ଟେକ୍

iOS 17 ଅପଡେଟ୍ ପରେ ଶୀଘ୍ର ସରୁଛି ଆଇଫୋନ୍ ବ୍ୟାଟେରୀ, ଅଭିଯୋଗ କଲେ ୟୁଜର୍ସ

ଆପଲ୍ ଏହି ସପ୍ତାହ ଆରମ୍ଭରେ iOS 17 ଅପଡେଟ୍ ଆଣିଥିଲା । ଏହି ଅପଡେଟରେ ଆଇଫୋନ୍ ପାଇଁ ଅନେକ ଫ୍ରେସ ଫିଚର ମଧ୍ୟ ଅଣାଯାଇଥିଲା । ଏହି ନୁଆ ଅପଡେଟରେ ଫ୍ୟାମିଲିଆର ୟୁଜର ଇଣ୍ଟରଫେସ୍ ସହିତ କଲିଂ, ମେସେଜିଂ, ଫେସ୍ ଟାଇମ୍, ଏୟାରଡ୍ରପ୍ ଏବଂ ଅନ୍ୟାନ୍ୟ ଫିଚର୍ସରେ ମଧ୍ୟ ଉନ୍ନତି କରାଯାଇଛି । କିନ୍ତୁ ଏହି ଅପଡେଟ ପରେ ଆଇଫୋନ୍‌ ୟୁଜର ଏହାକୁ ନେଇ ଅଭିଯୋଗ କରୁଛନ୍ତି ।

ଆଇଫୋନ ୟୁଜର୍ସ ଏହାକୁ ନେଇ ‘X’ (ପୂର୍ବ ଟ୍ୱିଟର) ପ୍ଲାଟଫର୍ମରେ ଅଭିଯୋଗ କରିଥିବା ଜଣାପଡ଼ିଛି । ୟୁଜର୍ସର୍ଙ୍କ ବଡ଼ ଅଭିଯୋଗ ହେଉଛି ବ୍ୟାଟେରୀ । କିନ୍ତୁ ଏହି ବ୍ୟାଟେରୀ ସମସ୍ୟା ମୁଖ୍ୟତଃ ପୁରୁଣା ଆଇଫୋନ୍ ୟୁଜରଙ୍କ ଉପରେ ପ୍ରଭାବ ପକାଉଛି । OS ଅପଗ୍ରେଡ୍ ସାଧାରଣତଃ ଅଧିକ ପ୍ରୋସେସିଙ୍ଗ ପାଓ୍ଵାର ଏବଂ ଷ୍ଟୋରେଜର ଡିମାଣ୍ଡ କରିଥାଏ ।

ଜଣେ ୟୁଜର ଦୁଃଖ ପ୍ରକାଶ କରି କହିଛନ୍ତି ଯେ ମୋର ଆଇଫୋନ୍ 14ର ବ୍ୟାଟେରୀ ଲାଇଫ ହଠାତ ଶେଷ ହୋଇଗଲା । ଅନ୍ୟ ଜଣେ ୟୁଜର କହିଛନ୍ତି ମୋ ଆଇଫୋନର ବ୍ୟାଟେରୀ ମୋ ବଞ୍ଚିବାର ଇଚ୍ଛା ଭଳି କମ ରହିଛିି । ଅନ୍ୟପଟେ ଆଉ ଜଣେ ୟୁଜର ଭଗବାନଙ୍କୁ ମନେ ପକାଇ ଲେଖିଛନ୍ତି ଯେ, ଆପଲ ମୋତେ ଜଣା ଅଛି, ଆଇଫୋନ୍ 15 ବର୍ତ୍ତମାନ ଆସିଛି କିନ୍ତୁ ମୋ ବ୍ୟାଟେରୀ ଲାଇଫ ସହିତ ଖେଳିବା ବନ୍ଦ କରନ୍ତୁ । ବ୍ୟବହାର କରିବାର ୧୦ ମିନିଟରେ ପରେ ହିଁ ଏହା ୧୦% କମ ହୋଇଯାଉଛି ।

ଆଉ ଜଣେ ୟୁଜର ଅଭିଯୋଗ କରିଛନ୍ତି ଯେ କାଳି ରାତିରେ ମୋ ଆଇଫୋନ୍କୁ ios 17ରେ ଅପଡେଟ୍ କରିଥିଲି ଏବଂ ବର୍ତ୍ତମାନ ମୋ ବ୍ୟାଟେରୀ କିଛି ମିନିଟରେ ଶେଷ ହୋଇଯାଉଛି । ଗତକାଲି ପର୍ଯ୍ୟନ୍ତ ଯାହା ଦିନସାରା ଚାଲୁଥିଲା, ବର୍ତ୍ତମାନ ଏହାକୁ ସକାଳ ୧୦ଟା ସୁଦ୍ଧା ରିଚାର୍ଜ କରିବାକୁ ହେଉଛି ।

ତେବେ ଏହି ସମସ୍ୟା କଣ ପାଇଁ ହେଉଛି ଏବଂ ବ୍ୟାଟେରୀ କେବଳ ନୂଆ ଅପଡେଟ ପାଇଁ ହେଉନି ତ ? ଏହି ସମସ୍ୟାର କାରଣକୁ ବୁଝେଇବା ପାଇଁ ଟେକ୍ ୟୁଟ୍ୟୁବର୍‌ ମାର୍କେସ୍ ବ୍ରାଉନଲି ଏକ ଇନଷ୍ଟାଗ୍ରାମ ରିଲ କରିଥିଲେ । ସେ କହିଛନ୍ତି ଆଇଫୋନ୍ର ହଠାତ ପାଓ୍ଵାର ସରି ନଯିବା ପାଇଁ ଆପଲ୍ CPU ଫ୍ରିକ୍ୱେନ୍ସିକୁ କମ୍‌ କରିଛି । ଯଦି ୟୁଜରଙ୍କୁ ଅଧିକ ସମସ୍ୟା ହେଉଛି ତେବେ ସେମାନେ ପିକ୍‌ ପରର୍ଫମାନ୍ସ କ୍ୟାପେବିଲିଟି ଅପ୍ସନକୁ ଆକ୍ଟିଭ କରିପାରିବେ । ସେ କହିଛନ୍ତି ବ୍ୟାଟେରୀ ଶୀଘ୍ର ଶେଷ ହେବାର ସମସ୍ୟା ଅପଡେଟ ସହିତ ଜଡ଼ିତ ନୁହେଁ ।

Subhalaxmi Das

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

1 hour ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

7 hours ago