ଦେଶ ବିଦେଶ

ହରିୟାଣା ସ୍କୁଲ ବସ୍‌ ଦୁର୍ଘଟଣା: ଗିରଫ ହେଲେ ପ୍ରିନ୍ସିପାଲ, ରଦ୍ଦ ହେବ ସ୍କୁଲର ଲାଇସେନ୍ସ

ହରିୟାଣାର ମହେନ୍ଦ୍ରଗଢ ଜିଲ୍ଲାରେ ହୋଇଥିବା ସ୍କୁଲ ବସ୍‌ ଦୁର୍ଘଟଣାରେ ୬ ଜଣ ପିଲାଙ୍କ ଜୀବନ ଚାଲିଯାଇଛି । ପିଲାଙ୍କ ମୃତ୍ୟୁ ପରେ ହରିୟାଣା ସରକାର ସ୍କୁଲ ପ୍ରିନି୍ସପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସ୍କୁଲ ପ୍ରିନ୍ସିପାଲ ଦିପ୍ତୀ ରାଓଙ୍କୁ ପୋଲିସ ଗିରଫ କରିଛି । ତେବେ ସ୍କୁଲର ପ୍ରିନ୍ସିପାଲଙ୍କ ଦାୟିତ୍ୱହୀନତା ସାମ୍ନାକୁ ଆସିଛି । ନିଶାରେ ଥିବା ବସ୍‌ ଡ୍ରାଇଭରଙ୍କୁ ଖେଡି ଗାଁ ଲୋକେ ରୋକିଥିଲେ । ଆଉ ଡ୍ରାଇଭର ନିଶାରେ ଥିବା ନେଇ ଲୋକେ ପ୍ରିନ୍ସିପାଲଙ୍କୁ ଜଣାଇଥିଲେ । କିନ୍ତୁ ପ୍ରିନ୍ସିପାଲ ଗାଁ ଲୋକଙ୍କୁ ଆଶ୍ୱାସନା ଦେଇଥିଲେ, ଆଜି ଡ୍ରାଇଭରଙ୍କୁ ଛାଡି ଦିଅନ୍ତୁ, କାଲିଠାରୁ ତାଙ୍କୁ ଚାକିରିରୁ ହଟାଇଦିଆଯିବ । ଯଦି ପ୍ରିନ୍ସିପାଲ ଉଚିତ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ, ତେବେ ଆଜି ପିଲାଙ୍କ ଜୀବନ ବଞ୍ଚିଯାଇଥାନ୍ତି । ବସ୍‌ ଡ୍ରାଇଭରଙ୍କ ଘର ସେହଲଙ୍ଗ ଗାଁରେ । ଦୁର୍ଘଟଣା ସମୟରେ ବସ୍‌ ଡ୍ରାଇଭର ନିଶାରେ ଥିବା ଜଣାପଡିଛି । ଏହାଛଡା ସ୍କୁଲର ଲାଇସେନ୍ସ ରଦ୍ଦ ହେବ ବୋଲି କୁହାଯାଇଛି ।

ସ୍କୁଲ ପ୍ରିନ୍ସିପାଲଙ୍କୁ ସ୍କୁଲରୁ ପୋଲିସ ଗିରଫ କରିଛି । ପୋଲିସ କିଛି କାଗଜ ମଧ୍ୟ ଜବତ କରିଛି । ତେବେ ଏହି ମାମଲାରେ ମହେନ୍ଦ୍ରଗଢ ପୋଲିସ ଅଧିକ୍ଷକ ଅର୍ଶ ବର୍ମା କହିଛନ୍ତି, ବସ୍‌ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ତାଙ୍କର ମେଡିକାଲ ଯାଞ୍ଚ ଚାଲିଛି ।

ସୂଚନାଯୋଗ୍ୟ, ହରିୟାଣାର ମହେନ୍ଦ୍ରଗଢ ଜିଲ୍ଲାରେ ଘରୋଇ ବସ୍‌ଟି ଜିଏଲ ପବ୍ଲିକ ସ୍କୁଲର ବୋଲି ଜଣାପଡିଛି । ବସ୍‌ ଉହ୍ନାଣୀ ଗାଁ ପାଖରେ ପିଲାଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ଇଦ ହୋଇଥିବା ବେଳେ ସରକାରୀ ଛୁଟି ଥିବା ବେଳେ କେତେକ ଘରୋଇ ସ୍କୁଲ ଖୋଲାଯାଇଛି । ସେଥିପାଇଁ ଏହି ଘରୋଇ ସ୍କୁଲ ଆଜି ଖୋଲାଥିଲା । ଆଉ ପିଲାଙ୍କ ସହିତ ଏଭଳି ଦୁର୍ଘଟଣା ଘଟିଗଲା । ଏଠାରେ ସ୍କୁଲ ବସ୍‌ ଓଲଟିବାରୁ ୬ ଜଣ ପିଲାଙ୍କ ଜୀବନ ଚାଲିଯାଇଛି । ଅନେକ ପିଲା ଆହତ ହୋଇଛନ୍ତି । ଆଜି ସକାଳେ ଏକ ଘରୋଇ ସ୍କୁଲ ବସ୍‌ କନିନା ପାଖରେ ଦୁର୍ଘଟଣାର ଶିକାର ହୋଇଛି । ପ୍ରଶାସନ ତରଫରୁ ୬ ଜଣ ପିଲାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଦୁର୍ଘଟଣାରେ ଆହତ ୧୫ ଜଣ ପିଲାଙ୍କ ଗୁରୁତର ବୋଲି ଜଣାପଡିଛି । ଦୁର୍ଘଟଣାରେ ଆହତ ହୋଇଥିବା ପିଲାଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁବରଣ କରିଥିବା ପିଲାଙ୍କ ପରିଜନ ଭାଙ୍ଗିପଡିଛନ୍ତି । ତେବେ ବସ୍‌ ଡ୍ରାଇଭର ନିଶା ଅବସ୍ଥାରେ ଗାଡି ଚଲାଉଥିଲା ବୋଲି ପୋଲିସ କହିଛି । ପୋଲିସ ଡ୍ରାଇଭରକୁ ଗିରଫ କରି ମେଡିକାଲ ଯାଞ୍ଚ ପାଇଁ ପଠାଯାଇଛି ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago