Categories: ଟେକ୍

ସୋସିଆଲ୍ ମିଡିଆରେ କେମିତି ବଢାଇବେ ଫଲୋଅର୍ସ ? ଆପଣାନ୍ତୁ ଏହି ମ୍ୟାଜିକାଲ୍ ଟିପ୍ସ

ସୋସିଆଲ୍ ମିଡିଆରେ ନୂଆ କରି ପାଦ ଦେଲେ ନିଜ ଫଟୋ ଏବଂ ପୋଷ୍ଟରେ ମିଳୁଥିବା ଲାଇକ୍ ଏବଂ କମେଣ୍ଟ୍ ଖୁବ୍ ମୂଲ୍ୟବାନ ହୋଇଥାଏ ଆମ ପାଇଁ । ଏଥିପାଇଁ ଆବଶ୍ୟକ ଆକାଉଂଟରେ ଭଲ ଫଲୋଅର୍ସ ଅଧିକରୁ ଅଧିକ ହୁଅନ୍ତୁ । ଯାହା ଫଳରେ ଆକାଉଂଟରେ ସେୟାର୍ କରାଯାଇଥିବା କୌଣସି ପୋଷ୍ଟ କିମ୍ବା ଫଟୋ ଅଧିକ ସେୟାର୍ ହେବା ସହ ଲାଇକ୍ ମିଳିଥାଏ ।

ଫେସବୁକ୍ ଏବଂ ଇନଷ୍ଟାଗ୍ରାମ୍ ଖୁବ୍ ଲୋକପ୍ରିୟ ପ୍ଲାଟଫର୍ମ । କିନ୍ତୁ ଯଦି ଇନଷ୍ଟାଗ୍ରାମ୍ କଥା କହିବା ତେବେ ଏଥିରେ ଫଲୋଅର୍ସଙ୍କ ସଂଖ୍ୟା ବଢାଇବାକୁ ହେଲେ ଟିକିଏ ପରିଶ୍ରମ କରିବାକୁ ପଡିଥାଏ । ଏଥିରେ ୧୦ହଜାର ଫଲୋଅର୍ସ ଆଣିବା ମଧ୍ୟ ବଡ କଥା । ଏଥିପାଇଁ ଆମକୁ ଏକ ନାମୀ ବ୍ରାଣ୍ଡ କିମ୍ବା ପ୍ରଭାବଶାଳୀ ବ୍ୟକ୍ତି ଅଥବା ସେଲିବ୍ରିଟି ହୋଇଥିବା ଦରକାର ।

ତେବେ ଏମିତି ନୁହେଁ ଯେ ଆପଣଙ୍କ ପାଇଁ ଇନଷ୍ଟାଗ୍ରାମରେ ଫଲୋଅର୍ସଙ୍କ ସଂଖ୍ୟା ବଢାଇବା ଅସମ୍ଭବ । ତେଣୁ ଯଦି ଆପଣ ଇନଷ୍ଟାଗ୍ରାମରେ ଫଲୋଅର୍ସଙ୍କ ସଂଖ୍ୟା ବଢାଇବାକୁ ଚାହୁଁଛନ୍ତି ତେବେ ଆମର କିଛି ଟିପ୍ସ ଆପଣଙ୍କୁ ଫଲୋ କରିବାକୁ ପଡିବ । ଯାହଦ୍ବାରା ମାତ୍ର ୬ ମାସରେ ଆପଣଙ୍କ ଆକାଉଂଟରେ ୧୦ହଜାର ଫଲୋଅର୍ସ ହୋଇଯିବେ ।

ଇନଷ୍ଟାଗ୍ରାମରେ ଫଲୋଅର୍ସଙ୍କ ସଂଖ୍ୟା ବଢାଇବା ପାଇଁ ହେଲେ ଆକାଉଂଟରେ ପ୍ରୋଫାଇଲକୁ ସଠିକ୍ ଭାବରେ ସେଟ୍ କରନ୍ତୁ । ଯେଉଁଥିରେ ଆପଣଙ୍କ ପ୍ରୋଫାଇଲ୍ ଫଟୋ, ବାୟୋଗ୍ରାଫି ସହ ଆପଣଙ୍କ ୱେବସାଇଟ୍ , ଚ୍ୟାନେଲ୍ କିମ୍ବା ଅନ୍ୟ କୌଣସି ଆକାଉଂଟର ଲିଙ୍କ୍ ଦେବା ଜରୁରୀ । କାରଣ ସାମ୍ନା ଲୋକ ଉପରେ ସର୍ବପ୍ରଥମେ ଆପଣଙ୍କ ବାୟୋଗ୍ରାଫିର ହିଁ ଫରକ ପଡିଥାଏ । ତେଣୁ ଭଲ ଭାବରେ ନିଜର ପ୍ରୋଫାଇଲ୍ ତିଆରି କରନ୍ତୁ ।

ସେହିପରି ଆପଣ ଇନଷ୍ଟାଗ୍ରାମ୍ Engagement ଗ୍ରୁପ୍ ଜଏନ୍ କରିପାରିବେ । ଇନଷ୍ଟାଗ୍ରାମରେ ଟ୍ରାଭେଲ୍ , ବ୍ୟୁଟି ଏବଂ ଫ୍ୟାସନ୍ ସମ୍ବନ୍ଧିତ ଗ୍ରୁପ୍ ସବୁ ଜଏନ୍ କରି ସେଥିରେ ନିଜ ପୋଷ୍ଟ ସେୟାର୍ କରନ୍ତୁ ।

ସେହିପରି ସବୁବେଳେ ଇନଷ୍ଟାଗ୍ରାମରେ ଆକ୍ଟିଭ୍ ରୁହନ୍ତୁ । ଏଥିପାଇଁ ପ୍ରତିଦିନ କିଛି କିଛି ସେୟାର୍ କରନ୍ତୁ । ଯାହା ଫଳରେ ସାମ୍ନାରେ ଥିବା ବ୍ୟକ୍ତିକୁ ଆପଣଙ୍କ ପୋଷ୍ଟ ଭଲ ଲାଗିଲେ ଆପଣଙ୍କୁ ଫଲୋ କରିବ । ହେଲେ ଏଥିପାଇଁ ଗୋଟିଏ ସମୟ କରିବାକୁ ପଡିବ । ଯେମିତି କି ସକାଳ ୮ରୁ ସଂଧ୍ୟା ୫ ଟା ଭିତରେ ଆପଣଙ୍କ ପୋଷ୍ଟ ଅଧିକ ଏନଗେଜମେଂଟ୍ ମିଳିଥାଏ ।

ହାଜଟ୍ୟାଗର ମହତ୍ବ ଆଜିର ସମୟରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଖୁବ୍ ଅଧିକ । ଏହା ଏକ କିୱାର୍ଡ ପରି କାମ କରିଥାଏ । ଏମିତିରେ ଯଦି କେହି ଆପଣଙ୍କ ଫଟୋ ବା ଭିଡିଓ ଦେଖିବାକୁ ଚାହିଁବ କେବଳ ସେହି ନାମରେ ସର୍ଚ୍ଚ କରି ଦେଖିପାରିବ । ହେଲେ ମନେ ରଖନ୍ତୁ ଗୋଟିଏ କିମ୍ବା ଦୁଇଟା ହାଜଟ୍ୟାଗରେ କାମ ହେବନି । ଏଥିପାଇଁ ଆପଣଙ୍କୁ ଭଲ ଏବଂ ଏକାଧିକ ହାଜଟ୍ୟାଗ୍ ଦେବାକୁ ପଡିବ ।

ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରହିବାକୁ ହେଲେ ଆପଣଙ୍କ ଅନ୍ୟମାନଙ୍କ ପୋଷ୍ଟକୁ ଲାଇକ୍ ଏବଂ କମେଂଟ୍ କରିବାକୁ ପଡିବ । କଥାରେ ଅଛି ନା କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡେ । କେବଳ ସେତିକି ନୁହେଁ ଆପଣଙ୍କ ପୋଷ୍ଟରେ ଆସୁଥିବା କମେଂଟର ରିପ୍ଲାୟ ମଧ୍ୟ କରିବାକୁ ଭୁଲନ୍ତୁ ନାହିଁ ।

KNews Bureau

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

17 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

18 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

22 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

45 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

52 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

59 mins ago