ଟେକ୍

ଓଡିଆଙ୍କ ପାଇଁ ଖୁସି ଖବର, ଗୁଗୁଲରେ ସ୍ଥାନ ପାଇଲା ଓଡିଆ ଟ୍ରାନ୍ସଲେସନ ବା ଅନୁବାଦ

କେନ୍ୟୁଜ୍(ବ୍ୟୁରୋ):  ଗୁଗୁଲ ଆଣିଦେଇଛି ଓଡିଆ ୟୁଜର୍ସଙ୍କ ପାଇଁ ଖୁସି ଖବର। ଏଣିକି ଗୁଗୁଲ ଟ୍ରାନ୍ସଲେଟରରେ ୟୁଜର୍ସମାନେ ଇଂରାଜୀ ଓ ହିନ୍ଦୀ ଭାଷାର ଯେକୌଣସି ଶବ୍ଦକୁ ଓଡିଆରେ ଅନୁବାଦ କରିପରିବେ।  କେବଳ ହିନ୍ଦୀ ଓ ଇଂରାଜୀ ନୁହେଁ ଅନ୍ୟ ଭାଷାକୁ ମଧ୍ୟ  ଓଡିଆରେ ଅନୁବାଦ କରିହେବ ବୋଲି ଜଣା ପଡିଛି।

 

ବିଶ୍ବର ଲୋକପ୍ରୀୟ ସର୍ଚ୍ଚ ଇଞ୍ଜିନ ଗୁଗୁଲ ଟ୍ରାନ୍ସଲେସନ୍ ବା ଅନୁବାଦରେ ଏବେ ଓଡିଆ ଭାଷା ଯୋଡି ହୋଇଛି।  ଗୁଗୁଲ ତରଫର ଜାରି କରାଯାଇଥିବା  ଘୋଷଣାରେ  କୁହାଯାଇଛି ଯେ ଓଡିଆ ସମେତ ମୋଟ ୫ଟି ନୂଆ ଭାଷା ମଧ୍ୟ ଏହି ଅନୁବାଦରେ ସ୍ଥାନ  ପାଇଛି।  ଏବେ ହିନ୍ଦୀ  ବଙ୍ଗାଳୀ ଓ ଅନ୍ୟ ଭାରତୀୟ  ଭାଷା ପରି  ଓଡିଆ ଭାଷାକୁ ମଧ୍ୟ ବିଭିନ୍ନ ଶବ୍ଦ ଓ ବାକ୍ୟ ଅନୁବାଦ କରାଯାଇପାରିବ। ଏବେ ଏହି ଅନୁବାଦ ପରୀକ୍ଷାମୂଳକ ଭାବେ ରଖାଯାଇଛି ଓ ଆଗାମୀ ଦିନରେ ଏହା ସମ୍ପୂର୍ଣ୍ଣଭାବେ ଉପଲବ୍ଧ ହେବ ବୋଲି ଗୁଗୁଲ ତରଫରୁ କୁହାଯାଇଛି।

ଗୁଗୁଲ ଟ୍ରାନ୍ସଲେସନର  ସଫ୍ଟୱେର ଇଞ୍ଜିନିୟରଙ୍କ କହିବା  ମୁତାବକ ବ୍ୟାପକ କଣ୍ଟେଣ୍ଟର ଅଭାବ କାରଣରୁ ଅନୁବାଦ କାମରେ  ବିଳମ୍ବ ହେଉଥିଲା। ତେବେ ଗୁଗୁଲର ମେସିନ ଲର୍ଣ୍ଣିଂ ଟେକ୍ନୋଲୋଜି କାରଣରୁ ଏବଂ ଗୁଗୁଲ ଟାନ୍ସଲେଟ କମ୍ୟୁନିଟି ଜଡିତ ହୋଇ କାମ  କରିବା  କାରଣରୁ ୫ଟି ଭାଷା ଯୋଡିହୋଇପାରୁଛି। ଏହି  ଭାଷା ଓଡିଆ, କିନ୍ୟାରୱାଣ୍ଡା, ଟାଟାର, ତୁର୍କମେନ ଓ ଉଇଘର ଗୁଗୁଲ  ଟ୍ରାନ୍ସଲେସନରେ ସାମିଲ ହୋଇ ପାରିଛି।

