ଟେକ୍

ଡାଉନ୍‌ଲୋଡ୍‌ କରିବା ପୂର୍ବରୁ ଆପ୍‌କୁ କରନ୍ତୁ ତୁଳନା, ଗୁଗଲ ପ୍ଲେ-ଷ୍ଟୋରରେ ଆସିଲା ନୂଆ ଫିଚର

ସ୍ମାର୍ଟଫୋନ୍‌ କିମ୍ବା କୌଣସି ପ୍ରଡକ୍ଟ କିଣିବା ପୂର୍ବରୁ ଆମେ ତାହାକୁ ଅନ୍ୟ ପ୍ରଡକ୍ଟ ସହ ତୁଳନା କରିଥାଉ। କିନ୍ତୁ କୌଣସି ଆପ୍‌ ଡାଉନ୍‌ଲୋଡ୍‌ କରିବା ପୂର୍ବରୁ କେବେ ଏହାକୁ କାହା ସହ ତୁଳନା କରିଛନ୍ତି କି? ଯଦି ବି କେବେ ତୁଳନା କରିଥିବେ ତେବେ ସବୁ ଫିଚରକୁ ଠିକ୍‌ ଭାବେ ତଉଲିପାରିନଥିବେ। ଆପଣଙ୍କ ଏହି କାମକୁ ଟିକେ ସହଜ କରିବାକୁ ଯାଉଛି ଗୁଗଲ। ଗୁଗଲ ପ୍ଲେ ଷ୍ଟୋରରେ ଏବେ ଏକ ନୂଆ ଫିଚର ଆସିଛି, ଯାହା ୟୁଜର୍ସଙ୍କୁ ଏକାଭଳିଆ ଆପ୍‌କୁ ତୁଳନା କରି ଦେଖାଇବ। ଫଳରେ ୟୁଜର୍ସ ନିଜ ହିସାବରେ ଠିକ୍‌ ଆପ୍‌ ଚୟନ କରିପାରିବେ।

ରିପୋର୍ଟ ମୁତାବକ, Compare apps ସେକ୍ସନ୍‌ ଗୁଗଲ ପ୍ଲେ-ଷ୍ଟୋରରେ କୌଣସି ଆପ୍‌କୁ ଯିବା ପରେ ପେଜ୍‌ର ତଳେ ଦେଖିବାକୁ ମିଳିବ। ଏହି ପେଜ୍‌ରେ Similar apps ସେକ୍ସନ୍‌ର ଠିକ୍‌ ତଳେ ହିଁ ଦେଖିବାକୁ ପାଇବେ। ଆଣ୍ଡ୍ରଏଡ୍‌ ୟୁଜର ଏହି ଫିଚରର ଲାଭ ଉଠାଇପାରିବେ। ପୂର୍ବରୁ ପ୍ଲେ-ଷ୍ଟୋରରେ କୌଣସି ଆପ୍‌ ଚୟନ କରିବା ଆଗରୁ ଏହାର ରେଟିଂ ଓ ରିଭ୍ୟୁ ଦେଖିବା ସୁବିଧା ମିଳୁଥିଲା। କିନ୍ତୁ ଆପ୍‌ କମ୍ପାରିଜନ୍‌ ଆସିବା ପରେ ଆପଣ ଏହାକୁ ସହଜରେ ଚୟନ କରିପାରିବେ।

ଗୁଗଲ ପ୍ଲେ ଷ୍ଟୋରର ଏହି ଫିଚର ଆପ୍‌ର ଭର୍ସନ ୨୨.୪.୨୮ରେ ଉପଲବ୍ଧ ହେବ। ଏହି ଫିଚର ଆସିବା ପରେ ଏବେ ୟୁଜର୍ସଙ୍କୁ ଆପ୍‌ର ଲମ୍ବା ବିବରଣୀ ଓ ୟୁଜର ରିଭ୍ୟୁ ପଢ଼ିବା ବା ଡାଉନ୍‌ଲୋଡ୍‌ କରି ଡେମୋ ନେବାର ଆବଶ୍ୟକତା ପଡ଼ିବ ନାହିଁ।

