ଦେଶ ବିଦେଶ

ମହାରାଷ୍ଟ୍ରରେ କଂଗ୍ରେସକୁ ପୁଣି ବଡ଼ ଝଟ୍‌କା, ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି ଦଳରୁ ଦେଲେ ଇସ୍ତଫା

ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି । ବାବା ସିଦ୍ଦିକି ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଏଥିରେ ସିଦ୍ଦିକି ଲେଖିଛନ୍ତି, ‘ମୁଁ ଜଣେ ଯୁବକ ଭାବରେ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲି ଏବଂ ୪୮ ବର୍ଷ ଧରି ଏହା ଏକ ମହତ୍ତ୍ୱପୂର୍ଣ୍ଣ ଯାତ୍ରା ରହିଆସିଛି । ଆଜି ମୁଁ ତତ୍କାଳ ପ୍ରଭାବ ସହିତ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟି (INC)ର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି । ଏମିତି ବହୁତ କିଛି ଅଛି, ଯାହାକୁ ମୁଁ ବ୍ୟକ୍ତ କରିବାକୁ ଚାହୁଁଛି, ହେଲେ କୁହାଯାଏ କି, କିଛି ଜିନିଷ ନ କୁହାଗଲେ ଭଲ । ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି, ଯିଏ ଏହି ଯାତ୍ରାର ଅଂଶ ରହିଛନ୍ତି’ ।

ବାବା ଜିୟାଉଦ୍ଦୀନ ସିଦ୍ଦିକି ବର୍ଷରେ ଗୋଟିଏ ଥର ବହୁତ ଚର୍ଚ୍ଚାରେ ରୁହନ୍ତି, ତାହା ହେଉଛି ତାଙ୍କର ଗ୍ରାଣ୍ଡ୍‌ ଇଫତାର ପାର୍ଟି । ଏଥିରେ ସଲମାନ ଖାନ, ଶାହରୁଖ ଖାନଙ୍କ ସହିତ ଅନ୍ୟ ସେଲିବ୍ରିଟିମାନେ ସାମିଲ ହୁଅନ୍ତି । ବାବା ସିଦ୍ଦିକି ବିଶାଳ ଇଫତାର ପାର୍ଟି ଆୟୋଜନ କରିବା ଏବଂ ଫିଲ୍ମ ଓ ଟେଲିଭିଜନ ଇଣ୍ଡଷ୍ଟ୍ରୀର ସବୁଠୁ ବଡ଼ ତାରକାମାନଙ୍କୁ ଗୋଟିଏ ଛାତ ତଳେ ଏକାଠି ଆଣିବା ପାଇଁ ଜଣାଯାଆନ୍ତି ।

ଏବେ ମିଲିନ୍ଦ ଦେଓଡ଼ାଙ୍କ ପରେ ବାବା ସିଦ୍ଦିକି ଦଳ ଛାଡିଥିବା ଦ୍ୱିତୀୟ ବଡ଼ କଂଗ୍ରେସ ନେତା ହୋଇଛନ୍ତି । କିଛି ଦିନ ପୂର୍ବରୁ ଏକ ଖବର ଆସିଥିଲା ଯେ ମୁମ୍ବାଇର ବାନ୍ଦ୍ରା ଇଷ୍ଟରୁ ପୂର୍ବତନ ବିଧାୟକ ବାବା ସିଦ୍ଦିକି ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‌ସିପି ଦଳରେ ଯୋଗ ଦେଇପାରନ୍ତି ।

Roshni

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 min ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

10 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

10 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

28 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

28 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

32 mins ago