ସୋସିଆଲ୍ ମିଡିଆରେ କେମିତି ବଢାଇବେ ଫଲୋଅର୍ସ ? ଆପଣାନ୍ତୁ ଏହି ମ୍ୟାଜିକାଲ୍ ଟିପ୍ସ

ସୋସିଆଲ୍ ମିଡିଆରେ ନୂଆ କରି ପାଦ ଦେଲେ ନିଜ ଫଟୋ ଏବଂ ପୋଷ୍ଟରେ ମିଳୁଥିବା ଲାଇକ୍ ଏବଂ କମେଣ୍ଟ୍ ଖୁବ୍ ମୂଲ୍ୟବାନ ହୋଇଥାଏ ଆମ ପାଇଁ । ଏଥିପାଇଁ ଆବଶ୍ୟକ ଆକାଉଂଟରେ ଭଲ ଫଲୋଅର୍ସ ଅଧିକରୁ ଅଧିକ ହୁଅନ୍ତୁ । ଯାହା ଫଳରେ ଆକାଉଂଟରେ ସେୟାର୍ କରାଯାଇଥିବା କୌଣସି ପୋଷ୍ଟ କିମ୍ବା ଫଟୋ ଅଧିକ ସେୟାର୍ ହେବା ସହ ଲାଇକ୍ ମିଳିଥାଏ ।

ଫେସବୁକ୍ ଏବଂ ଇନଷ୍ଟାଗ୍ରାମ୍ ଖୁବ୍ ଲୋକପ୍ରିୟ ପ୍ଲାଟଫର୍ମ । କିନ୍ତୁ ଯଦି ଇନଷ୍ଟାଗ୍ରାମ୍ କଥା କହିବା ତେବେ ଏଥିରେ ଫଲୋଅର୍ସଙ୍କ ସଂଖ୍ୟା ବଢାଇବାକୁ ହେଲେ ଟିକିଏ ପରିଶ୍ରମ କରିବାକୁ ପଡିଥାଏ । ଏଥିରେ ୧୦ହଜାର ଫଲୋଅର୍ସ ଆଣିବା ମଧ୍ୟ ବଡ କଥା । ଏଥିପାଇଁ ଆମକୁ ଏକ ନାମୀ ବ୍ରାଣ୍ଡ କିମ୍ବା ପ୍ରଭାବଶାଳୀ ବ୍ୟକ୍ତି ଅଥବା ସେଲିବ୍ରିଟି ହୋଇଥିବା ଦରକାର ।

Social mediaତେବେ ଏମିତି ନୁହେଁ ଯେ ଆପଣଙ୍କ ପାଇଁ ଇନଷ୍ଟାଗ୍ରାମରେ ଫଲୋଅର୍ସଙ୍କ ସଂଖ୍ୟା ବଢାଇବା ଅସମ୍ଭବ । ତେଣୁ ଯଦି ଆପଣ ଇନଷ୍ଟାଗ୍ରାମରେ ଫଲୋଅର୍ସଙ୍କ ସଂଖ୍ୟା ବଢାଇବାକୁ ଚାହୁଁଛନ୍ତି ତେବେ ଆମର କିଛି ଟିପ୍ସ ଆପଣଙ୍କୁ ଫଲୋ କରିବାକୁ ପଡିବ । ଯାହଦ୍ବାରା ମାତ୍ର ୬ ମାସରେ ଆପଣଙ୍କ ଆକାଉଂଟରେ ୧୦ହଜାର ଫଲୋଅର୍ସ ହୋଇଯିବେ ।

ଇନଷ୍ଟାଗ୍ରାମରେ ଫଲୋଅର୍ସଙ୍କ ସଂଖ୍ୟା ବଢାଇବା ପାଇଁ ହେଲେ ଆକାଉଂଟରେ ପ୍ରୋଫାଇଲକୁ ସଠିକ୍ ଭାବରେ ସେଟ୍ କରନ୍ତୁ । ଯେଉଁଥିରେ ଆପଣଙ୍କ ପ୍ରୋଫାଇଲ୍ ଫଟୋ, ବାୟୋଗ୍ରାଫି ସହ ଆପଣଙ୍କ ୱେବସାଇଟ୍ , ଚ୍ୟାନେଲ୍ କିମ୍ବା ଅନ୍ୟ କୌଣସି ଆକାଉଂଟର ଲିଙ୍କ୍ ଦେବା ଜରୁରୀ । କାରଣ ସାମ୍ନା ଲୋକ ଉପରେ ସର୍ବପ୍ରଥମେ ଆପଣଙ୍କ ବାୟୋଗ୍ରାଫିର ହିଁ ଫରକ ପଡିଥାଏ । ତେଣୁ ଭଲ ଭାବରେ ନିଜର ପ୍ରୋଫାଇଲ୍ ତିଆରି କରନ୍ତୁ ।

ସେହିପରି ଆପଣ ଇନଷ୍ଟାଗ୍ରାମ୍ Engagement ଗ୍ରୁପ୍ ଜଏନ୍ କରିପାରିବେ । ଇନଷ୍ଟାଗ୍ରାମରେ ଟ୍ରାଭେଲ୍ , ବ୍ୟୁଟି ଏବଂ ଫ୍ୟାସନ୍ ସମ୍ବନ୍ଧିତ ଗ୍ରୁପ୍ ସବୁ ଜଏନ୍ କରି ସେଥିରେ ନିଜ ପୋଷ୍ଟ ସେୟାର୍ କରନ୍ତୁ ।

instagramସେହିପରି ସବୁବେଳେ ଇନଷ୍ଟାଗ୍ରାମରେ ଆକ୍ଟିଭ୍ ରୁହନ୍ତୁ । ଏଥିପାଇଁ ପ୍ରତିଦିନ କିଛି କିଛି ସେୟାର୍ କରନ୍ତୁ । ଯାହା ଫଳରେ ସାମ୍ନାରେ ଥିବା ବ୍ୟକ୍ତିକୁ ଆପଣଙ୍କ ପୋଷ୍ଟ ଭଲ ଲାଗିଲେ ଆପଣଙ୍କୁ ଫଲୋ କରିବ । ହେଲେ ଏଥିପାଇଁ ଗୋଟିଏ ସମୟ କରିବାକୁ ପଡିବ । ଯେମିତି କି ସକାଳ ୮ରୁ ସଂଧ୍ୟା ୫ ଟା ଭିତରେ ଆପଣଙ୍କ ପୋଷ୍ଟ ଅଧିକ ଏନଗେଜମେଂଟ୍ ମିଳିଥାଏ ।

ହାଜଟ୍ୟାଗର ମହତ୍ବ ଆଜିର ସମୟରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଖୁବ୍ ଅଧିକ । ଏହା ଏକ କିୱାର୍ଡ ପରି କାମ କରିଥାଏ । ଏମିତିରେ ଯଦି କେହି ଆପଣଙ୍କ ଫଟୋ ବା ଭିଡିଓ ଦେଖିବାକୁ ଚାହିଁବ କେବଳ ସେହି ନାମରେ ସର୍ଚ୍ଚ କରି ଦେଖିପାରିବ । ହେଲେ ମନେ ରଖନ୍ତୁ ଗୋଟିଏ କିମ୍ବା ଦୁଇଟା ହାଜଟ୍ୟାଗରେ କାମ ହେବନି । ଏଥିପାଇଁ ଆପଣଙ୍କୁ ଭଲ ଏବଂ ଏକାଧିକ ହାଜଟ୍ୟାଗ୍ ଦେବାକୁ ପଡିବ ।

ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରହିବାକୁ ହେଲେ ଆପଣଙ୍କ ଅନ୍ୟମାନଙ୍କ ପୋଷ୍ଟକୁ ଲାଇକ୍ ଏବଂ କମେଂଟ୍ କରିବାକୁ ପଡିବ । କଥାରେ ଅଛି ନା କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡେ । କେବଳ ସେତିକି ନୁହେଁ ଆପଣଙ୍କ ପୋଷ୍ଟରେ ଆସୁଥିବା କମେଂଟର ରିପ୍ଲାୟ ମଧ୍ୟ କରିବାକୁ ଭୁଲନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.