ଡିସେମ୍ବର ୨୨ରେ ଭାରତ-ୱେଷ୍ଟଇଣ୍ଡିଜ ବାରବାଟୀ ଦିନିକିଆ: କଟିଲା ୫ହଜାର ୩୦୦ ଟିକେଟ, ବନ୍ଦ ରହିବ ୭ ନମ୍ବର ଗ୍ୟାଲେରୀ

କଟକ(କେନ୍ୟୁଜ୍): ୨୨ରେ ବାରବାଟୀରେ ହେବ ଭାରତ ୱେଷ୍ଟ ଇଣ୍ଡିଜ୍ ଏକ ଦିବସୀୟ ମ୍ୟାଚ୍ । ହେଲେ ଏଥର କମିବେ ଦର୍ଶକ । ୭ ନମ୍ବର ଗ୍ୟାଲେରୀ ଏଥର ବନ୍ଦ ରହିବ । ୫୩୦୦ ଟିକଟ କଟିଲା । ସମୁଦାୟ ଟିକଟ ଥିଲା ୪୩ ହଜାର ୩୨୨ । କଟିବା ପରେ ରହିବ ୩୮ ହଜାର ଟିକଟ । ୧୯ ତାରିଖରେ ଟିମ୍ ଇଣ୍ଡିଆ ଓ ୱେଷ୍ଟ ଇଣ୍ଡିଜ୍ ଟିମ୍ ଭୁବନେଶ୍ୱରରେ ପହଁଚିବେ । ୨୦ ଓ ୨୧ ତାରିଖରେ ଉଭୟ ଟିମ୍ ପ୍ରାକ୍ଟିସ ପାଇଁ ବାରବାଟୀ ଯିବେ ।

ଏହାସହ ପଢନ୍ତୁ:

ଓଡ଼ିଶା କ୍ରିକେଟ ଆସୋସିଏସନ୍‌କୁ ୧୦ କୋଟି ଟଙ୍କାର ଅନୁଦାନ ଦେଲା ବିସିସିଆଇ

ଏଥର ଟିକଟର ମୂଲ୍ୟ ୨୦୦ରୁ ୮୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହାପରେ ଟିକଟରେ ଲାଗୁହେବ ଜିଏସଟି । ପାଣି ବୋତଲ ମନା ଥିବା ବେଳେ ସବୁ ଷ୍ଟାଣ୍ଡରେ ପାଣି ଜାର୍ ରହିବାର ବ୍ୟବସ୍ଥା କରାଯାଇଛି । ସେହିଭଳି ଫୁଡ ଷ୍ଟଲ ପ୍ରତି ଷ୍ଟାଣ୍ଡରେ ରଖାଯିବ । ୫ ତାରିଖରୁ ଅନଲାଇନ ଟିକଟ ବିକ୍ରି କରାଯାଉଥିବା ବେଳେ ୧୪ ଓ ୧୫ ତାରିଖରେ ବିସିସିଆଇ ସହ ଅନୁବନ୍ଧିତ କ୍ଲବ ଗୁଡିକୁ ଟିକଟ ଦିଆଯିବ । ୧୯ରୁ ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ଟିକଟ ମିଳିବ । ସକାଳ ୯ଟାରୁ ୫ ଟା ମଧ୍ୟରେ ଏହି ଟିକଟ ବିକ୍ରି କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.