ବଢିବନି ଲୋନର EMI, କ୍ରମାଗତ ଷଷ୍ଠ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍
ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ରେପୋ ରେଟ୍ ୬.୫ ପ୍ରତିଶ ରଖିଲା ରିଜର୍ଭ ବ୍ୟାଙ୍କ। କ୍ରମାଗତ ଷଷ୍ଠ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି। ୬ ଜଣିଆ ମନେଟାରୀ ପଲିସି କମିଟି ରେପୋ ରେଟ୍ ଅପରିବର୍ତ୍ତିତ ରଖିଛନ୍ତି।

ନୂଆଦିଲ୍ଲୀ : ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ରେପୋ ରେଟ୍ ୬.୫ ପ୍ରତିଶ ରଖିଲା ରିଜର୍ଭ ବ୍ୟାଙ୍କ। କ୍ରମାଗତ ଷଷ୍ଠ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି। ୬ ଜଣିଆ ମନେଟାରୀ ପଲିସି କମିଟି ରେପୋ ରେଟ୍ ଅପରିବର୍ତ୍ତିତ ରଖିଛନ୍ତି। ନେଇ ସୂଚନା ଦେଇଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।
ତେବେ ଶେଷ ଥର ପାଇଁ ରିଜର୍ଭ ବ୍ୟାଙ୍କ ୨୦୨୩ ମସିହା ଫେବ୍ରୁଆରୀ ୮ ତାରିଖରେ ରେପୋ ରେଟରେ ପରିବର୍ତ୍ତନ କରିଥିଲା । ସେତେବେଳେ ରେପୋ ରେଟକୁ ୬ ଦଶମିକ ୨୫ରୁ ୬ ଦଶମିକ ୬.୫ କୁ ବୃଦ୍ଧି କରିଥିଲେ ରିଜର୍ଭ ବ୍ଯାଙ୍କ। ମନିଟାରୀ ପଲିସି କମିଟି ବୈଠକରେ ଏ ନେଇ ଘୋଷଣା କରାଯାଇଛି। ସେବେଠୁ ଗତ ୬ଟି ମନିଟରି ପଲିସି କମିଟି ମିଟିଂରେ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି । ତେବେ ଏଥର ମଧ୍ୟ ମିଟିଂ ଆରମ୍ଭ ହେବା ପୂର୍ବରୁ ରେପୋ ରେଟ୍ ଅପରିବର୍ତ୍ତିତ ରହିବା ନେଇ ପୂର୍ବାନୁମାନ କରାଯାଉଥିଲା । ଆଉ ଅନୁମାନ ମୁତାବକ ମଧ୍ୟ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି ।