ବରକୋଳି ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟୀ, ଖାଇଲେ ମିଳିବ ଏହି ୩ଟି ସମସ୍ୟାରୁ ମୁକ୍ତି

ଆପଣ ଜାଣିଛନ୍ତି କି ବରକୋଳି ପାଟିକୁ ସ୍ୱାଦ ଲାଗିବା ସହ ଦେହ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏହା ଶରୀରକୁ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମଧ୍ୟ ଯୋଗାଇଥାଏ । ଏଥିରେ ଭିଟାମିନ୍ C, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ରହିଥାଏ, ଯାହା ଅନେକ ରୋଗକୁ ରୋକିବାରେ ସହାୟକ ହୋଇଥାଏ ।

ବସନ୍ତ ପଞ୍ଚମୀର ପର୍ବ ଆସିବାକୁ ଯାଉଛି ଏବଂ ଏହି ସିଜିନ୍‌ରେ ଆପଣ ବରକୋଳି ଖାଇବାକୁ ପାଇବେ । ବଜାରରେ ମଧ୍ୟ ଆପଣ ଏହି କୋଳି ପ୍ରଚୁର ପରିମାଣରେ ପାଇବେ । ବାସ୍ତବରେ ଏହି କୋଳି ଖାଇବା ଦ୍ୱାରା ଆପଣ ଅନେକ ରୋଗରୁ ରକ୍ଷା ପାଇଥାନ୍ତି । ତେବେ ଆପଣ ଜାଣିଛନ୍ତି କି ବରକୋଳି ପାଟିକୁ ସ୍ୱାଦ ଲାଗିବା ସହ ଦେହ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏହା ଶରୀରକୁ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମଧ୍ୟ ଯୋଗାଇଥାଏ । ଏଥିରେ ଭିଟାମିନ୍ C, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ରହିଥାଏ, ଯାହା ଅନେକ ରୋଗକୁ ରୋକିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଏହାର ଅନ୍ୟାନ୍ୟ ଅନେକ ଲାଭ ମଧ୍ୟ ରହିଛି । ତାହେଲେ ଆସନ୍ତୁ ଆଜି ଆମେ ଆପଣଙ୍କୁ ବର କୋଳି ଖାଇବାର ଫାଇଦା ବିଷୟରେ ଜଣାଇବୁ ।

କୋଷ୍ଠକାଠିନ୍ୟ ସମସ୍ୟାରେ ବରକୋଳି ଖାଆନ୍ତୁ :
ଯଦି ଆପଣଙ୍କୁ ବାରମ୍ବାର କୋଷ୍ଠକାଠିନ୍ୟ ସମସ୍ୟା ହେଉଛି, ତେବେ ଆପଣ ବରକୋଳି ଖାଇବା ଉଚିତ୍ । ବାସ୍ତବରେ ବରକୋଳିକୁ ନିୟମିତ ଭାବେ ଖାଇବା ଦ୍ୱାରା ଆପଣ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ପାଇପାରନ୍ତି । ଏହା ବ୍ୟତୀତ ଏହା ଫାଇବରରେ ଭରପୂର ହୋଇଥାଏ, ଯାହା ପାଣି ସହିତ ପେଟରେ ମିଶିକରି କାମ କରିଥାଏ ଏବଂ ଏହାଦ୍ୱାରା ମେଟାବୋଲିଜିମ୍ ଭଲ କରିଥାଏ । ଯାହା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ ।

ଡାଇବେଟିସ୍‌ ସମସ୍ୟା ଥିଲେ ବର କୋଳି ଖାଇପାରିବେ :
ଡାଇବେଟିସ୍‌ରେ ବରକୋଳି ଖାଇବା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ତେବେ ବରକୋଳି ଫ୍ଲାଭୋନାଏଡ ଏବଂ ଆଣ୍ଟିଅକ୍ସିଡାଣ୍ଟ ଇନସୁଲିନ ଉତ୍ପାଦନକୁ ବଢାଇଥାଏ ଯାହା ସୁଗାର ମେଟାବୋଲିଜିମରେ ଅନେକ ସହାୟକ ହୋଇଥାଏ । ଏହା ବଡିର କିଛି କୋଷ ପାଇଁ ମଧ୍ୟ ଭଲ ହୋଇଥାଏ ଏବଂ ସୁଗାର ଲେବଲକୁ ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ । ତେଣୁ ଡାଇବେଟିସ୍‌ ରୋଗୀମାନେ ମଧ୍ୟ ବର କୋଳି ଖାଇବା ଉଚିତ, ଯାହା ଦ୍ୱାରା ଏହା ସୁଗାର ମ୍ୟାନେଜ୍‌ କରିବାରେ ସାହାଯ୍ୟ କରିପାରେ ।

ହାର୍ଟ ଜନିତ ସମସ୍ୟାରେ ବରକୋଳି ଖାଇବା ଲାଭଦାୟକ ହୋଇପାରେ :
ବରକୋଳିରେ ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଥାଏ ଯାହା ହାର୍ଟ ସମସ୍ୟାରୁ ରକ୍ଷା କରିଥାଏ । ଏହା ବ୍ଲଡ୍‌ ସ୍ଲେସ୍‌କୁ ସଫା କରିଥାଏ ଏବଂ ରକ୍ତ ସଞ୍ଚାଳନରେ ଉନ୍ନତି ଆଣେ, ଯାହା ହାର୍ଟକୁ ଭଲ ରଖିଥାଏ । ଏହା ବ୍ୟତୀତ ଏହା ହାର୍ଟ ଦ୍ୱାରା ହେଉଥିବା କାମକୁ ମଧ୍ୟ ଉନ୍ନତ କରିଥାଏ ଏବଂ ଏହା ସହିତ ଜଡିତ ଅନେକ ରୋଗରୁ ରକ୍ଷା କରିଥାଏ । ସେଥିପାଇଁ ଏହି ରୋଗୀମାନେ ବରକୋଳି ଖାଇବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.