Categories: ଟେକ୍

ପାନ୍‌ କାର୍ଡରେ ନାମରେ ରହିଯାଇଛି କି ତୃଟି, ତାହେଲେ କୁଆଡେ ଯିବାର ନାହିଁ ଆବଶ୍ୟକତା ଘରେ ବସି କରନ୍ତୁ କରେକସନ୍‌

ଆଜିର ସମୟରେ ସବୁ ଲୋକଙ୍କ ପାଖରେ ପାନ୍‌ କାର୍ଡ ଅଛି। ଏଥିପାଇଁ ଆପଣ ଆବେଦନ ମଧ୍ୟ କରିଥିବେ। କିନ୍ତୁ ଚିନ୍ତା ସେତେବେଳେ ବଢ଼ିଯାଏ ଯେତେବେଳେ କୌଣସି କାରଣବସତଃ ଆପଣଙ୍କ ନାମ ଏବଂ ଠିକଣା ଭୂଲ ଟାଇପ୍‌ ହୋଇଥିବ। କାର୍ଡକୁ ସୁଧାରିବା ପାଇଁ ଲୋକମାନଙ୍କୁ ସରକାରୀ ଅଫିସକୁ ଦୌଡିବାକୁ ପଡିଥାଏ, ଆଉ ଏମିତିରେ ବହୁତ ସମୟ ବର୍ବାଦ ହୋଇଥାଏ। ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ଏକ ସୂଚନା ଯାହା ଜରିଆରେ ଆପଣ ଘରେ ବସି ତୃଟି ରହିଯାଇଥିବା କାର୍ଡରେ କରେକସନ୍‌ କରିପାରିବେ। ତେବେ ଆସନ୍ତୁ ଜାଣିବା କେମିତି।

ସର୍ବପ୍ରଥମେ ଆପଣଙ୍କୁ କାର୍ଡରେ ନାମ ବଦଳାଇବାକୁ ହେଲେ ନିଜର ଅସଲି ନାମର କାଗତପତ୍ରର ଫଟୋଗ୍ରାଫ ରଖିବାକୁ ହେବ। ଏହି ଡକ୍ୟୁମେଣ୍ଟସରେ ଆଧାର କାର୍ଡ, ପାସପୋର୍ଟ ଏବଂ ପରିଚୟ ପତ୍ର ଭଳି କାଗତପତ୍ର ରହିବା ଜରୁରୀ।

କାର୍ଡରେ ଥିବା ତୃଟିକୁ ସୁଧାରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ଏନଏସଡିଏଲର ଅଫିସିଆଲ ୱେବସାଇଟ https://www.onlineservices.nsdl.com/paam/endUserRegisterContact.htmlକୁ ଯିବାକୁ ହେବ। ଏହାପରେ ଏକ ପେଜ୍‌ ଓପନ୍‌ ହେବ, ଯେଉଁଥିରେ ଆପଣ ଆପଲିକେସନ୍‌ ଟାଇପରେ ଯାଇ ଚେଞ୍ଜ ଆଣ୍ଡ କରେକସନ୍‌ ଇନ୍‌ ଏକସିଷ୍ଟିଙ୍ଗ୍‌ ପାନ କାର୍ଡର ବିକଳ୍ପ ଉପରେ କ୍ଲିକ୍‌ କରିବାକୁ ହେବ। ଆପଣଙ୍କୁ INDIVIDUALକୁ ଚୟନ କରିବାକୁ ପଡିବ। ମୋବାଇଲ୍‌ ନମ୍ବର, ଜନ୍ମତାରିଖ, ଇ-ମେଲ ଆଇଡି ଭରିବା ପରେ କାପଚା କୋର୍ଡ ଭରନ୍ତୁ। ଏହାପରେ ସବମିଟ୍‌ ବଟନ ଉପରେ କ୍ଲିକ କରନ୍ତୁ।

ଏତିକି କରିବା ପରେ ଆପଣ ନୂଆ ପେଜରେ ପହଁଚିବେ, ଯେଉଁଠି ଆପଣଙ୍କୁ ଚାର ଅପସନ୍‌ ଦେଖାଦେବ। ଏଠାରେ ଆପଣଙ୍କୁ ଆଧାର ଏବଂ ପାନ୍‌ ନମ୍ବର ଏଣ୍ଟର କରିବାକୁ ହେବ। ସମସ୍ତ ସଠିକ ବିବରଣୀ ଭରିବା ବେଳେ ସାବଧାନ ଏବଂ ସତର୍କ ରହିବା ଜରୁରୀ। ଯେମିତି ପୁନର୍ବାର ଭୂଲ ନକରନ୍ତି।

ଏବେ ଆପଣଙ୍କୁ ଡକ୍ୟୁମେଣ୍ଟସ ସବମିଟ୍‌ କରି ୧୨୦ ଟଙ୍କା ପେମେଣ୍ଟ କରିବାକୁ ହେବ। ଏହାପରେ ଆପଣଙ୍କୁ ଓଟିପି ମିଳିବ, ଯାହାକୁ ସବମିଟ୍‌ କରିବାକୁ ହେବ। ଏବେ ଆପଣଙ୍କୁ ଏକ ଫର୍ମ ଡାଉନଲୋଡ୍‌ କରିବାର ଅପସନ୍‌ ଦେଖାଦେବ, ଯାହାକୁ ଆପଣ ସେଭ୍‌ କରିପାରିବେ କିମ୍ବା ପ୍ରିଣ୍ଟ କରି ରଖିପାରିବେ। ଆବେଦନ କରିବା ପରେ ଆପଣ ଦେଇଥିବା ଠିକଣାରେ ପାନ କାର୍ଡ ୧୫ ଦିନ ଭିତରେ ପହଁଚିଯିବ।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ବ୍ୟବସାୟୀଙ୍କ ପାଇଁ କିପରି କଟିବ ଦିନ

ମେଷ : କାର୍ଯ୍ୟ ସମ୍ବନ୍ଧୀୟ କିଛି ସୃଜନାତ୍ମକ ଚିନ୍ତାଧାରା ମନକୁ ଆସିପାରେ, ଯାହାକୁ ଆପଣ ନିଜ କାମରେ ବ୍ୟବହାର କରିପାରିବେ,…

4 hours ago

ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…

5 hours ago

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…

6 hours ago

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

6 hours ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

7 hours ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

7 hours ago