Below header

ଗୋଟିଏ ଫଟୋ କୋଟିଏ କଥା, ବାପାଙ୍କ ମୃତ୍ୟୁଦେହ ନିକଟରେ କାନ୍ଦୁଥିବା ପୁଅର ଦୃଶ୍ୟ ତରଳାଇ ଦେଲା ହୃଦୟ, ୨ ଦିନରେ ଆସିଲା ୫୭ଲକ୍ଷ ଟଙ୍କା

କୁହାଯାଏ ଗୋଟିଏ ଫଟୋ କୋଟିଏ କଥା ବୟାନ୍ କରିଥାଏ । ସେହିଭଳି ଏକ ହୃଦୟ ବିଦାରକ ଫଟୋ ଆସିଛି ଦିଲ୍ଲୀରୁ । ଯାହା ମାତ୍ର ଅଳ୍ପ କିଛି ସମୟ ମଧ୍ୟରେ ସୋସିଆଲ୍ ମିଡିଆରେ ହୋଇଛି ଭାଇରାଲ୍ । ଆଉ ଯେଉଁ ଫଟୋ ଆଗରେ ହାର୍ ମାନିଛି ଶବ୍ଦ । ଫଟୋଟିକୁ ପ୍ରାୟ ୩୦ହଜାରରୁ ଅଧିକ ରିଟୁଇଟ୍ କରାଯାଇ ସେୟାର୍ କରାଯାଇଛି । କେବଳ ସେତିକି ନୁହେଁ ଫଟୋଟିକୁ ଦେଖିବା ପରେ ବିଭିନ୍ନ ସ୍ଥାନରୁ ପରିବାରକୁ ମିଳିଛି ପ୍ରାୟ ୫୦ଲକ୍ଷରୁ ଅଧିକ ସହାୟତା ।

ସୂଚନା ଅନୁସାରେ, ଦିଲ୍ଲୀର ଅନୀଲ ନାମକ ଜଣେ ସଫେଇ କର୍ମୀଙ୍କର ଶୁକ୍ରବାର ଦିନ କାମ କରୁଥିବା ସମୟରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ଦେହକୁ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଅନୀଲଙ୍କ ମୃତ୍ୟୁଦେହ ନିକଟରେ  ତାଙ୍କର ୧୧ ବର୍ଷର ପୁଅ ଛିଡା ହୋଇ କାନ୍ଦୁଥିଲା । ଯେଉଁ ଫଟୋଟିକୁ ଆପଣ ଉପରେ ଦେଖିପାରୁଥିବେ । ଅନୀଲଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଏବଂ ତିନି ଜଣ ପିଲା ଅଛନ୍ତି । ଅନୀଲଙ୍କ ଉପରେ ପୁରା ପରିବାର ନିର୍ଭର କରୁଥିଲା । ଆଉ ଅନୀଲଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିଲା ପରିବାର ।

ଏହି ଫଟୋଟିକୁ ପ୍ରଥମେ ଜାତୀୟ ଗଣମାଧ୍ୟମର ଜଣେ ସାମ୍ବାଦିକ ପୋଷ୍ଟ କରିଥିଲେ । ଆଉ ଲେଖିଥିଲେ ଅନ୍ତିମ ସଂସ୍କାର ପାଇଁ ମଧ୍ୟ ଏହି ପରିବାର ନିକଟରେ ନାହିଁ ଅର୍ଥ । ଏହା ପରେ ଏହି ଫଟୋ ଟି ଧୀରେ ଧୀରେ ଭାଇରାଲ୍ ହେବା ସହ ବିଭିନ୍ନ ସ୍ଥାନ ଏବଂ ଏନଜିଓ ତରଫରୁ ସହାୟତାର ହାତ ବଢିଥିଲା । ମାତ୍ର ଦୁଇ ଦିନରେ ୫୭ ଲକ୍ଷରୁ ଅଧିକ ଟଙ୍କା ଅନୀଲଙ୍କ ପରିବାରକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.