Below header

ଡାଉନ୍‌ଲୋଡ୍‌ କରିବା ପୂର୍ବରୁ ଆପ୍‌କୁ କରନ୍ତୁ ତୁଳନା, ଗୁଗଲ ପ୍ଲେ-ଷ୍ଟୋରରେ ଆସିଲା ନୂଆ ଫିଚର

ସ୍ମାର୍ଟଫୋନ୍‌ କିମ୍ବା କୌଣସି ପ୍ରଡକ୍ଟ କିଣିବା ପୂର୍ବରୁ ଆମେ ତାହାକୁ ଅନ୍ୟ ପ୍ରଡକ୍ଟ ସହ ତୁଳନା କରିଥାଉ। କିନ୍ତୁ କୌଣସି ଆପ୍‌ ଡାଉନ୍‌ଲୋଡ୍‌ କରିବା ପୂର୍ବରୁ କେବେ ଏହାକୁ କାହା ସହ ତୁଳନା କରିଛନ୍ତି କି? ଯଦି ବି କେବେ ତୁଳନା କରିଥିବେ ତେବେ ସବୁ ଫିଚରକୁ ଠିକ୍‌ ଭାବେ ତଉଲିପାରିନଥିବେ। ଆପଣଙ୍କ ଏହି କାମକୁ ଟିକେ ସହଜ କରିବାକୁ ଯାଉଛି ଗୁଗଲ। ଗୁଗଲ ପ୍ଲେ ଷ୍ଟୋରରେ ଏବେ ଏକ ନୂଆ ଫିଚର ଆସିଛି, ଯାହା ୟୁଜର୍ସଙ୍କୁ ଏକାଭଳିଆ ଆପ୍‌କୁ ତୁଳନା କରି ଦେଖାଇବ। ଫଳରେ ୟୁଜର୍ସ ନିଜ ହିସାବରେ ଠିକ୍‌ ଆପ୍‌ ଚୟନ କରିପାରିବେ।

playstore

ରିପୋର୍ଟ ମୁତାବକ, Compare apps ସେକ୍ସନ୍‌ ଗୁଗଲ ପ୍ଲେ-ଷ୍ଟୋରରେ କୌଣସି ଆପ୍‌କୁ ଯିବା ପରେ ପେଜ୍‌ର ତଳେ ଦେଖିବାକୁ ମିଳିବ। ଏହି ପେଜ୍‌ରେ Similar apps ସେକ୍ସନ୍‌ର ଠିକ୍‌ ତଳେ ହିଁ ଦେଖିବାକୁ ପାଇବେ। ଆଣ୍ଡ୍ରଏଡ୍‌ ୟୁଜର ଏହି ଫିଚରର ଲାଭ ଉଠାଇପାରିବେ। ପୂର୍ବରୁ ପ୍ଲେ-ଷ୍ଟୋରରେ କୌଣସି ଆପ୍‌ ଚୟନ କରିବା ଆଗରୁ ଏହାର ରେଟିଂ ଓ ରିଭ୍ୟୁ ଦେଖିବା ସୁବିଧା ମିଳୁଥିଲା। କିନ୍ତୁ ଆପ୍‌ କମ୍ପାରିଜନ୍‌ ଆସିବା ପରେ ଆପଣ ଏହାକୁ ସହଜରେ ଚୟନ କରିପାରିବେ।

ଗୁଗଲ ପ୍ଲେ ଷ୍ଟୋରର ଏହି ଫିଚର ଆପ୍‌ର ଭର୍ସନ ୨୨.୪.୨୮ରେ ଉପଲବ୍ଧ ହେବ। ଏହି ଫିଚର ଆସିବା ପରେ ଏବେ ୟୁଜର୍ସଙ୍କୁ ଆପ୍‌ର ଲମ୍ବା ବିବରଣୀ ଓ ୟୁଜର ରିଭ୍ୟୁ ପଢ଼ିବା ବା ଡାଉନ୍‌ଲୋଡ୍‌ କରି ଡେମୋ ନେବାର ଆବଶ୍ୟକତା ପଡ଼ିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.