Below header

ଦୁଇ ବର୍ଷ ଧରି ବିଛଣାରେ ପଡ଼ି ଶଢ଼ୁଥିଲା ମା’ର ମୃତଦେହ, ତଥାପି ଏକାଠି ରହିଆସୁଥିଲେ ୪ ପୁଅଝିଅ

ଆମେରିକାରେ ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଟେନେସିରେ ଜଣେ ମହିଳାଙ୍କ ମୃତଦେହ ତାଙ୍କ ମୃତ୍ୟୁର ୨ ବର୍ଷ ପରେ ତାଙ୍କ ଘରୁ ହିଁ ଜବତ କରାଯାଇଛି। ୨ ବର୍ଷ ପର୍ଯ୍ୟନ୍ତ ଏଭଳି ଅବସ୍ଥାରେ ଥିବାରୁ ମୃତଦେହ ସମ୍ପୂର୍ଣ୍ଣ ରୂପେ ପଚିସଢ଼ି ଯାଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା, ମହିଳାଙ୍କ ପିଲାମାନେ ଏହି ଦୁଇ ବର୍ଷ ପର୍ଯ୍ୟନ୍ତ ତାଙ୍କରି ସହିତ ହିଁ ରହିଆସୁଥିଲେ। ପୋଲିସ ଏବେ ଏହି ମାମଲାର ତଦନ୍ତ କରୁଛି।

ମୃତ ମହିଳାଙ୍କ ନାଁ ଲରିଣ୍ଡା ଜୋଲି, ବୟସ ୫୬ ବର୍ଷ। ତାଙ୍କ ମୃତଦେହକୁ ୨୧ ଅକ୍ଟୋବରରେ ଜବତ କରାଯାଇଥିଲା। ତାଙ୍କ କ୍ଷତବିକ୍ଷତ ଶରୀର ତାଙ୍କ ବେଡ ଉପରୁ ମିଳିଥିଲା। ମୃତଦେହକୁ କପଡ଼ା ତଳେ ଲୁଚାଯାଇଥିଲା। ଯେବେ ସ୍ଥାନୀୟ ପ୍ରଶାସନ ଉକ୍ତ ଘରକୁ ବେଆଇନ ଦଖଲ ନେଇ ନୋଟିସ ପଠାଇଥିଲା, ସେବେ ଏହି ଘଟଣା ସମ୍ପର୍କରେ ଜଣାପଡିଥିଲା। ମହିଳାଙ୍କ ଭାଇ ଏନ୍ଥନୀଙ୍କ କହିବା ଅନୁଯାୟୀ, ମୃତଦେହ ପଚିସଢ଼ି ଯାଇଥିବା ବେଳେ କେବଳ ହାଡ଼ଗୁଡ଼ିକ ହିଁ ରହିଥିଲା।

hhc

କହି ରଖୁଛୁ, ମୃତ ଲରିଣ୍ଡାଙ୍କ ୪ ସନ୍ତାନ ଅଛନ୍ତି। କିନ୍ତୁ ସେମାନେ ବୋୖଦ୍ଧିକ ରୂପେ ଦୁର୍ବଳ। ସମସ୍ତେ ସେହି ଘରେ ମା’ଙ୍କ ମୃତଦେହ ସହିତ ୨ ବର୍ଷ ଧରି ରହିଆସୁଥିଲେ। ଏନ୍ଥନୀଙ୍କ ମୁତାବକ, ଏହି ୨ ବର୍ଷ ଭିତରେ ଯେତେବେଳେ ସେ ଭଣଜା, ଭାଣେଜୀଙ୍କୁ ଫୋନ କରୁଥିଲେ, ସେତେବେଳେ ସେମାନେ ମା’ ଶୋଇଛନ୍ତି, ଏବେ କଥା ହୋଇପାରିବେନି ବୋଲି କହୁଥିଲେ। କିନ୍ତୁ ଏନ୍ଥନୀଙ୍କ ମନରେ ଯେତେବେଳେ ସନ୍ଦେହ ଜାତ ହୋଇଥିଲା, ସେ ଏ ନେଇ ପୋଲିସକୁ ଖବର ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.