ଶ୍ରୀଲଙ୍କାରେ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନ, ଶିକ୍ଷା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ଏମଜିଆର ରତ୍ନ ପୁରସ୍କାର ପ୍ରଦାନ

ଭୁବନେଶ୍ବର (କେନ୍ୟୁଜ୍) : ଶିକ୍ଷାବିତ୍ ଓ ସମାଜସେବୀ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ଏମଜିଆର ରତ୍ନ ପୁରସ୍କାର ପ୍ରଦାନ କରାଯାଇଛି । ଜନଜାତିଙ୍କ ଶିକ୍ଷା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ଡ. ସାମନ୍ତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଶ୍ରୀଲଙ୍କାରେ ଅନୁଷ୍ଠିତ ଏକ ଉତ୍ସବରେ ଶ୍ରୀଲଙ୍କା ସଂସଦର ବାଚସ୍ପତି କାରୁ ଜୟସୁରିଆ ଏହି ପୁରସ୍କାର ପ୍ରଦାନ କରିଥିଲେ । ଏଥିରେ ଶ୍ରୀଲଙ୍କା ଶିକ୍ଷାମନ୍ତ୍ରୀ ଅକିଲା ବିରାଜ କାରିଆୱାସମ୍ ଉପସ୍ଥିତ ଥିଲେ । ଡ. ସାମନ୍ତ ଅସୁସ୍ଥ ଥିବାରୁ ଏହି କାର‌୍ୟ୍ୟକ୍ରମରେ ବ୍ୟକ୍ତିଗତ ଭାବେ ଯୋଗ ଦେଇ ପାରିନଥିଲେ ।

ତାଙ୍କ ଅନୁପସ୍ଥିତିରେ ତାଙ୍କ ପକ୍ଷରୁ କିଟ୍ ଓ କିସର ଶୁଭେଚ୍ଛୁ ଡକ୍ଟର କେ. ଅବଦୁଲ ଘନି ଏହି ପୁରସ୍କାର ଗ୍ରହଣ କରିଥିଲେ । ଶିକ୍ଷା ଜରିଆରେ ସମାଜରୁ ଦାରିଦ୍ର‌୍ୟ ଦୂରିକରଣ କ୍ଷେତ୍ରରେ ଉଲ୍ଲେଖନୀୟ କାର‌୍ୟ୍ୟ ପାଇଁ ଏହାକୁ ମିଶାଇ ଡ.ସାମନ୍ତ ବିଶ୍ୱର ତିନୋଟି ଦେଶରୁ ବେସାମରିକ ସମ୍ମାନ ସମେତ ୨ଶହରୁ ଅଧିକ ଅନ୍ତର୍ଜାତୀୟ ସମ୍ମାନ ଓ ପୁରସ୍କାର ପାଇସାରିଛନ୍ତି । ଏହି ସମ୍ମାନ ପାଇଁ ସେ ଶ୍ରୀଲଙ୍କା ସରକାରଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.