ଏହି ତାରିଖରେ ରିଲିଜ୍‌ ହେବ ରାଜମୌଲୀଙ୍କ ବିଗ୍‌ ବଜେଟ୍‌ ଫିଲ୍ମ RRR, ମୁଖ୍ୟ ଭୂମିକାରେ ନଜର ଆସିବେ ଏସବୁ ବଡ଼ ବଡ଼ ଷ୍ଟାର

ବାହୁବଳୀ ଓ ବାହୁବଳୀ-୨ ଭଳି ସୁପରହିଟ୍‌ ଫିଲ୍ମ ଭେଟି ଦେଇଥିବା ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲୀ ନିଜ ଆଗାମୀ ଫିଲ୍ମ RRR (ରାମା ରାଜ୍ୟ ରାବଣମ୍‌) ଉପରେ କାମ ଆରମ୍ଭ କରିଛନ୍ତି। ଏହା ଏକ ଆକ୍ସନ୍‌ ତେଲୁଗୁ ଫିଲ୍ମ। ଫିଲ୍ମଟି ତାମିଲ, ମାଲାୟାଲମ୍‌, ହିନ୍ଦୀ ଓ କନ୍ନଡ଼ ଭାଷାରେ ମଧ୍ୟ ରିଲିଜ୍‌ ହେବ। ଅକ୍ଟୋବର ୨୦୧୭ରେ ବାହୁବଳୀ ୨ ପରେ ଆଗାମୀ ପ୍ରୋଜେକ୍ଟ RRR ହେବ ବୋଲି ସେବେଠୁ ସ୍ପଷ୍ଟ କରିଥିଲେ ରାଜାମୌଲି। ଫିଲ୍ମକୁ ଡିଭିଭି ଏଣ୍ଟରଟେନ୍‌ମେଣ୍ଟ ବ୍ୟାନର ପ୍ରଡ୍ୟୁସ କରିବ।

ଫିଲ୍ମଟି ସ୍ୱାଧୀନତା ସଂଗ୍ରାମୀ ଅଲୁରୀ ସୀତାରାମ ରାଜୁ ଓ କୋମରାମ ଭୀମ୍‌ଙ୍କ ଜୀବନୀ ଉପରେ ଆଧାରିତ। ସେମାନେ ୧୮୮୨ ମାଡ୍ରାସ ଫରେଷ୍ଟ ଆକ୍ଟ ଓ ହାଇଦ୍ରାବାଦର ସ୍ୱାଧୀନତା ଆନ୍ଦୋଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଆରଆରଆର ଫିଲ୍ମରେ ମୁଖ୍ୟ ଭୂମିକାରେ ଜୁନିଅର ଏନ୍‌ଟିଆର ନଜର ଆସିବେ। ଏଥିସହ ଅଜୟ ଦେବଗନ୍‌ ଓ ଆଲିଆ ଭଟ୍ଟ ମଧ୍ୟ ଏହି ଫିଲ୍ମରେ ଅଭିନୟ କରିବେ ବୋଲି ଜଣାପଡ଼ିଛି। ରାମଚରଣ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। ତେବେ ଆସନ୍ତା ସପ୍ତାହରେ ଫିଲ୍ମର ଷ୍ଟାରକାଷ୍ଟ ସ୍ଥିର ହେବ ବୋଲି ଫିଲ୍ମ ନିର୍ମାତା କହିଛନ୍ତି।

Video Courtesy: DVV Entertainment

ଆରଆରଆର ଫିଲ୍ମ ମାର୍ଚ୍ଚ ୨୦୨୦ରେ ରିଲିଜ୍‌ ହେବାର ଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ଏହାକୁ ୫ ଅକ୍ଟୋବର ୨୦୨୦ ଯାଏଁ ଘୁଞ୍ଚାଇ ଦିଆଯାଇଥିଲା। ମାତ୍ର ଏବେ ପୁଣିଥରେ ଏହାର ରିଲିଜ୍‌ ତାରିଖକୁ ଜାନୁଆରୀ ୨୦୨୧ ଯାଏଁ ଘୁଞ୍ଚାଇ ଦିଆଯାଇଛି। ୮ ଜାନୁଆରୀ ୨୦୨୧ରେ ଫିଲ୍ମ ରିଲିଜ୍‌ ହେବ ବୋଲି ନିର୍ଦ୍ଧାରିତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.