ଟେକ୍

କମାଲ୍ ଟ୍ରିକ: ଆପେ ଆପେ ଗାଏବ ହୋଇଯିବ ହ୍ୱାଟ୍ସଆପ୍‌ ଚାଟ୍‌, ଖାଲି ଅନ୍‌ କରିବାକୁ ହେବ ଏହି ସେଟିଂ

ଲୋକମାନେ ବିଶେଷ କରି ମେସେଜ୍‌ , କଲ୍‌ , ଇମେଜି ଆଦି ମାଧ୍ୟମରେ ନିଜ ପ୍ରିୟଜନଙ୍କ ସହ ଯୋଗାଯୋଗରେ ରହିବାକୁ ହ୍ୱାଟ୍ସଆପ୍‌ର ବ୍ୟବହାର କରୁଛନ୍ତି ।କିନ୍ତୁ ଆପଣ ଜାଣନ୍ତି କି ବର୍ତ୍ତମାନ ଆପଣଙ୍କର ହ୍ୱାଟ୍ସଆପ୍‌ର ମେସେଜ୍‌କୁ ଡିଫଲ୍ଟ ରୂପେ ଗାଏବ କରିପାରିବେ ? ହଁ…ହ୍ୱାଟ୍ସଆପ୍‌ ୟୁଜରମାନେ ହ୍ୱାଟ୍ସଆପ୍‌ ଡିସାପିୟରିଂ ମେସେଜେସ୍‌ ଫିଚର ମାଧ୍ୟମରେ ଏମିତି କରିପାରିବେ । ଏହି ମେସେଜିଂ ଆପ୍ଲିକେସନ ଦ୍ୱାରା ପ୍ରଦାନ କରାଯାଇ ଥିବା ଏକ ଅପସନାଲ୍ ହ୍ୱାଟ୍ସଆପ୍‌ ଫିଚର , ଯାହାକୁ ଆପଣ ଅଧିକ ପ୍ରାଇଭେସି ପାଇଁ ଅନ୍‌ କରିପାରିବେ । କମ୍ପାନୀ ଦ୍ୱାରା ଦିଆଯାଇ ଥିବା ସୂଚନା ଅନୁସାରେ , ଯେବେ ଆପଣ ଡିସ୍‌ଆପିୟରିଂ ଫିଚରରୁ ଇନେବଲ କରୁଛନ୍ତି ତ ଆପଣ ଚାଟ୍‌କୁ ପଠାଇବା ପରେ ୨୪-ଘଣ୍ଟା, ୭ଦିନ ବା ୯୦ ଦିନର ଅବଧି ଗାଏବ ହେବା ପାଇଁ ସେଟ୍‌ କରିପାରିବେ ।

ତଥାପି, ଏହା ଧ୍ୟାନ ଦେବା ଆବଶ୍ୟକ ଯେ ସର୍ବଶେଷ ଚୟନ କେବଳ ଚାଟରେ ନୂତନ ମେସେଜ୍‌କୁ କଣ୍ଟ୍ରୋଲ କରିଥାଏ। ଏହି ସେଟିଂ ଆପଣ ଚାଟରେ ପୂର୍ବରୁ ପଠାଇଥିବା କିମ୍ବା ମେସେଜକୁ ପ୍ରଭାବିତ କରିବ ନାହିଁ । ପର୍ସନାଲ ଚାଟ୍‌ରେ , କେହି ବି ଉପଯୋଗକର୍ତ୍ତା ଡିସ୍‌ଆପିୟରିଂ ଫିଚରକୁ ଅନ୍‌ ବା ଅଫ୍‌ କରିପାରିବେ । ଏକ ଗ୍ରୁପ୍ ଚାଟ୍ ରେ, ଯେକୌଣସି
ଅଂଶଗ୍ରହଣକାରୀ ଡିସ୍‌ଆପିରିଂ ଫିଚରକୁ ଅନ୍‌ ବା ଅଫ୍‌ କରିପାରିବେ । ତଥାପି, ଏକ ଗ୍ରୁପ୍ ଆଡମିନି ଗ୍ରୁପ୍ ସେଟିଂକୁ ପରିବର୍ତ୍ତନ କରିପାରିବେ ଯଦି ଜଣେ ଉପଭୋକ୍ତା ୨୪ ଘଣ୍ଟା, ୭ ଦିନ କିମ୍ବା ୯୦ ଦିନ ମଧ୍ୟରେ ହ୍ୱାଟ୍ସଆପ୍‌ଖୋଲନ୍ତି ନାହିଁ, ତେବେ ମେସେଜ ଚାଟରୁ ଡିସ୍‌ଆପିରିଂ ହୋଇଯିବ । ତଥାପି ହ୍ୱାଟ୍ସଆପ୍‌ ଖୋଲିବା ପର୍ଯ୍ୟନ୍ତ ମେସେଜର ପ୍ରିଭିୟୁ ନୋଟିଫିକେସନରେ ଦେଖିପାରିବେ ।

