ଟେକ୍

କରୋନା ଭାଇରସ କଲର ଟ୍ୟୁନରେ କାଶ ଶୁଣି ଶୁଣି ହୋଇଗଲେଣିକି ବିରକ୍ତ, ତେବେ ଜାଣନ୍ତୁ ବନ୍ଦ କରିବାର ଉପାୟ

ଦୁନିଆରେ ପ୍ରାୟ ୧୦୦ଟି ଦେଶ ଏବେ କରୋନା ଭାଇରସ୍‌ କବଳରେ। ଇଟାଲୀରେ ତ ଏହି ଭାଇରସକୁ କାବୁ କରିବା ପାଇଁ ଲୋକଙ୍କୁ ଅସମ୍ଭବ ଭଳି ଲାଗୁଛି। ସେହିପରି ଭାରତରେ ଏବେ ପର୍ଯ୍ୟନ୍ତ ୫୦ ରୁ ଅଧିକ ମାମଲା ସାମ୍ନାକୁ ଆସିସାରିଲାଣି। ଏହି କାଳରୂପୀ କରୋନା ଭାଇରସ କବଳରୁ ଲୋକଙ୍କୁ ଜାଗୃକତା ଏବଂ ସଚେତନ କରିବା ପାଇଁ ସରକାର ଏବଂ ହେଲଥ୍‌ ଏଜେନ୍ସୀ ଗୁଡିକ ଏହାଉପରେ କାମ କରିବା ଆରମ୍ଭ କରିସାରିଲେଣି। ନିକଟରେ ଟେଲିକମ୍‌ କମ୍ପାନୀ ମଧ୍ୟ କରୋନା ଭାଇରସ ପାଇଁ ଏକ ସଚେତନ କଲର ଟ୍ୟୁନ୍‌ ଜାରୀ କରିଦେଇଛନ୍ତି। ଆପଣ ଏବେ ଶୁଣିବାକୁ ପାଉଥିବେ ଯେ ଯାହାକୁ ବି କଲ୍‌ କଲେ କରୋନା ଭାଇରସ awareness ଉପରେ କଲର ଟ୍ୟୁନ୍‌ ଶୁଣାଯାଉଛି। ଏହି କଲର ଟ୍ୟୁନ୍‌ ଲୋକଙ୍କ ସଚେତନା ପାଇଁ ଜାରୀ କରାଯାଇଥିଲେ ମଧ୍ୟ ଲୋକମାନେ ଏହାକୁ ଶୁଣି ଭୟ କରୁଛନ୍ତି। କିଛି ଲୋକ ତ ଏହି କଲର ଟ୍ୟୁନ୍‌ ଶୁଣି ବିରକ୍ତିଭାବ ପ୍ରକାଶ କରୁଛନ୍ତି।

ସୋସିଆଲ ମିଡିଆରେ କରୋନା ଭାଇରସକୁ ନେଇ ଜାରୀ କରିଥିବା ଏହି କଲର ଟ୍ୟୁନକୁ ନେଇ ଲୋକମାନେ ମଜାକ କରୁଛନ୍ତି। ଲୋକଙ୍କର କହିବାକଥା ଯେ ଲୋକମାନଙ୍କ ଜୀବନ ଯାଉ କି ନଯାଉ କିନ୍ତୁ ଏହି କଳର ଟ୍ୟୁନରେ ଥିବା କାଶ ଲୋକଙ୍କୁ ନିଶ୍ଚୟ ମାରିଦେବ। ତେବେ ଏସବୁ ଭିତରେ ଯଦି ଆପଣ ଏହି କଲର ଟ୍ୟୁନ ପାଇଁ ଚିନ୍ତାରେ ଅଛନ୍ତି କିମ୍ବା କଲର ଟ୍ୟୁନକୁ ଶୁଣିବାକୁ ଚାହୁଁନାହାନ୍ତି ତେବେ ଆମର ଏ ଖବରକୁ ନିଶ୍ଚୟ ପଢ଼ନ୍ତୁ। କାହିଁକିନା ଆଜି ଆମେ ଆପଣଙ୍କୁ ଏହି କଲର ଟ୍ୟୁନକୁ ବନ୍ଦ କରିବାର ଉପାୟ ଜଣାଇବୁ।

କେମିତି ବନ୍ଦ କରିବେ କରୋନା ଭାଇରସ କଲର ଟ୍ୟୁନ୍‌?

ଏବେ ପ୍ରଶ୍ନ ଏୟା ଆସୁଛି ଯେ କରୋନା ଭାଇରସକୁ ନେଇ ଜାରୀ ହୋଇଥିବା କଲର ଟ୍ୟୁନ୍‌ ଠାରୁ ଆପଣ ମୁକ୍ତି କେମିତି ପାଇବେ। ତେବେ ଆପଣ ଯଦି କାହାକୁ କଲ୍‌ କରୁଛନ୍ତି ସେତେବେଳେ କରୋନା ଭାଇରସ କଲର୍‌ ଟ୍ୟୁନ୍‌ ଆରମ୍ଭ ହେବା ମାତ୍ରକେ ହିଁ ‘ ୧ କିମ୍ବା # ‘ ଦବାଇ ଦିଅନ୍ତୁ। ଏହାପରେ କଲର ଟ୍ୟୁନ୍‌ ବନ୍ଦ ହୋଇଯିବ ଏବଂ ଆପଣଙ୍କୁ ରିଂଗ ଆଓ୍ଵାଜ୍‌ ଶୁଣାଯିବ। କିନ୍ତୁ ଏହାପୂର୍ବରୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ଟ୍ରିକ୍‌ କିଛି ଟେଲିକମ୍‌ କମ୍ପାନୀର ନମ୍ବରରେ କାମ କରିବନାହିଁ।

Pritiparna

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

24 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

38 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

53 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago