ବରଯାତ୍ରୀ ହୋଇ ଆସିଥିଲେ ହେଲେ ଶବ ହୋଇ ଫେରିଲେ, ପରିତ୍ୟକ୍ତ କୂଅରୁ ମିଳିଲା ନିଖୋଜ ଯୁବକଙ୍କ ମୃତଦେହ

ଟାଙ୍ଗୀ : ନିଖୋଜ ହେବାର ୨ ଦିନ ପରେ କୂଅ ଭିତରୁ ମିଳିଲା ଯୁବକଙ୍କ ମୃତଦେହ। ଖୋର୍ଦ୍ଧା ଜିଲ୍ଲା ଜଙ୍କିିଆ ଥାନା ରମ୍ଭାବିଲୀ ଗାଁର ଏକ ପରିତ୍ୟକ୍ତ କୂଅରୁ ମିଳିଛି ମୃତଦେହ। ମୃତ ଯୁବକ ହେଉଛନ୍ତି ନିରାକାରପୁରର ବିକାଶ ସାହୁ।

ମିଳିଥିବା ସୂଚନା ଅନୁଯାୟୀ, ବିକାଶ ଗତ ୯ ତାରିଖରେ ରମ୍ଭାବିଲା ଗାଁକୁ ଏକ ବିବାହକୁ ଯୋଗ ଦେବାକୁ ଆସି ଆଉ ଘରକୁ ଫେରିନଥିଲେ। ବହୁ ଖୋଜାଖୋଜି ପରେ ବିକାଶର ପତ୍ତା ମିଳିନଥିଲା। ଆଜି ସକାଳୁ କୂଅ ଭିତରେ ମୃତଦେହ ଭାସୁଥିବା ଦେଖି ଗାଁଲୋକେ ଖବର ଦେଇଥିଲେ।

ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ତେବେ ବିକାଶଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଜଙ୍କିଆ ପୋଲିସ ଏନେଇ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.