ଟେକ୍

୨୦୨୨ର ପ୍ରଥମ ଡିଜିଟାଲ ଷ୍ଟ୍ରାଇକ୍‌, ବ୍ୟାନ୍‌ ହେଲା ୫୪ଟି ଚାଇନିଜ ଆପ୍‌

ଭାରତ ସରକାର ଆଉ ୫୪ଟି ଚାଇନିଜ ଆପ୍‌କୁ ବ୍ୟାନ କରିଛନ୍ତି। ତେବେ ବ୍ୟାନ୍ ହୋଇଥିବା ଆପ୍ ଗୁଡ଼ିକର ଅଫିସିଆଲ୍ ଲିଷ୍ଟ୍ ଜାରି ହୋଇନାହିଁ । କିନ୍ତୁ ବିଶେଷ ସୁତ୍ରରୁ ଏହି ଖବର ପ୍ରକାଶ ପାଇଛି । ୨୦୨୦ରେ ମୋଟ ୨୭୦ଟି ଚାଇନା ଆପ୍‌କୁ ବ୍ୟାନ୍ କରାଯାଇଥିଲା । ଆଉ ୨୦୨୨ରେ ଏହା ହେଉଛି ପ୍ରଥମ ଡିଜିଟାଲ୍ ଷ୍ଟ୍ରାଇକ୍ ।

ତେବେ ଏହି ଆପ୍ ଗୁଡ଼ିକ ମଧ୍ୟରେ ଲୋକପ୍ରିୟ ଗରୀନା ଫ୍ରି ଫାୟାର୍ ଗେମ୍ ବି ସାମିଲ ରହିଛି । କାହିଁକି ନା ପୂର୍ବରୁ ମଧ୍ୟ ଏହି ଆପ୍‌କୁ ଗୁଗଲ୍ ପ୍ଲେ ଷ୍ଟୋର୍ ରୁ ହଟାଇ ଦିଆଯାଇଥିଲା । ତେଣୁ ଏହି ଗେମ୍ ଏହି ୫୪ ତାଲିକାରେ ସାମିଲ ଥାଇପାରେ ବୋଲି ଆଶଙ୍କା କରାଯାଉଛି । ଏହି ୫୪ଟି ଆପ୍‌କୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୩୨୦ଟି ଆପ୍‌କୁ ବ୍ୟାନ୍ କରାଗଲାଣି ।

Sweet Selfie HD, Beauty Camera – Selfie Camera, Equalizer & Bass Booster, CamCard for SalesForce Ent, Isoland 2: Ashes of Time Lite, Viva Video Editor, Tencent Xriver, Onmyoji Chess, Onmyoji Arena, AppLock ଓ Dual Space Lite

ସୂଚନାଯୋଗ୍ୟ, ଭାରତ ସରକାର ଦେଶରୁ ଟିକଟକ୍ ଓ ପବଜି ଭଳି ଲୋକପ୍ରିୟ ମୋବାଇଲ୍ ଗେମ୍ ଆପ୍ କୁ ବ୍ୟାନ୍ କରିଛନ୍ତି । ହେଲେ ପରବର୍ତ୍ତୀ ସମୟରେ ପବଜି ଭାରତକୁ ପୁଣି ଫେରିଥିଲା । ୧୨ ଫେବୃଆରୀରୁ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପ୍‌ ଷ୍ଟୋରୁ ଗରୀନା ଫ୍ରି ଫାୟାର ଗେମ୍‌କୁ ହଟାଇ ଦିଆଯାଇଥିଲା। ତେବେ ଏହି ଗେମ୍‌ ମଧ୍ୟ ଏହି ଲିଷ୍ଟରେ ସାମିଲ ଥାଇପାରେ ବୋଲି ଆକଳନ କରାଯାଉଛି।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago