Below header

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଏବେ ହ୍ବାଟ୍ସଆପରେ ମିଳିବ ପିଏନଆର୍ ଷ୍ଟାଟସ୍   

ନୂଆଦିଲ୍ଲୀ : ଭାରତୀୟ ରେଲୱେ ନିଜର ଗ୍ରାହକ ବ୍ଯବସ୍ଥାକୁ ସହଜ ଏବଂ ସୁବିଧା କରିବା ପାଇଁ ଆରମ୍ଭ କରିଛି ଏକ ବ୍ଯବସ୍ଥା। ଏଣୁ ଅନଲାଇନ୍ ଟ୍ରାଭେଲ ଆପ୍ ମେକ୍ ମାଇ ଟ୍ରିପ୍ ସହିତ ମିଳିତ ଭାବେ ଏକ ପ୍ରାୟସ ଆରମ୍ଭ କରିଛନ୍ତି ଭାରତୀୟ ରେଲୱେ। ଏହା ଦ୍ବାରା ଏବେ ଯାତ୍ରୀ ହ୍ବାଟ୍ସଆପରୁ ନିଜର ପିଏନଆର ଷ୍ଟାଟସ୍ ସହିତ ଯାତ୍ରା ସମୟରେ ନିଜର କରେଣ୍ଟ ଲୋକେସନ୍ ଜାଣିପାରିବେ। ଏହି ବ୍ଯବସ୍ଥା ଦ୍ବାରା ଯାତ୍ରୀ ସହଜ ଏବଂ ସୁବିଧାରେ ଯାତ୍ରାର ସମସ୍ତ ବିବରଣୀ ପାଇପାରିବେ।

pnr

କିପରି ଜାଣିବେ ଷ୍ଟାଟସ୍

ହ୍ବାଟ୍ସଆପରେ ନିଜର ପିଏନଆର ନମ୍ବର ବା ଟ୍ରେନର ଲାଇଭ୍ ଷ୍ଟାଟସ ଜାଣିବା ପାଇଁ ମେକ୍ ମାଇ ଟ୍ରିପର ଅ୍ରଫିସିଆଲ ହ୍ବାଟ୍ସଆପ ନମ୍ବର 7349389104କୁ ମୋବାଇଲରେ ସେଭ୍ କରନ୍ତୁ। ଏଥିପାଇଁ ଆପଣଙ୍କ ହ୍ବାଟ୍ସଆପ ଭର୍ସନ ମଧ୍ୟ ଅପଡ଼େଟେଡ଼୍ ରହିବା ଆବଶ୍ଯକ। ଏହା ପରେ ହ୍ବାଟ୍ସଆପ କଣ୍ଟାଟ ଲିଷ୍ଟରେ ସେହି ସେଭ କରାଯାଇଥିବା ନମ୍ବରକୁ ସର୍ଚ୍ଚ କରନ୍ତୁ।

ଟ୍ରେନର ଲାଇଭ ଲୋକେସନ୍ ଜାଣିବା ପାଇଁ ସେହି ନମ୍ବରକୁ ଟ୍ରେନର ନମ୍ବର ପଠାନ୍ତୁ। ସେହିପରି ପିଏନଆର ଷ୍ଟାଟସ ଜାଣିବା ପାଇଁ ପଏନଆର ନମ୍ବର ପଠାନ୍ତୁ। ଏହାପରେ ମେକ୍ ମାଇ ଟ୍ରିପ୍ ତରଫରୁ ଆପଣଙ୍କୁ ଟ୍ରେନ୍ ସମ୍ବନ୍ଧୀୟ ଆବଶ୍ଯକୀୟ ତଥ୍ଯ ମିଳିଯିବ। ତେବେ ପୂର୍ବରୁ ଟ୍ରେନର ରନିଂ ଷ୍ଟାଟସ ଜାଣିବା ପାଇଁ ୧୩୯ ନମ୍ବରକୁ ଫୋନ କରିବାକୁ ପଡ଼ୁଥିଲା। ଅଥବା ଆଇଆରସିଟିସିର ମୁଖ୍ଯ ୱେସାଇଟକୁ ଯାଇ ଚେକ୍ କରିବାକୁ ପଡ଼ୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.