Categories: ଟେକ୍

Underwater Mode ସହିତ ଆସିବ iPhone 16, ଏବେ ପାଣି ଭିତରେ ମଧ୍ୟ ବ୍ୟବହାର କରିପାରିବେ ଫୋନ

ଆଜିକାଲି ଆପଲ୍ ଆଇଫୋନର ଚାହିଦା ବେଶ ଅଧିକ । ପ୍ରତ୍ୟେକ ସ୍ମାର୍ଟଫୋନ୍ ୟୁଜର ଆଇଫୋନ୍ ବ୍ୟବହାର କରିବାକୁ ଚାହାନ୍ତି । ଆପଲ୍ ଫୋନ୍ ଗୁଡିକ ସେମାନଙ୍କର ପ୍ରିମିୟମ୍ ବିଲ୍ଡ କ୍ୱାଲିଟି ଏବଂ ଫ୍ଲାଗସିପ୍ ଲେବଲ ଫିଚର ପାଇଁ ଜଣାଶୁଣା । ଆପଲର ଫିଚରଗୁଡିକ ଏହାକୁ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଠାରୁ ଭିନ୍ନ କରିଥାଏ । ଆଇଫୋନ୍ ୧୫ ସିରିଜ୍ ଗତ ବର୍ଷ ସେପ୍ଟେମ୍ବରରେ ଲଞ୍ଚ କରାଯାଇଥିଲା । ଏହି ନୂତନ ସିରିଜ୍ ଲଞ୍ଚ ହେବାର ମାତ୍ର କିଛି ମାସ ହୋଇଛି, ଏବେ ଆଇଫୋନ୍ ୧୬ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି ।

ଚଳିତ ବର୍ଷ ଅକ୍ଟୋବର ମାସରେ ଆପଲ୍ ଆଇଫୋନ୍ ୧୬ ଲଞ୍ଚ କରିପାରେ । ଆଇଫୋନର ଆଗାମୀ ସିରିଜ୍ ଆସିବା ପାଇଁ ତଥାପି କିଛି ସମୟ ଅଛି କିନ୍ତୁ ଏହାର ଫିଚର ଏବେ ଲିକ୍ ଆରମ୍ଭ ହୋଇସାରିଛି । ଏକ ଲାଟେଷ୍ଟ ରିପୋର୍ଟରେ ଆଇଫୋନ୍ ୧୬ ର ଏକ ୟୁନିକ ଫିଚର ପ୍ରକାଶ ପାଇଛି ଯଦି, କମ୍ପାନୀ ଅଣ୍ଡର ୱାଟର ମୋଡ୍ ସହିତ ଆଇଫୋନ୍ 16 ସିରିଜ୍ ଲଞ୍ଚ କରିପାରେ ।

Underwater Mode: ଏହି ଫୋନ୍ ପାଣିରେ ମଧ୍ୟ କାମ କରିବ । ଯଦି ଆପଣ ଭାବୁଛନ୍ତି ଯେ ଆଇଫୋନ୍ ପୂର୍ବରୁ ଆଇପି ରେଟିଂ ସହିତ ଆସିଛି ଯାହା ଏହାକୁ ୱାଟରପ୍ରୁଫ୍ କରିଥାଏ, ତେବେ ଜାଣି ରଖନ୍ତୁ ଅଣ୍ଡର ୱାଟର୍ ମୋଡ୍ ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଆଇପି ରେଟିଂ ଆଇଫୋନକୁ ଫିଜିକାଲି ୱାଟରପ୍ରୁଫ କରିଥାଏ କିନ୍ତୁ ଏହା ଅଣ୍ଡର ୱାଟର ମୋଡ୍ ୱାର୍କିଂ ଫକ୍ସନ ପାଇଁ ବ୍ୟବହୃତ ହେବ । ଅଣ୍ଡର ୱାଟର ମୋଡ୍ ସକ୍ଷମ କରି, ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଇଫୋନ୍ ୧୬ କୁ ଅଣ୍ଡର ୱାଟର ବ୍ୟବହାର କରିବାରେ ସକ୍ଷମ ହେବେ । ଡିସପ୍ଲେରେ ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ, ଏହା ସହିତ ଆପଣ ଦୀର୍ଘ ସମୟ ଧରି ପାଣିରେ ଫଟୋ ଏବଂ ଭିଡିଓ କରିପାରିବେ ।

କହି ରଖୁଛୁ United States Patent and Trademark Officeରେ ଏକ ପେଟେଣ୍ଟ ଦେଖାଯାଇଛି । ଏହି ପେଟେଣ୍ଟରେ ଆଇଫୋନ୍ ଇଣ୍ଟରଫେସ୍ ସହିତ Underwater Mode ବ୍ୟବହୃତ ହୋଇଛି । ଅନୁମାନ କରାଯାଉଛି ଯେ କମ୍ପାନୀ ବର୍ତ୍ତମାନ ଏହି ଫିଚର ସହିତ ଆଇଫୋନ୍ ଆଣିପାରେ । ସୂଚନା ଅନୁଯାୟୀ, Underwater Mode ଫିଚର ଟର୍ନ୍ ଅନ୍ କରିବା ପରେ ୟୁଜରମାନେ ଭଲ୍ୟୁମ୍ ବଟନ୍ ସାହାଯ୍ୟରେ କ୍ୟାମେରା ସେକ୍ସନକୁ ମଧ୍ୟ ନିୟନ୍ତ୍ରଣ କରିପାରିବେ । ୟୁଜରମାନେ କେବଳ ଭଲ୍ୟୁମ୍ ବଟନ୍ ସହିତ ଜୁମ୍ ଏବଂ ଜୁମ୍ ଆଉଟ୍ କରିପାରିବେ । iPhone 16 ସିରିଜରେ ୟୁଜରଙ୍କୁ ଫଟୋ ଏବଂ ଭିଡିଓ କ୍ୟାପଚର ପାଇଁ ଏକ ଡେ଼ଡିକେଟେଡ୍ କ୍ୟାପଚର ବଟନ୍ ମଧ୍ୟ ଦିଆଯାଇପାରେ ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

13 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

15 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

21 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

30 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

30 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

48 mins ago