ସାବଧାନ !! ଆସୁଛି ଝଡ଼ବାତ୍ୟା ‘ଡାଏ’, ବାତ୍ୟାର ରୂପ ନେଉଛି ଲଘୁଚାପ

ଭୁବନେଶ୍ବର(କେନ୍ଯୁଜ୍) : କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଉଛି । ଏହାର ନାଁ ରଖାଯାଇଛି ‘ଡାଏ’। ଆଜି ସକାଳ ସୁଦ୍ଧା ଏହା ଡିପ୍‌ ଡିପ୍ରେସନରେ ପରିଣତ ହୋଇଥିଲା । ତେବେ ଆସନ୍ତୁ ଜାଣିବା କଣ ରହିଛି ଡ଼ାଏର ଅବସ୍ଥା।

– ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ପାଣିପାଗ ବିଭାଗ ପକ୍ଷରୁ ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି ।

-ଡିପ୍‌ ଡିପ୍ରେସନ୍‌ ଗୋପାଳପୁର ଠାରୁ ୩୦୦ କିଲୋମିଟର ଦୂରରେ ରହିଛି । ଆଜି ମଧ୍ୟରାତ୍ର ସୁଦ୍ଧା ଏହା ଗୋପାଳପୁର ଅତିକ୍ରମ କରିବା ସମ୍ଭାବନା ରହିଛି ।

-ଏହି ସମୟରେ ପବନର ବେଗ ୬୦ ରୁ ୭୦ କିଲୋମିଟର ରହିବ । ଆସନ୍ତା ୨୪ ଘଣ୍ଟା ପାଇଁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଂକା ରହିଛି । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଂକା ରହିଛି ।

-ବାତ୍ୟା ପ୍ରଭାବରେ ଗଂଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ଜିଲ୍ଲାରେ କ୍ଷୟକ୍ଷତି ହେବାର ଆଶଂକା ରହିଛି । ସମୁଦ୍ରରେ ଉଚ୍ଚ ଜୁଆର ଆସିବା ସମ୍ଭାବନା ଥିବାରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

-ସବୁ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଡିପ୍ ଡିପ୍ରେସନ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି ।

ନିଶ୍ଚିତ ପଢ଼ନ୍ତୁ: ଆସୁଛି ବାତ୍ୟା, ମଧ୍ୟରାତ୍ରି ସୁଦ୍ଧା ଗୋପାଳପୁର ଅତିକ୍ରମ କରିବା ସହ ୬୦ ରୁ ୭୦ କିମି ବେଗରେ ପବନ ବହିବା…

ଏହାସହ ପ୍ରବଳ ବର୍ଷା ନେଇ ଦେଶର ୮ରୁ ଅଧିକ ରାଜ୍ୟକୁ ସତର୍କ କରାଯାଇଛି । ଓଡ଼ିଶା, ଅଭ୍ୟନ୍ତରୀଣ ଆନ୍ଧପ୍ରଦେଶ, ତେଲେଙ୍ଗାନା, ଝାଡଖଣ୍ଡ, ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ପୂର୍ବ ରାଜସ୍ଥାନ ଭଳି ସ୍ଥାନରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆଶଙ୍କା କରିଛି ଭାରତୀୟ ପାଣିପାଗ ବିଭାଗ। ସ୍ଥିତି ଉପରେ ନଜର ରଖିବା ପାଇଁ ୯ଟି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ସତର୍କ କରାଇଛନ୍ତି ଭାରତୀୟ ପାଣିପାଗ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.