ଗୁଗୁଲର ସୂଚନା ଅନୁଯାୟୀ ପାଖାପାଖି ୭୫ ମଲିୟନ ଲୋକ ଏହି ଭାଷା ଗୁଡିକୁ ବ୍ୟବହାର କରୁଛନ୍ତି।  ଗତ ୪ ବର୍ଷରେ ୫ଟି ଭାଷା ଯୋଡି ହୋଇଛି।  ଗୁଗୁଲ ଟ୍ରାନ୍ସଲେଟରେ ପାଖାପାଖି ଆଉ ୧୦୮ଟି ଭାଷା ଯୋଡା ଯିବାର ସୂଚନା ରହିଛି।

 

 

KNews Bureau

Recent Posts

ମୁମ୍ବାଇ: ଛକ୍କା ମାରି ହଠାତ୍‌ ତଳେ ପଡ଼ିଗଲେ ଯୁବକ, ହୃଦ୍‌ଘାତରେ ହେଲା ମୃତ୍ୟୁ

କ୍ରିକେଟ୍‌ ଖେଳିବା ସମୟରେ ହଠାତ୍‌ ଆସିଲା ହୃଦ୍‌ଘାତ । ଫଳରେ ସେଇଠି ହିଁ ଟଳିପଡ଼ିଲେ ଯୁବକ । ଘଟଣା ଘଟିଛି…

6 mins ago

କେବେ ଆରମ୍ଭ ହୋଇଥିଲା World Bicycle Day? ଜାଣନ୍ତୁ କ’ଣ ଥିଲା ଏହାର ଉଦ୍ଦେଶ୍ୟ

ସାଇକେଲ ଚଳାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ । ସେଥିପାଇଁ ପ୍ରତିବର୍ଷ ବିଶ୍ୱ ସାଇକେଲ ଦିବସ ଆଜି ଅର୍ଥାତ୍…

6 mins ago

ଟି୨୦ ବିଶ୍ୱକପ : ଅଧିନାୟକ ରୋହିତ ଶର୍ମାଙ୍କ ଫଟୋକୁ ନେଇ କରାଯାଇଛି କଦର୍ଥ, ଫ୍ୟାନ୍‌ ଦେଲେ ମୁହଁତୋଡ ଜବାବ

ଆଇସିସି ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ ହୋଇଛି । ଲଗାତାର ଦ୍ୱିତୀୟ ଥର ପାଇଁ ରୋହିତ ଶର୍ମା ଭାରତୀୟ ଟିମର…

29 mins ago

ହସପିଟାଲ ବେଡରୁ ଦୁବାଇ ପାର୍ଟିରେ ପହଞ୍ଚିଲେ ରାକ୍ଷୀ ! ଫ୍ୟାନ୍ସ କଲେ ଟ୍ରୋଲ

ରାକ୍ଷୀ ସାୱନ୍ତ ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିଛି…

44 mins ago

ଗୋଟିଏ ମିନିଟରେ ହେବ ସ୍ମାର୍ଟଫୋନ ଚାର୍ଜ, ଆସିଲା ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି

ସ୍ମାର୍ଟଫୋନ୍ ଓ ଇଲେକ୍ଟ୍ରିକ୍‌ ଗାଡ଼ି ର ଆବଶ୍ୟକତା ଆମ ଜୀବନରେ ବଢ଼ିବାରେ ଲାଗିଛି । ଏହି ସ୍ମାର୍ଟଫୋନ ଓ ଇଲେକ୍ଟ୍ରିକ୍‌…

1 hour ago

ଶ୍ରୀଲଙ୍କାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ; ୧୦ ଜଣଙ୍କ ମୃତ୍ୟୁ, ୬ ନିଖୋଜ

ଶ୍ରୀଲଙ୍କାରେ ତାଣ୍ଡବ ରଚିଛି ବର୍ଷା । ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁ ସୋମବାର ସ୍କୁଲଗୁଡ଼ିକୁ ବନ୍ଦ କରି ଦିଆଯାଇଛି ।…

2 hours ago