Below header

କୋର୍ଟରେ ହଜାର ହେଲେ ପାଠକ ବାପା,ପୁଅ : ଉଭୟଙ୍କ ନାଁରେ ଖାରବେଳନଗର ଥାନାରେ ମାମଲା

ଭୁବନେଶ୍ବର: ଆକାଶ ପାଠକକୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମ୍‌ବ୍ରାଞ୍ଚ । ଗତକାଲି ରିମାଣ୍ଡ ଅନୁମତି ଦେଇଥିଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ । ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇର ଖୋଳତାଡ କରିବ କ୍ରାଇମ୍‌ବ୍ରାଞ୍ଚ। ପୂର୍ବରୁ ଆକାଶଙ୍କ ନାଁରେ ଟାଟା ମୋଟର୍ସ ତରଫରୁ କ୍ରାଇମବ୍ରାଞ୍ଚ ସାଇବର ସେଲରେ ଅଭିଯୋଗ ହୋଇଥିଲା। ଖାରବେଳ ନଗର ଥାନାରେ ବି ଅଭିଯୋଗ ହୋଇଥିଲା । ନିଜକୁ ଟାଟା ମୋଟର୍ସ ଏମ୍‌ଡି ପରିଚୟ ଦେଇ, ନିଯୁକ୍ତି ନାଁରେ ଲୋକଙ୍କୁ ଠକୁଥିଲେ। ଝାରପଡା ଜେଲରୁ ନେବା ପରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା ।

ବାପା ଅଭୟକାନ୍ତ ପାଠକଙ୍କୁ ମଧ୍ୟରେ କୋର୍ଟରେ ହାଜର କରାଯାଇଥିଲା । ଉଭୟଙ୍କ ନାଁରେ ଖାରବେଳନଗର ଥାନାରେ ମାମଲା ହୋଇଥିଲା । ଆଇପିସି ଧାରା ୪୧୯, ୪୨୦, ୪୬୮, ୪୭୧, ୫୦୬ ଓ ୩୪ରେ ମାମଲା ରୁଜୁ ହୋଇଛି । ଟାଟାର ଫେକ୍‌ ଆଇଡି, ଫେକ୍‌ ଅଫିସ ଓ ଇମେଲ୍‌ ଆଇଡି କରି ଜାଲିଆତି କରୁଥିଲେ ଆକାଶ। ଏ ନେଇ କ୍ରାଇମ୍‌ବ୍ରାଞ୍ଚ ଖୋଲତାଡ୍‌ ଜାରି ରହିଛି। ବ୍ରହ୍ମପୁରରେ ଯାଞ୍ଚରୁ ମିଳିଥିବା ତଥ୍ୟ ସହ ପିଏ ଡେଭିଡ୍‌ ପିଟରଙ୍କୁଠାରୁ ମିଳିଥିବା ସୂଚନା ଆଧାରରେ ଆକାଶଙ୍କୁ ଜେରା ହୋଇପାରେ।

ଠକେଇ ସମ୍ପର୍କରେ ପିଟର ଯେଉଁ ସବୁ ତଥ୍ୟ ଦେଇଛି । ତାକୁ ନେଇ ଜେରା କରାଯିବ। ସେହିଭଳି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଟଣା ହୋଇ ପାରନ୍ତି । ପାଠକ ବାପା ପୁଅଙ୍କ ଜାଲିଆତିର ପ୍ରଦୀପଙ୍କ ମଧ୍ୟ ସମ୍ପୃକ୍ତି ରହିଛି । ଅଧିକ ଖୋଳତାଡ ପାଇଁ ରିମାଣ୍ଡରେ ନେଇପାରେ କ୍ରାଇମବ୍ରାଞ୍ଚ । ଏବେ ସେ ଗିରଫ ହୋଇ ଝରପଡା ଜେଲରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.