ମ୍ୟାଚ୍ ଜିତିଲା ଇଣ୍ଡିଆ, ଦିଲ୍ ଜିତିଲେ ଚହଲ୍

ଦୁବାଇ : ପାକିସ୍ତାନ ବିପକ୍ଷରେ ଏସିଆ କପ୍ ମ୍ୟାଚ୍ ଜିତି କୋଟି କୋଟି ଭାରତୀୟଙ୍କୁ ଖୁସି କରିଛି ଟିମ୍ ଇଣ୍ଡିଆ । କିନ୍ତୁ ଭାରତ-ପାକିସ୍ତାନ୍ ମ୍ୟାଚ୍‌ ବେଳେ ଦୁବାଇରେ ଟିମ୍ ଇଣ୍ଡିଆର ସ୍ପୋର୍ଟସ ମ୍ୟାନ୍ ସ୍ପିରିଟକୁ ନେଇ ଚର୍ଚ୍ଚା ବେଶି । ସମସ୍ତଙ୍କର ଦିଲ୍ ଜିତି ନେଇଛନ୍ତି ସ୍ପିନର ଯୁଜବେନ୍ଦର ଚହଲ । ଚହଲଙ୍କର ଏମିତି ଫଟୋ ଓ ଟ୍ବିଟ୍ ଏବେ ସୋସିଆଲ ମିଡ଼ିଆ ହେଡଲାଇନ୍ସ ହୋଇଛି । ଏହି ଫଟୋରେ ଚହଲ ପାକିସ୍ତାନ କ୍ରିକେଟର ଉସମାନ୍ ଖାନଙ୍କ ଜୋତାର ଲେସ୍ ବାନ୍ଧି ଦେଉଥିବା ଦେଖିବାକୁ ମିଳିଛି । ମ୍ୟାଚର ୪୨ତମ ଓଭରରେ ଏମିତି ଦୃଶ୍ୟ କ୍ୟାମେରା ଲେନ୍ସରେ କ୍ଲିକ୍  ହୋଇଥିଲା ।

୪୨ତମ ଓଭରରେ ବ୍ୟାଟିଂ ପାଇଁ ଆସିଥିଲେ ଉସମାନ୍ ଖାନ୍ ।  ଜୋତା ଲେସ୍ ଖୋଲି ଯାଇଥିବାରୁ ଭାରି ଅସ୍ତବ୍ୟସ୍ତ ଲାଗୁଥିଲେ ସେ । ହାତରେ ଗ୍ଲୋଭସ୍ ପିନ୍ଧିଥିବାରୁ ଜୋତା ଲେସ୍ ବାନ୍ଧି ବି ପାରୁ ନଥିଲେ । ଏକଥା ଚହଲଙ୍କ ନଜରକୁ ଆସିଥିଲା । ସ୍ପୋର୍ଟସ ମ୍ୟାନ୍ ସ୍ପିରିଟ ଦେଖାଇଥିଲେ ସେ । ସଙ୍ଗେ ସଙ୍ଗେ ଉସମାନଙ୍କ ପାଖକୁ ଯାଇଥିଲେ ଚହଲ।  ଜୋତାର ଲେସ୍ ବାନ୍ଧି ଦେବାରେ ସାହାଯ୍ୟ କରିଥିଲେ । ଏ ଦୃଶ୍ୟ ଷ୍ଟାଡିୟମ ଗ୍ୟାଲେରୀରେ ବସି ମ୍ୟାଚ୍ ଦେଖୁଥିବା ଦର୍ଶକଙ୍କ ହୃଦୟକୁ ଛୁଇଁ ଯାଇଥିଲା ।


ଚହଲ ଭାରତ ଓ ପାକିସ୍ତାନ ଫ୍ୟାନଙ୍କ ଦିଲରେ ହଲଚଲ କରିଥିଲେ । ପରେ ସୋସିଆଲ ମିଡ଼ିଆରେ ଫଟୋ ଭାଇରାଲ୍ ହୋଇଛି । ଚହଲ ଓ ତାଙ୍କର ସ୍ପୋର୍ଟସ ମ୍ୟାନ୍ ସ୍ପିରିଟକୁ ତାରିଫ୍ କରୁଛନ୍ତି ଦେଶ ବିଦେଶର କ୍ରିକେଟ ଫ୍ୟାନ୍ । ଦୁଇ ପଡ଼ୋଶୀ ରାଷ୍ଟ୍ର ଭିତରେ ରାଜନୈତିକ କାରଣରୁ ସୀମାରେ ସବୁବେଳେ ଉତ୍ତେଜନା ଲାଗି ରହିଥିବା ବେଳେ କ୍ରିକେଟ୍ ଲଢ଼େଇରେ ଏଭଳି ସୌହାର୍ଦ୍ଦପୂର୍ଣ୍ଣ ଭାଇଚାରା ସମସ୍ତଙ୍କ ଭାବନା ଓ ହୃଦୟକୁ ଛଇଁ ଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.