ଟେକ୍

ଗୁଗୁଲର ବଡ ଅପଡେଟ୍ : ସ୍କାମ ମେସେଜ୍ ଉପରେ କ୍ଲିକ୍ କରିବା ପୂର୍ବରୁ ଆପଣଙ୍କୁ ମିଳିବ ୱାର୍ଣ୍ଣିଙ୍ଗ

ଗୁଗୁଲ ନିଜର ଲକ୍ଷ ଲକ୍ଷ ଆଣ୍ଡ୍ରଏଡ୍ ୟୁଜର୍ସଙ୍କୁ ଅନଲାଇନ୍ ସ୍କାମର ଶିକାର ହେବାରୁ ରକ୍ଷା କରିବା ପାଇଁ ଏକ ନୂଆ ଅପ୍‌ଡେଟ୍‌ ଜାରି କରିବାକୁ ଯାଉଛି । ଏହି ଅପଡେଟ୍ ରିଲିଜ୍ ହେବା ପରେ ୟୁଜର୍ସଙ୍କ ଫୋନକୁ ଆସୁଥିବା ନକଲି ଲିଙ୍କ ଭଳି ମେସେଜ୍‌ର ୱାର୍ଣ୍ଣିଙ୍ଗ ଦିଆଯିବ । ତେବେ ଆପଣ କିପରି ସେହି ମେସେଜ୍‌ ଓପନ୍‌ ନ କରିବେ, ସେନେଇ ୱାର୍ଣ୍ଣିଙ୍ଗ ଦିଆଯିବ । ଗତ କିଛି ବର୍ଷ ମଧ୍ୟରେ ଅନଲାଇନ୍ ସ୍କାମ ଏବଂ ହ୍ୟାକିଂ ମାମଲା ଦ୍ରୁତ ଗତିରେ ବଢି ଚାଲିଛି । ୟୁଜର୍ସଙ୍କୁ ସୁରକ୍ଷିତ ରଖିବା ପାଇଁ ଟେକ୍ କମ୍ପାନୀ ଏହି ସିକ୍ୟୁରିଟି ଫିଚର ଆଣିବାକୁ ନିଷ୍ପତ୍ତି ନେଇଛି ।

ସୂଚନା ଅନୁଯାୟୀ, ଗୁଗୁଲ ଖୁବ ଶୀଘ୍ର ଏହି ଅପଡେଟ୍ ରିଲିଜ୍ କରିପାରେ । ଗୁଗୁଲ ଏହାର ମେସେଜ୍ ଆପରେ ଏହି ଫିଚର ସାମିଲ ହେବାକୁ ଯାଉଛି । ଯାହା ମାଧ୍ୟମରେ ୟୁଜର୍ସମାନେ ଫୋନରେ ଆସୁଥିବା ସ୍କାମର କୌଣସି ପ୍ରକାରର ଲିଙ୍କ ଖୋଲିବା ପୂର୍ବରୁ ୱାର୍ଣ୍ଣିଙ୍ଗ ପାଇପାରିବେ । ଏହି ଅପ୍‌ଡେଟ୍‌ ରିଲିଜ୍ ହେବା ପରେ, ୟୁଜର୍ସମାନେ ଗୁଗୁଲ୍ ମେସେଜ୍‌ରେ ଏକ ଲିଙ୍କ୍ ଥିବା ଏକ ମେସେଜ୍ ଖୋଲିବା ମାତ୍ରେ ସେମାନଙ୍କୁ ଏକ ପପ୍-ଅପ୍ ୱାର୍ଣ୍ଣିଙ୍ଗ ମିଳିଯିବ । ବିଶେଷକରି ୟୁଜର୍ସମାନଙ୍କୁ ଅଜ୍ଞାତ ନମ୍ବରରୁ ଆସୁଥିବା ମେସେଜ୍ ବିରୁଦ୍ଧରେ ୱାର୍ଣ୍ଣିଙ୍ଗ ଦିଆଯିବ । ତଥାପି ଏହା ୟୁଜର୍ସମାନଙ୍କ ଉପରେ ନିର୍ଭର କରେ, ଯେ ସେମାନେ ଏହି ୱାର୍ଣ୍ଣିଙ୍ଗ କଣ୍ଟିନିୟୁ କରିବେ କିମ୍ବା ଏହାକୁ କ୍ୟାନ୍ସସଲ କରିବେ ।

ଏହି ଫିଚର ବର୍ତ୍ତମାନ ପିକ୍ସେଲ ଡିଭାଇସରେ ଦେଖିବାକୁ ମିଳିଛି । ଟିପଷ୍ଟର ଦ୍ୱାରା ସେୟାର ହୋଇଥିବା ସ୍କ୍ରିନସଟରେ, ଏହା ଦେଖାଯାଇପାରେ ଯେ ୟୁଜର୍ସମାନଙ୍କୁ ଏକ ଅଜ୍ଞାତ ନମ୍ବରରୁ ମେସେଜ୍‌ ଆସିବା ମାତ୍ରେ ଏହାକୁ ଓପନ୍‌ କରିବା ପୂର୍ବରୁ ୟୁଜର୍ସମାନଙ୍କ ସାମ୍ନାକୁ ଏକ ପପ୍-ଅପ୍ ସ୍କ୍ରିନ୍ ଓପନ୍‌ କରିବା ପାଇଁ ଅପ୍‌ସନ୍‌ ଦିଆଯିବ । ଏହି ସ୍କ୍ରିନ୍‌ରେ ୟୁଜର୍ସଙ୍କୁ ୱାର୍ଣ୍ଣିଙ୍ଗ କରାଯିବ ଯେ ଏହି ମେସେଜ୍‌ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଦ୍ୱାରା ପଠାଯାଇଛି ।

ଗୁଗୁଲ ଆପଣଙ୍କୁ ଏହାର ପପ୍-ଅପ୍ ୱାର୍ଣ୍ଣିଙ୍ଗରେ ଜଣାଇବ ଯେ ଏହା ଏକ ଅଜ୍ଞାତ ନମ୍ବରରୁ ପଠାଯାଇଥିବା ମେସେଜ୍‌ ଏବଂ ଏଥିରେ ଥିବା ଲିଙ୍କ୍ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ । ଏଥିପାଇଁ ଆପଣଙ୍କୁ ଦୁଇଟି ଅପ୍‌ସନ୍‌ ମିଳିବ, ଯେପରି କଣ୍ଟିନ୍ୟୁ କର ଏବଂ କ୍ୟାନ୍ସଲ କର । ତେବେ ଯଦି ଆପଣ ମେସେଜ୍‌କୁ ଅଣଦେଖା କରିବାକୁ ଚାହାଁନ୍ତି, ତାହେଲେ ଆପଣ କ୍ୟାନ୍ସଲ ଉପରେ କ୍ଲିକ୍ କରିପାରିବେ । ଯଦି ଆପଣ ରିସ୍କ ନେବାକୁ ଏବଂ ମେସେଜ୍ ଦେଖିବାକୁ ଏବଂ ଲିଙ୍କ୍ ଖୋଲିବାକୁ ଚାହାଁନ୍ତି, ତେବେ ଆପଣ କଣ୍ଟିନ୍ୟୁ ଉପରେ କ୍ଲିକ୍ କରିପାରିବେ ।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago