Below header

Honor V30 ଏବଂ Honor V30 Pro ଆଜି ହେବ ଲଞ୍ଚ, ମିଳିବ ଜବରଦସ୍ତ ଫିଚର୍ସ ସାଙ୍ଗକୁ କମାଲର କ୍ୟାମେରା

ଟେକ୍‌ କମ୍ପାନୀ ଅନର ଆଜି ଚୀନରେ ଭି ୩୦ (Honor V30) ଏବଂ ଭି୩୦ ପ୍ରୋ (Honor V30 Pro) ଲଞ୍ଚ କରିବାକୁ ଯାଉଛି। ଲଞ୍ଚ ହେବା ପୂର୍ବରୁ କମ୍ପାନୀ ସୂଚନା ଦେଇଥିଲା ଯେ ଦୁଇଟି ଫୋନରେ ହାଇସିଲିକମ୍‌ କିରୀନ ଚିପସେଟ୍‌ ମିଳିବ। ଏହାସହିତ ୫ଜି କନେକ୍ଟିଭିଟିର ସପୋର୍ଟ ମଧ୍ୟ ଦିଆଯାଇଛି। ଆଶା କରାଯାଉଛି ଯେ କମ୍ପାନୀ ଏହି ଦୁଇ ଡିଭାଇସରେ ଟପ୍‌ ଲାଇନର ହାର୍ଡଓ୍ଵୟାର ଦେବ। କିନ୍ତୁ ଅନର ଏହି ଦୁଇଟି ଫୋନକୁ ଭାରତରେ ଲଞ୍ଚିଂକୁ ନେଇ ଅଧିକ କିଛି ସୂଚନା ଦେଇନାହିଁ। ତେବେ ଆସନ୍ତୁ ଜାଣିବା ଏହାର ଦାମ ଏବଂ ସ୍ପେସିଫିକେସନ।

ଅନର ଭି୩୦ ଏବଂ ଭି ୩୦ ପ୍ରୋର ସ୍ପେସିଫିକେସନ

honorrrଲିକ୍‌ ରିପୋର୍ଟ ଅନୁଯାୟୀ କମ୍ପାନୀ ଏହି ଦୁଇ ଡିଭାଇସରେ ୬.୫୭ ଇଞ୍ଚର ଫୁଲ ଏଚଡି ଡିସପ୍ଲେ ଦେବ। ଯାହାର ସ୍କ୍ରିନ ଟୁ ବଡି ରେସିଓ ୯୧.୪୬ ପ୍ରତିଶତ ହେବ। ଏହାଛଡା ଅନର ଆଗାମୀ ଭି୩୦କୁ ୬ ଜିବି ଏବଂ ୮ ଜିବି ରାମ ଭେରିୟଣ୍ଟ ସହିତ ଲଞ୍ଚ କରାଯାଇପାରେ। ସେହିପରି ଭି ୩୦ ପ୍ରୋ ମଧ୍ୟ ୧୨୮ ଜିିବି ଏବଂ ୨୫୬ ଜିବି ଷ୍ଟୋରେଜ୍‌ ଭେରିୟଣ୍ଟ ସହିତ ଲଞ୍ଚ କରାଯିବ। ଏହି ଦୁଇ ଫୋନୋର ଲିକ୍ୱିଡ୍‌ କୁଲିଂ ସିଷ୍ଟମ ମଧ୍ୟ ମିଳିବ। କମ୍ପାନୀ ଡିଭାଇସରେ ୪୦ ଓ୍ଵାଟ୍‌ ର ଫାଷ୍ଟ ଚାର୍ଜିଂ ଫିଚର ଦିଆଯାଇଛି।

ଅନର ଭି୩୦ ଏବଂ ଭି୩୦ ପ୍ରୋର କ୍ୟାମେରା

honorଏହି ଫୋନର କ୍ୟାମେରା ଭି୩୦ରେ ଆଠ ମେଗାପିକ୍ସେଲ ଏବଂ ଭି୩୦ ପ୍ରୋରେ ୧୨ ମେଗାପିକ୍ସେଲ ସେନସର ଦିଆଯାଇଛି। ଏହି ଦୁଇ ଫୋନରେ ଚାରି ମେଗାପିକ୍ସେଲର ସେନସର ରହିଛି। ଅନ୍ୟପକ୍ଷରେ ୟୁଜର୍ସଙ୍କୁ ଭି୩୦ରେ ୪,୨୦୦ ଏମଏଏଚ ବ୍ୟାଟେରୀ ଏବଂ ଭି୩୦ ପ୍ରୋରେ ୪,୧୦୦ ମାହର କ୍ୟାଟେରୀ ରହିପାରେ।

ଏହାସହ ପଢନ୍ତୁ : ଶସ୍ତା ଦାମରେ ଭଲ ସ୍ମାର୍ଟଫୋନ କିଣିବାକୁ ଚାହୁଁଛନ୍ତି କି? ତେବେ ଡିସକାଉଣ୍ଟରେ ଆଜି ହିଁ ଘରକୁ ଆଣନ୍ତୁ ଏହି ଦମଦାର…

ୟୁଜର୍ସ ଏହି ଦୁଇ ଫୋନକୁ ଆଇସଲ୍ୟାଣ୍ଡିକ୍‌ ଫାଣ୍ଟାସୀ, ମ୍ୟାଜିକ ନାଇଟ ଷ୍ଟାର ରିଭର, ଚାର୍ମ ଷ୍ଟାର ବ୍ଲୁ ଏବଂ ଟ୍ଵାଇଲାଇଟ୍‌ ଅରେଞ୍ଜ କଲର ଅପସନ ଦ୍ୱାରା କିଣିପାରିବେ। ୧୦ଟି ଅପରେଟିଂ ସିଷ୍ଟମ ଉପେର ଏହା କାମ କରିପାରେ।
ଅନର ଭି୩୦ ଏବଂ ଭି୩୦ ପ୍ରୋର ଦାମ ଲଞ୍ଚ ପରେ ହିଁ ଜଣାପଡିବ ବୋଲି ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.