ତେଲେଙ୍ଗାନାରେ ଆଉ ଏକ ଅନର କିଲିଂ, ଦଳିତଙ୍କୁ ବିବାହ କରିବାରୁ ବାପା କାଟିଲେ ଝିଅର ହାତ

ତେଲେଙ୍ଗାନା : ଦଳିତ ଜ୍ବାଇଁଙ୍କୁ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କ ସାମ୍ନାରେ ହତ୍ଯା କରିବା ଘଟଣା ସାରା ଦେଶରେ ଦୋହଲାଇ ଥିବା ବେଳେ ସେହିପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାଠାରେ। ମିଥ୍ଯା ମାନସମ୍ନାନ ପାଇଁ ନିଜର ଝିଅ ଏବଂ ଜ୍ବାଇଁ ଉପରେ ବିଚ୍ ରାସ୍ତା ଉପରେ ଆକ୍ରମଣ କରିଥିଲେ। ତାଙ୍କ ଝିଅର ମାତ୍ର ଏତିକି ଭୁଲ ରହିଥିଲା କି ସେ ଜଣେ ଦଳିତ ବ୍ଯକ୍ତିଙ୍କୁ ବିବାହ କରିଥିଲେ।

honor

ମିଳିଥିବା ସୂଚନା ମୁତାବକ, ୨୨ବର୍ଷର ମାଧବୀ ଏବଂ ସନ୍ଦିପ ପାଞ୍ଚ ବର୍ଷ ପ୍ରେମ ସଂପର୍କରେ ରହିବା ପରେ ଚଳିତ ବର୍ଷ ୧୨ ସେପ୍ଟେମ୍ବର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ମାଧବୀଙ୍କ ପିତା ମନୋହର ସେଟ୍ଟୀ ଏହି ବିବାହରେ ଖୁସି ନଥିଲେ। ଏଥି କାରଣରୁସେ ମିଛଟାରେ ଝିଅ ଜ୍ବାଇଁଙ୍କୁ ଦେଖା କରିବା ପାଇଁ ଡ଼ାକିଥିଲେ। ସେଠାରେ ସେଟ୍ଟୀ ତାଙ୍କ ଜ୍ବାଇଁ ଉପରେ ଆକ୍ରମଣ କରିଥିବା ବେଳେ ତାଙ୍କୁ ଅଟକାଇବା ପାଇଁ ଆସିଥିବା ନିଜ ଝିଅର ମଧ୍ୟ ହାତ କାଟି ଦେଇଥିଲେ।


video courtesy: etv telangana

ତେବେ ନବ ବିବାହିତା ଦମ୍ପତିଙ୍କୁ ତୁରନ୍ତ ଡ଼ାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଦୁହିଁଙ୍କ ଅବସ୍ଥା ଗୁରୁତର କୁହାଯାଉଛି। ଏହି ଘଟଣାଟି ସେଠାରେ ଥିବା ଏକ ସିସିଟିଭିରେ ରେକର୍ଡ଼ ହୋଇଥିବା ବେଳେ ତାହା ବର୍ତ୍ତମାନ ପୋଲିସ ପାଖରେ ରହିଛି। ତେବେ ପୋଲିସ ଘଟଣାଟିର ତଦନ୍ତ କରୁଥିବା ବେଳେ ସେଟ୍ଟୀଙ୍କୁ ଜେରା କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.