Categories: ଟେକ୍

Honor V30 ଏବଂ Honor V30 Pro ଆଜି ହେବ ଲଞ୍ଚ, ମିଳିବ ଜବରଦସ୍ତ ଫିଚର୍ସ ସାଙ୍ଗକୁ କମାଲର କ୍ୟାମେରା

ଟେକ୍‌ କମ୍ପାନୀ ଅନର ଆଜି ଚୀନରେ ଭି ୩୦ (Honor V30) ଏବଂ ଭି୩୦ ପ୍ରୋ (Honor V30 Pro) ଲଞ୍ଚ କରିବାକୁ ଯାଉଛି। ଲଞ୍ଚ ହେବା ପୂର୍ବରୁ କମ୍ପାନୀ ସୂଚନା ଦେଇଥିଲା ଯେ ଦୁଇଟି ଫୋନରେ ହାଇସିଲିକମ୍‌ କିରୀନ ଚିପସେଟ୍‌ ମିଳିବ। ଏହାସହିତ ୫ଜି କନେକ୍ଟିଭିଟିର ସପୋର୍ଟ ମଧ୍ୟ ଦିଆଯାଇଛି। ଆଶା କରାଯାଉଛି ଯେ କମ୍ପାନୀ ଏହି ଦୁଇ ଡିଭାଇସରେ ଟପ୍‌ ଲାଇନର ହାର୍ଡଓ୍ଵୟାର ଦେବ। କିନ୍ତୁ ଅନର ଏହି ଦୁଇଟି ଫୋନକୁ ଭାରତରେ ଲଞ୍ଚିଂକୁ ନେଇ ଅଧିକ କିଛି ସୂଚନା ଦେଇନାହିଁ। ତେବେ ଆସନ୍ତୁ ଜାଣିବା ଏହାର ଦାମ ଏବଂ ସ୍ପେସିଫିକେସନ।

ଅନର ଭି୩୦ ଏବଂ ଭି ୩୦ ପ୍ରୋର ସ୍ପେସିଫିକେସନ

ଲିକ୍‌ ରିପୋର୍ଟ ଅନୁଯାୟୀ କମ୍ପାନୀ ଏହି ଦୁଇ ଡିଭାଇସରେ ୬.୫୭ ଇଞ୍ଚର ଫୁଲ ଏଚଡି ଡିସପ୍ଲେ ଦେବ। ଯାହାର ସ୍କ୍ରିନ ଟୁ ବଡି ରେସିଓ ୯୧.୪୬ ପ୍ରତିଶତ ହେବ। ଏହାଛଡା ଅନର ଆଗାମୀ ଭି୩୦କୁ ୬ ଜିବି ଏବଂ ୮ ଜିବି ରାମ ଭେରିୟଣ୍ଟ ସହିତ ଲଞ୍ଚ କରାଯାଇପାରେ। ସେହିପରି ଭି ୩୦ ପ୍ରୋ ମଧ୍ୟ ୧୨୮ ଜିିବି ଏବଂ ୨୫୬ ଜିବି ଷ୍ଟୋରେଜ୍‌ ଭେରିୟଣ୍ଟ ସହିତ ଲଞ୍ଚ କରାଯିବ। ଏହି ଦୁଇ ଫୋନୋର ଲିକ୍ୱିଡ୍‌ କୁଲିଂ ସିଷ୍ଟମ ମଧ୍ୟ ମିଳିବ। କମ୍ପାନୀ ଡିଭାଇସରେ ୪୦ ଓ୍ଵାଟ୍‌ ର ଫାଷ୍ଟ ଚାର୍ଜିଂ ଫିଚର ଦିଆଯାଇଛି।

ଅନର ଭି୩୦ ଏବଂ ଭି୩୦ ପ୍ରୋର କ୍ୟାମେରା

ଏହି ଫୋନର କ୍ୟାମେରା ଭି୩୦ରେ ଆଠ ମେଗାପିକ୍ସେଲ ଏବଂ ଭି୩୦ ପ୍ରୋରେ ୧୨ ମେଗାପିକ୍ସେଲ ସେନସର ଦିଆଯାଇଛି। ଏହି ଦୁଇ ଫୋନରେ ଚାରି ମେଗାପିକ୍ସେଲର ସେନସର ରହିଛି। ଅନ୍ୟପକ୍ଷରେ ୟୁଜର୍ସଙ୍କୁ ଭି୩୦ରେ ୪,୨୦୦ ଏମଏଏଚ ବ୍ୟାଟେରୀ ଏବଂ ଭି୩୦ ପ୍ରୋରେ ୪,୧୦୦ ମାହର କ୍ୟାଟେରୀ ରହିପାରେ।

ଏହାସହ ପଢନ୍ତୁ : ଶସ୍ତା ଦାମରେ ଭଲ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି କି? ତେବେ ଡିସକାଉଣ୍ଟରେ ଆଜି ହିଁ ଘରକୁ ଆଣନ୍ତୁ ଏହି ଦମଦାର…

ୟୁଜର୍ସ ଏହି ଦୁଇ ଫୋନକୁ ଆଇସଲ୍ୟାଣ୍ଡିକ୍‌ ଫାଣ୍ଟାସୀ, ମ୍ୟାଜିକ ନାଇଟ ଷ୍ଟାର ରିଭର, ଚାର୍ମ ଷ୍ଟାର ବ୍ଲୁ ଏବଂ ଟ୍ଵାଇଲାଇଟ୍‌ ଅରେଞ୍ଜ କଲର ଅପସନ ଦ୍ୱାରା କିଣିପାରିବେ। ୧୦ଟି ଅପରେଟିଂ ସିଷ୍ଟମ ଉପେର ଏହା କାମ କରିପାରେ।
ଅନର ଭି୩୦ ଏବଂ ଭି୩୦ ପ୍ରୋର ଦାମ ଲଞ୍ଚ ପରେ ହିଁ ଜଣାପଡିବ ବୋଲି ଅନୁମାନ କରାଯାଉଛି।

Pritiparna

Recent Posts

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

19 mins ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

23 mins ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

45 mins ago

ଗାଡ଼ି ଚଲାଇବା ସମୟରେ ମୋବାଇଲରେ ହେଉଥିଲେ କଥା, ଗାଡ଼ି ସହ ମୋବାଇଲ୍ ଜବତ

ଭୁବନେଶ୍ୱର : ଅମାନିଆଙ୍କୁ କମିସନରେଟ ପୋଲିସର ଆକ୍ସନ । ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ହେଉଥିବା ବେଳେ ଗାଡ଼ି…

1 hour ago

ସର୍ଜରୀ ପରେ ମହିଳାଙ୍କ ପେଟରୁୁ ବାହାରିଲା ୨.୫ କେଜିର ଚୁଟି

ଆଜିକାଲି ରୋଗରେ ପିଡ଼ିତ ହେବା ସାଧାରଣ କଥା ହୋଇଗଲାଣି । ଷ୍ଟୋନ୍‌ ଆଉ ଟ୍ୟୁମର ପ୍ରାୟତଃ ସମସ୍ତଙ୍କୁ ହେଉଛି ।…

1 hour ago

ଅରୁଣାଚଳ ପ୍ରଦେଶରେ ବାଜି ମାରିଲା ବିଜେପି, ୪୬ ସିଟରେ ମିଳିଲା ବିଜୟ

ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ବାଜି ମାରିଛି ବିଜେପି । ବିଜେପି ପୁଣିଥରେ ଅରୁଣାଚଳ ପ୍ରଦେଶରେ ୪୬ ସିଟରେ ବିଜୟ…

1 hour ago