ଲାଇଭ୍ ରିପୋର୍ଟିଂ ବେଳେ ମହିଳା ସାମ୍ବାଦିକଙ୍କୁ ଗାଳି ଓ ଅଣ୍ଡା ମାଡ଼, ତଥାପି ଚାଲୁ ରହିଲା ରିପୋର୍ଟିଂ

ୟୁକ୍ରେନ୍ : ଲୋକଙ୍କ ଘରକୁ ଦେଶ ବିଦେଶର ଖବର ପହଞ୍ଚାଇଥାନ୍ତି ସାମ୍ବାଦିକ। ତେବେ ଅନେକ ସମୟରେ ସାମ୍ବାଦିକଙ୍କ କଠିନ ପରିଶ୍ରମ ଏବଂ କର୍ତ୍ତବ୍ଯନିଷ୍ଠା ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ। ଠିକ୍ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ୟୁକ୍ରେନଠାରେ। ଏଠାରେ ଋଷ୍ ସମର୍ଥିତ ବିଦ୍ରୋହୀଙ୍କ ବିରୁଦ୍ଧରେ ଲଢ଼ୁଥିବା ଯବାନଙ୍କୁ ଅପରାଧୀ ଘୋଷଣା କରାଯାଇଥିଲା। ଏହାର ରିପୋର୍ଟିଂ କରୁଥିଲେ ୨୦ ବର୍ଷର ଟିଭି ସାମ୍ବାଦିକ ଡରିନା ବିଲେରାଙ୍କୁ ବହୁ ଅସୁବିଧାର ସାମନା ହେବାକୁ ପଡ଼ିଥିଲା। ପରିସ୍ଥିତିର ଲାଇଭ୍ ରିପୋର୍ଟିଂ କରୁଥିବା ସମୟରେ ତାଙ୍କ ଉପରେ ହାତ ଉଠାଇବାଠୁ ଆରମ୍ଭ କରି ଅଣ୍ଡା ମାଡ଼ ପର୍ଯ୍ଯନ୍ତ କରାଯାଇଥିଲା।

report

ମିଳିଥିବା ସୂଚନା ଅନୁଯାୟୀ, ଡ଼ରିନା ବିଲେରା ନ୍ଯୁଜ୍ ୱାନ ଟିଭି ଚ୍ଯାନେଲର ସାମ୍ବାଦିକ। କିଛି ଦିନ ହେବା ଡରିନା ମସ୍କୋ ଦ୍ବାରା ଆଇଏସଆଇ ସଂଙ୍ଗଠନ ସହ ଜଡ଼ିତ ଇସଲାମିକ୍ ଆତଙ୍କି ଘୋଷିଣା ହୋଇଥିବା ତୁମଗାଇକୁ ନେଇ ରିପୋଟିଂ କରୁଥିଲେ। ସେଠାରେ ଶହଶହ ୟୁକ୍ରେନ୍ ନିବାସୀ ଏହି ଘୋଷଣାରୁ ବିରୋଧ କରୁଥିଲେ। ସେଠାରେ ମହିଳା ସମ୍ବାଦିକ ଜଣଙ୍କ ଲାଇଭ୍ ରିପୋଟିଂ ଆରମ୍ଭ କରିବା ପରେ ପରେ ସେଠାରେ ଉପସ୍ଥିତି ଥିବା ଲୋକ ତାଙ୍କ ଉପରେ ଅଣ୍ଡା ମାଡ଼ କରିବା ସହ ଅନେକ ଗାଳିଗୁଲଜ କରୁଥିଲେ। ତାଙ୍କ ଉପରେ ରସିଆନ୍ ହେବାର ଆରୋପ ମଧ୍ୟ ଲଗାଯାଇଥିଲା।

 କିନ୍ତୁ ସାମ୍ବାଦିକ ନିର୍ଭୟ ହୋଇ ରିପୋର୍ଟିଂ ଜାରି ରଖିଥିଲେ। ଖାଲି ତାହା ନୁହଁ ଏହି ସମୟରେ ସେଠାରେ ଉପସ୍ଥିତ ଜଣେ ମହିଳା ତାଙ୍କ ଉପରେ ଆକ୍ରମଣ କରିବା ସହ ତାଙ୍କୁ ମୁଥ ମାରିଥିଲେ। ସବୁଠାରୁ ଆଶ୍ଚର୍ଯ୍ଯ କଥା ଏହି ସମସ୍ତ ଜିନିଷ ହେଉଥିବା ସମୟରେ ସେଠାରେ ଉପସ୍ଥିତ ରହିଥିବା ପୋଲିସ କୌଣସି ପଦକ୍ଷେପ ନନେଇ ସମସ୍ତ ଘଟଣାକୁ କେବଳ ଅନୁଧ୍ୟାନ କରୁଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.