Below header

ନିଜ ବିବାହକୁ ନେଇ ବଡ ଖୁଲାସା କଲେ ନେହା କକ୍କର, ଜାଣନ୍ତୁ କିଏ ହେବ ଜୀବନ ସାଥି

ସିଙ୍ଗର ନେହା କାକର ପୁଣି ଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନେହା ଅଭିନେତା ହିମାଂଶୁ କୋହଲୀଙ୍କୁ ଡେଟ କରୁଛନ୍ତି। କିଛି ଦିନ ପୁର୍ବରୁ ହିମାଂଶୁଙ୍କୁ ନିଜର ବନ୍ଧୁ କହୁଥିବା ନେହା ତାଙ୍କର ଏବଂ ହିମାଂଶୁ କୋହଲୀଙ୍କ ସହିତ ତାଙ୍କର ସମ୍ପର୍କକୁ ନେଇ ଏକ ଅଫିସିଆଲ ଘୋଷଣା କରିଛନ୍ତି। ନେହା କହିଛନ୍ତିଯେ ସେ ଏବଂ ହିମାଂଶୁ ଡେଟ କରୁଛନ୍ତି।

nehaନେହା ଏବଂ ହିମାଂଶୁ ଇଣ୍ଡିଆନ ଆଇଡଲର ପରବର୍ତ୍ତୀ ଅଧ୍ୟାୟରେ ଦେଖାଯିବେ। ଯେଉଁଥିରେ ନେହା ହିମାଂଶୁକୁ ନେଇ ନିଜର ସମ୍ପର୍କକୁ ସ୍ବୀକାର କରିବାର ନଜର ଆସିବେ। ନେହା କହିଲେଯେ ସେ ଏବଂ ହିମାଂଶୁ ବହୁତ ଦିନ ହେଲା ସାଙ୍ଗରେ ଅଛନ୍ତି ଏବଂ ସେ ଆଗାମୀ ଦିନରେ ହିମାଂଶୁକୁ ବିବାହ ମଧ୍ୟ କରିପାରନ୍ତି।

nehaମିଡିଆ ସୂଚନା ଅନୁଯାୟୀ ସୁନିଲ ଗ୍ରୋବର ଶୋରେ କମେଡି ତଡକା ଦେବା ପାଇଁ ଆସିବେ। ସୁନିଲ କହିଲେଯେ ଆମେ ନେହାଙ୍କର ସ୍ବୟମ୍ବର କରିବାକୁ ଯାଉଛୁ। ଏହି ଶୋ ମଝିରେ ହିମାଂଶୁଙ୍କର ଏଣ୍ଟ୍ରୀ ହେଉଛି ଏବଂ ନେହା ହିମାଂଶୁଙ୍କୁ ଦେଖି କହୁଛନ୍ତିଯେ ମୁଁ ହିମାଂଶୁଙ୍କୁ ଭଲସେ ଜାଣଛି। ସେ କହୁଛନ୍ତିଯେ ଯଦି ମୁଁ ଭବିଶ୍ୟତରେ କାହାକୁ ବିବାହ କରିବାକୁ ଚାହିଁବି ତେବେ ହିମାଂଶୁ ସେହି ଲିଷ୍ଟରେ ଥିବେ।

neha-himanshନେହା ହିମାଂଶୁଙ୍କ ସହିତ ଏକ ରୋମାଣ୍ଟିକ ଡ୍ୟାନ୍ସ କରୁଥିବାର ମଧ୍ୟ ଦେଖାଯିବେ। ନେହା ତାଙ୍କ ଭାଇ ଟୋନୀ କକ୍କରଙ୍କ ଦ୍ବାରା ହୋଇଥିବା ’ଓ ହମ ସଫର’ ଗୀତରେ ଡ୍ୟାନ୍ସ କରିବେ। ଏହି ସମୟରେ ନେହା ନିଜର ଏବଂ ହିମାଂଶୁଙ୍କର ସମ୍ପର୍କକୁ ନେଇ ଇମୋସନାଲ ମଧ୍ୟ ହୋଇଗଲେ। ଆପଣଙ୍କୁ ଜଣାଇବୁଯେ ନେହା ଏହି ଶୋ’ର ଜଜ ଅଛନ୍ତି ଏବଂ ତାଙ୍କ ସହିତ ବିଶାଲ ଏବଂ ଅନ୍ନୁ ମଲିକ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.