WCW 11

Recent Posts

୫ ଦିନ କାଳବୈଶାଖୀ, ରାଜ୍ୟରେ ବର୍ଷା ସହିତ ଘଡ଼ଘଡି ସମ୍ଭାବନା

ଭୁବନେଶ୍ୱର : ୫ ଦିନ କାଳବୈଶାଖୀ । ଆଗାମୀ ୫ ଦିନ ପାଇଁ ରାଜ୍ୟରେ ବର୍ଷା ସହିତ ଘଡ଼ଘଡି ସମ୍ଭାବନା…

2 mins ago

Airtelର ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ, ୪୦୦ ଟଙ୍କାରୁ କମ୍ ମୂଲ୍ୟରେ ମିଳିବ ଦୁଇ ମାସରୁ ଅଧିକ ଭାଲିଡିଟି

ଏୟାରଟେଲ ହେଉଛି ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ କମ୍ପାନୀ । ଯେତେବେଳେ ଟେଲିକମ୍ ସେକ୍ଟରରେ ଶକ୍ତିଶାଳୀ ନେଟୱାର୍କ ଏବଂ ଡାଟା…

5 mins ago

ଜୁଲାଇ ୧ରୁ ଲାଗୁ ହେବ ଭାରତୀୟ ନ୍ୟାୟ ସଂହିତା, ଅକାମୀ ହେବ ପୁରୁଣା IPC ଓ CRPC

ଜୁଲାଇ ୧ରୁ ଲାଗୁ ହେବ ଭାରତୀୟ ନ୍ୟାୟ ସଂହିତା । ଏହି ପରିପ୍ରେକ୍ଷିରେ ସବୁ ରାଜ୍ୟର ଡ଼ିଜିଙ୍କ ସହ ବୈଠକ…

16 mins ago

ନିଜ ଭାଗ୍ୟକୁ ଆଦରୀ ରହୁଛନ୍ତି ଦୁଇ ଛାତ୍ରୀ, ପାଠ ପଢ଼ିବାରେ ବାଧକ ସାଜୁଛି ଟଙ୍କା

ବ୍ରହ୍ମପୁର (କେନ୍ୟୁଜ): ପାଠ ପଢ଼ିବାକୁ ମନ ଦୁଇ ଛାତ୍ରୀଙ୍କର । ହେଲେ ଅର୍ଥାଭାବ ଯୋଗୁଁ ଏହି ଇଚ୍ଛାକୁ ସେମାନେ ମାରିବାକୁ…

18 mins ago

କିଡ୍ନୀ ରୋଗରେ ଆକ୍ରାନ୍ତ ମାନସ, ଭଲ ହେବେ କେମିତି ସେହି ଚିନ୍ତାରେ ଘର ଲୋକେ

ଜଗତସିଂପୁର (କେନ୍ୟୁଜ) : ହସଖୁସିରେ ଚଳୁଥିଲା ପ୍ରମୋଦ ମଲ୍ଲିକଙ୍କ ପରିବାର । ହଠାତ ବର୍ଷକ ତଳେ ପରିବାର ଉପରେ ଯେମିତି…

22 mins ago

ଦୁଇଜଣ ନିଯୁକ୍ତ ପାଇଛନ୍ତି ମାସକୁ ମାସ ଦରମା ବି ପାଉଛନ୍ତି, ହେଲେ ଦେଖାନାହିଁ ଡାକଘରେ

ହରଭଙ୍ଗା (କେନ୍ୟୁଜ) : ୬ ମାସ ହେଲା ଖୋଲିଛି । ଦୁଇଜଣ ନିଯୁକ୍ତି ବି ହୋଇଛନ୍ତି । ହେଲେ ଦିନେ…

24 mins ago