ମହାରାଷ୍ଟ୍ରରେ କଂଗ୍ରେସକୁ ପୁଣି ବଡ଼ ଝଟ୍କା, ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି ଦଳରୁ ଦେଲେ ଇସ୍ତଫା
ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି । ବାବା ସିଦ୍ଦିକି ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସକୁ ବଡ଼ ଝଟ୍କା ଲାଗିଛି । ବାବା ସିଦ୍ଦିକି ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
ଏଥିରେ ସିଦ୍ଦିକି ଲେଖିଛନ୍ତି, ‘ମୁଁ ଜଣେ ଯୁବକ ଭାବରେ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲି ଏବଂ ୪୮ ବର୍ଷ ଧରି ଏହା ଏକ ମହତ୍ତ୍ୱପୂର୍ଣ୍ଣ ଯାତ୍ରା ରହିଆସିଛି । ଆଜି ମୁଁ ତତ୍କାଳ ପ୍ରଭାବ ସହିତ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟି (INC)ର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି । ଏମିତି ବହୁତ କିଛି ଅଛି, ଯାହାକୁ ମୁଁ ବ୍ୟକ୍ତ କରିବାକୁ ଚାହୁଁଛି, ହେଲେ କୁହାଯାଏ କି, କିଛି ଜିନିଷ ନ କୁହାଗଲେ ଭଲ । ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି, ଯିଏ ଏହି ଯାତ୍ରାର ଅଂଶ ରହିଛନ୍ତି’ ।
ବାବା ଜିୟାଉଦ୍ଦୀନ ସିଦ୍ଦିକି ବର୍ଷରେ ଗୋଟିଏ ଥର ବହୁତ ଚର୍ଚ୍ଚାରେ ରୁହନ୍ତି, ତାହା ହେଉଛି ତାଙ୍କର ଗ୍ରାଣ୍ଡ୍ ଇଫତାର ପାର୍ଟି । ଏଥିରେ ସଲମାନ ଖାନ, ଶାହରୁଖ ଖାନଙ୍କ ସହିତ ଅନ୍ୟ ସେଲିବ୍ରିଟିମାନେ ସାମିଲ ହୁଅନ୍ତି । ବାବା ସିଦ୍ଦିକି ବିଶାଳ ଇଫତାର ପାର୍ଟି ଆୟୋଜନ କରିବା ଏବଂ ଫିଲ୍ମ ଓ ଟେଲିଭିଜନ ଇଣ୍ଡଷ୍ଟ୍ରୀର ସବୁଠୁ ବଡ଼ ତାରକାମାନଙ୍କୁ ଗୋଟିଏ ଛାତ ତଳେ ଏକାଠି ଆଣିବା ପାଇଁ ଜଣାଯାଆନ୍ତି ।
ଏବେ ମିଲିନ୍ଦ ଦେଓଡ଼ାଙ୍କ ପରେ ବାବା ସିଦ୍ଦିକି ଦଳ ଛାଡିଥିବା ଦ୍ୱିତୀୟ ବଡ଼ କଂଗ୍ରେସ ନେତା ହୋଇଛନ୍ତି । କିଛି ଦିନ ପୂର୍ବରୁ ଏକ ଖବର ଆସିଥିଲା ଯେ ମୁମ୍ବାଇର ବାନ୍ଦ୍ରା ଇଷ୍ଟରୁ ପୂର୍ବତନ ବିଧାୟକ ବାବା ସିଦ୍ଦିକି ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନ୍ସିପି ଦଳରେ ଯୋଗ ଦେଇପାରନ୍ତି ।