ଟେଷ୍ଟ ରାଙ୍କିରେ ନଂ ୧ ସ୍ଥାନ ପାଇବା ପରେ ମଧ୍ୟ ଖୁସିନାହାନ୍ତି ବୁମରା, ସେୟାର କଲେ ଭାବବିହ୍ଵଳ ପୋଷ୍ଟ

ଫ୍ୟାନ୍ସଙ୍କ ଉପରେ ଖୁସି ନାହାନ୍ତି ବୁମରା । ଆଇସିସି ଟେଷ୍ଟ ରାଙ୍କିରେ ନଂ ୧ ସ୍ଥାନ ପାଇବା ପରେ ଇମୋସନାଲ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟ ଜରିଆରେ ବୁମରା ସେମାନଙ୍କୁ ଟାର୍ଗେଟ କରିଛନ୍ତି, ଯେଉଁମାନେ ଖରାପ ସମୟରେ ତାଙ୍କ ସହିତ ନଥିଲେ ।

ଭାରତୀୟ ଟିମର ଦ୍ରୁତ ବୋଲର ଜସପ୍ରୀତ ବୁମରା ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିଛନ୍ତି । ଫଳରେ ବୁମରା ବିଶ୍ୱର ସର୍ବଶ୍ରେଷ୍ଠ ଟେଷ୍ଟ ବୋଲର ହୋଇଛନ୍ତି । ବୁମରା ଆଇସିସି ଟେଷ୍ଟ ରାଙ୍କିରେ ୧ ନଂ ସ୍ଥାନ ପାଇବା ପରେ ମଧ୍ୟ ଖୁସି ନାହାନ୍ତି । ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ଫ୍ୟାନ୍ସଙ୍କ ପ୍ରତି ନିରାଶା ଭାବ ପ୍ରକାଶ କରିଛନ୍ତି ।

ବୁମରା ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀରେ ଦୁଇଟି ଫଟୋ ସେୟାର କରି ଲେଖିଛନ୍ତି, ସମର୍ଥନ ବନାମ ଶୁଭେଚ୍ଛା । ସମର୍ଥନ ଫଟୋରେ ଷ୍ଟାଣ୍ଡରେ କେବଳ ଜଣେ ବ୍ୟକ୍ତି ଥିବା ବେଳେ ଶୁଭେଚ୍ଛା ଜଣାଇବା ଫଟୋର ହଜାର ହଜାର ଲୋକ ନଜର ଆସିଛନ୍ତି ।

ଏହି ପୋଷ୍ଟ ଜରିଆରେ ବୁମରା ସେମାନଙ୍କୁ ଟାର୍ଗେଟ କରିଛନ୍ତି, ଯେଉଁମାନେ ଖରାପ ସମୟରେ ତାଙ୍କ ସହିତ ନଥିଲେ । ଆଉ ଏଥିରେ ଶୀର୍ଷରେ ରହିଛନ୍ତି ତାଙ୍କ ଫ୍ୟାନ୍ସ । ବୁମରା ଗତବର୍ଷ ଠାରୁ ଫେରିବା ପରେ ଭଲ ଫର୍ମରେ ରହିଛନ୍ତି । ସେ ବିଶ୍ୱକପ ୨୦୨୩ରେ ୧୧ଟି ମ୍ୟାଚରେ ୨୦ଟି ଓ୍ଵିକେଟ ନେଇଥିଲେ ।

 

View this post on Instagram

 

A post shared by jasprit bumrah (@jaspritb1)

ବିଶାଖାପାଟଣାରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ବୁମରା ୯ ଓ୍ଵିକେଟ ନେଇଥିଲେ । ବୁମରାଙ୍କୁ ଏହି ମ୍ୟାଚରେ ପ୍ଲେୟାର ଅଫ ଦ ମ୍ୟାଚ ମିଳିଥିଲା । ବୁମରା ଅଶ୍ୱିନଙ୍କୁ ପଛରେ ପକାଇ ଆଇସିସି ଟେଷ୍ଟ ରାଙ୍କିରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ବୋଲିଂ ରାଙ୍କିରେ ଶୀର୍ଷ ସ୍ଥାନରେ ପହଞ୍ଚିଥିବା ବୁମରା ଭାରତର ଚତୁର୍ଥ ଏବଂ ପ୍ରଥମ ଦ୍ରୁତ ବୋଲର । ଏହା ପୂର୍ବରୁ ଅଶ୍ୱିନ, ଜାଡେଜା ଏବଂ ବିଶନ ବେଦୀ ଏହି ଉପଳବ୍ଧି ହାସଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.