ଆଣ୍ଡ୍ରଏଡ୍ ଏବଂ ଆଇଫୋନରେ କେମିତି ଅନ୍‌ କରିବେ ସେଟିଂ ଜାଣନ୍ତୁ-

ହ୍ୱାଟ୍ସଆପ୍‌ ଚାଟ୍‌ ଖୋଲନ୍ତୁ

କଣ୍ଟାକ୍ଟ୍ସ ନେମ୍‌ରେ ଟ୍ୟାପ୍‌ କରନ୍ତୁ

ଡିସଆପିୟରିଂ ମେସେଜ୍‌ ଟ୍ୟାପ୍‌ କରନ୍ତୁ

୪- ୨୪ ଘଣ୍ଟା , ୭ ଦିନ ବା ୯୦ ଦିନ ସିଲେକ୍ଟ କରନ୍ତୁ

ଆଣ୍ଡ୍ରଏଡ୍ ଏବଂ ଆଇଫୋନରେ ଡିସ୍‌ଆପିୟରିଂ ଫିଚରକୁ କିପରି ଡିସେବଲ କରିବେ:

ହ୍ୱାଟ୍ସଆପ୍‌ ଚାଟ୍‌ ଖୋଲନ୍ତୁ

କଣ୍ଟାକ୍ଟ୍ସ ନେମ୍‌ରେ ଟ୍ୟାପ୍‌ କରନ୍ତୁ

ଡିସ୍‌ଆପିୟରିଂ ମେସେଜ ଟ୍ୟାପ୍ କରନ୍ତୁ

ଅଫ୍ ସିଲେକ୍ଟ କରନ୍ତୁ

ଏହିପରି ଯଦି ଆପଣ କୌଣସି ଗ୍ରୁପ୍‌ରେ ଡିସ୍‌ଆପିୟରିଂ ଫିଚରକୁ ଇନେବଲ ବା ଡିସେବଲ କରିବାକୁ ଚାହାନ୍ତି ତ ଆପଣଙ୍କୁ ହ୍ୱାଟ୍ସଆପ୍ ଗ୍ରୁପ୍‌ ଚାଟ୍‌ ଖୋଲିବାକୁ ହେବ , ଯାହାର ମେସେଜ୍‌ ଆପଣ ଗାଏବ କରିବାକୁ ଚାହାନ୍ତି।

୧- ନିଜର ହ୍ୱାଟ୍‌ସଆପ୍‌ ଖୋଲନ୍ତୁ ଓ ଟପ୍‌-ରାଇଟ୍ କର୍ଣ୍ଣରରେ ଉପଲ୍ବଧ ଭର୍ଟିକଲ ୩ଟି ଡଟ୍‌ ଉପରେ କ୍ଲିକ୍‌ କରନ୍ତୁ ।

୨- ୩ ବିନ୍ଦୁ ଉପରେ କ୍ଲିକ୍‌ କରିବା ପରେ ଦେଖାଯାଉ ଥିବା ପପ୍‌-ଅପ୍‌ରୁ ସେଟିଂ ବାଛନ୍ତି ।

୩- ପୁଣି ଆପଣଙ୍କୁ ଆକାଉଣ୍ଟରେ କ୍ଲିକ୍‌ କରିବାକୁ ହେବ ଏବଂ ନିଜର ପ୍ରାଇଭେସି ସେଟିଂ ର ରିଭ୍ୟୁ କରିବା ପାଇଁ ପ୍ରାଇଭେସି ବାଛିବାକୁ ହେବ ।

୪- ଏବେ ଡିସଆପିୟରିଂ ମେସେଜ୍‌ ଅନୁସାରେ ଆପଣଙ୍କୁ ନୂଆ ଚାଟ୍‌ ପାଇଁ ଡିଫଲ୍ଟ ମେସେଜ୍‌ ଟାଇମର ସେଟ୍‌ କରିବାକୁ ବିକଳ୍ପ ମିଳିବ ।

ଏହା ଲକ୍ଷ୍ୟ କରିବାକୁ ହେବ ଯେ ଡିସଆପିୟରିଂ ମେସେଜର ଟାଇମର ଅପସନ ଗୁଡିକ ୨୪ ଘଣ୍ଟା, ୭ ଦିନ, ଏବଂ ୯୦ ଦିନ ହୋଇଥାଏ ।conversation ୱିଣ୍ଡୋରେ ଆପଣ ହ୍ୱାଟ୍‌ସଆପ୍‌ ମେସେଜ ଗୁଡ଼ିକୁ self-destruct କରିବାକୁ ଚାହୁଁଛନ୍ତି, ତାହା ଉପରେ ନିର୍ଭର କରି ଆପଣଙ୍କୁ ଉପଯୁକ୍ତ ଟାଇମର୍ ବାଛିବା ଆବଶ୍ୟକ।

Barsha

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

2 hours ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

5 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

5 hours ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

6 hours ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

6 hours ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

6 hours ago