶୁଣାଇବ। ସେହିଭଳି ଆପଣ ଫୋନର ଡାହାଣ, ବାମ କିମ୍ବା ତଳକୁ ଚାହିଁଲେ ସେଠାରେ ଲେଖାଯାଇଥିବା ଶଦ୍ଦକୁ ଏହି ଆପ୍ ଜୋରରେ ବୋଲି ଶୁଣାଇବ। ଏଥିପାଇଁ ଏହି ଆପ୍ ୟୁଜର୍ସଙ୍କ ଆଖିକୁ ଟ୍ରାକ୍ କରିଥାଏ।

ଏହି ଆପ୍ ରେ ପୂର୍ବରୁ ‘ଆପଣଙ୍କ ନାଁ କଣ?’, ‘ଆପଣ କେମିତି ଅଛନ୍ତି’ ଏଭଳି ଅନେକ ପ୍ରଶ୍ନ ସାମିଲ୍ କରାଯାଇଛି। ଏଥିପାଇଁ ୟୁଜର୍ସଙ୍କୁ କେବଳ ସେହି ଲେଖା ଉପରେ ନଜର ପକାଇବାକୁ ପଡିବ। ଏହାପରେ ଆପଣ ସାମ୍ନାରେ ଥିବା ଲୋକଙ୍କୁ ଯାହା ପଚାରିବାକୁ ଚାହୁଁଥିବେ ତାହା ଏହି ଆପ୍ ପଚାରିବୁଝିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.