ଇନ୍ଷ୍ଟାଗ୍ରାମ୍ରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ନୂଆ ଫିଚର। ୟୁଜର୍ସମାନେ ଅନେକ ଦିନ ହେବ ଏହି ଫିଚରକୁ ଅପେକ୍ଷା କରିଥିଲେ। ଇନ୍ଷ୍ଟାରେ ଏହି ଫିଚର ଆସିବା ପରେ ଏବେ ୟୁଜର୍ସ ନିଜ ଷ୍ଟୋରିଗୁଡ଼ିକୁ ଡ୍ରାଫ୍ଟରେ ସେଭ୍ କରିପାରିବେ। ସୂଚନାଯୋଗ୍ୟ ଯେ, ଦୁନିଆର ପ୍ରାୟ ୫୦ କୋଟି ଲୋକ ଇନ୍ଷ୍ଟାଗ୍ରାମ୍ ଷ୍ଟୋରି ଫିଚର ବ୍ୟବହାର କରୁଛନ୍ତି ଓ ଏହାର ୟୁଜର ସଂଖ୍ୟା ଲଗାତାର ବଢ଼ିବାରେ ଲାଗିଛି।
ଏହା ପୂର୍ବରୁ ଇନ୍ଷ୍ଟାଗ୍ରାମ୍ ଷ୍ଟୋରିଜ୍ ପାଇଁ କେତେ ଗୁଡ଼ିଏ ଫିଚର ଜାରି କରାଯାଇଛି । ସେଥିମଧ୍ୟରେ ଜିଆଇଏଫ୍, ଷ୍ଟିକର୍ସ ଓ ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍ ଆଦି ସାମିଲ ଅଛି। ଇନ୍ଷ୍ଟାଗ୍ରାମ୍ର ଏହି ଅପକମିଂ ଫିଚର ବିଷୟରେ ଇନ୍ଷ୍ଟାଗ୍ରାମ୍ ମୁଖ୍ୟ ଏଡମ୍ ମୋସେରୀ ଟ୍ଵିଟ୍ କରି ସୂଚନା ଦେଇଛନ୍ତି। ଏଡମ୍ଙ୍କ ବ୍ୟତୀତ ଅନ୍ୟ କେତେ ଜଣ ମଧ୍ୟ ଏହି ଫିଚରର ସ୍କ୍ରିନ୍ ସର୍ଟ ସେୟାର କରିଛନ୍ତି।
ସୂଚନାଯୋଗ୍ୟ ଯେ ସର୍ବପ୍ରଥମେ ସ୍ନାପ୍ଚାଟ୍ ଷ୍ଟୋରିଜ୍ ଫିଚର ଲଞ୍ଚ୍ କରିଥିଲା। ତା’ପରେ ଇନ୍ଷ୍ଟାଗ୍ରାମ୍ ମଧ୍ୟ ଏହାକୁ କପି କରିଥିଲା। ଏବେ ହ୍ଵାଟ୍ସଆପ୍, ଟ୍ଵିଟର ଓ ଫେସ୍ବୁକ୍ରେ ବି ଷ୍ଟୋରିଜ୍ ସେୟାର କରିବା ଅପସନ୍ ଉପଲବ୍ଧ ହେଉଛି।
ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…