‘ଦୁର୍ଗାମତି’ର ଏହି ଭିଡିଓ ଦେଖିଲେ ଟାଙ୍କୁରୀ ଉଠିବ ଆପଣଙ୍କ ଲୋମ, ଦେଖନ୍ତୁ ଭିଡିଓ

ଅଭିନେତ୍ରୀ ଭୂମି ପେଡନେକରଙ୍କ ଅଭିନୀତ ଫିଲ୍ମ ‘ଦୁର୍ଗାମତି’ ରିଲିଜକୁ ପ୍ରଶଂସକମାନେ ଉତ୍ସାହର ସହିତ ଚାହିଁ ରହିଛନ୍ତି। ଫିଲ୍ମ ନିର୍ମାତାଙ୍କ ସହଯୋଗରେ ଆମାଜନ ପ୍ରାଇମ ଭିଡିଓ କାଲି ମୁମ୍ବାଇରେ ପ୍ରତିଷ୍ଠିତ ଦାଦାସାହେବ ଫାଲକେ ଚିତ୍ରନଗରି ଅର୍ଥାତ୍ ଫିଲ୍ମସିଟିରେ ଏକ ନିଆରା ଢ଼ଙ୍ଗରେ ଉନ୍ମୋଚନ କରିଛି। ଫିଲ୍ମ ସିଟିରେ ଥିବା ଏକ ହ୍ରଦରେ ଫିଲ୍ମର ଭିଡିଓକୁ ଅନାବରଣ କରାଯାଇଛି।

କାଲି ଆୟୋଜିତ ହୋଇଥିବା କାର୍ଯ୍ଯକ୍ରମକୁ ଅକ୍ଷୟ କୁମାର ଟ୍ବିଟ କରି ଲେଖିଛନ୍ତି, ‘ଏହିଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କାଲି ରାତିରେ କରାଯାଇଥିଲା। ଯେଉଁଥିରେ ହ୍ୟାସଟ୍ୟାଗ ଦୁର୍ଗାମତିର ଏକ କ୍ଳିପ୍ ସେୟାର କରାଯାଇଛି।‘ ଭୂମି ମଧ୍ୟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାକୁ ସେୟାର କରିଛନ୍ତି। ଜି.ଅଶୋକଙ୍କ ଦ୍ବାରା ଲିଖିତ ଏବଂ ନିର୍ଦ୍ଦେଶିତ ‘ଦୁର୍ଗାମତି’ ଏକ ରୋମାଞ୍ଚକର ଯାତ୍ରା। ଯାହା ଏକ ନିର୍ଦ୍ଦୋଷ ସରକାରୀ ଅଧିକାରୀଙ୍କ କାହାଣୀ। ଯାହାକୁ ଶକ୍ତିଶାଳୀ ତାକତ ସହ ଜଡ଼ିତ ଏକ ଷଡ଼ଯନ୍ତ୍ରର ଶିକାର କୁହାଯାଉଛି।

ଏହି ଫିଲ୍ମଟି ବିକ୍ରମ ମାଲହୋତ୍ରାଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି, ଯାହା ଅକ୍ଷୟ କୁମାରଙ୍କ ଦ୍ୱାରା ‘କେପ୍ ଅଫ୍ ଗୁଡ୍ ଫିଲ୍ମସ୍’ ବ୍ୟାନରରେ ଭୂଷଣ କୁମାରଙ୍କ ଟି-ସିରିଜ୍ ବ୍ୟାନରରେ ଉପସ୍ଥାପିତ ହୋଇଛି। ଏହି ଫିଲ୍ମରେ ଅର୍ଶଦ ୱାର୍ସି, ଜିଶୁ ସେନଗୁପ୍ତା ଏବଂ ମାହି ଗିଲଙ୍କ ସହ ଭୂମି ପେଡନେକର ଏବଂ କରଣ କାପାଡିଆ ମଧ୍ୟ ଅଭିନୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.