ଟେକ୍

କାହାକୁ ବି ଦେଖାଯିବନି ଆପଣଙ୍କ ଲାଷ୍ଟ ସିନ୍‌ ଏବଂ Online, ହ୍ଵାଟସଆପରେ ଫଲୋ କରନ୍ତୁ ଏହି ସହଜ ଷ୍ଟେପ୍ସ

ମ୍ୟାସେଜିଙ୍ଗ୍‌ ପ୍ଲାଟଫର୍ମ ହ୍ଵାଟସଆପରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ନିଜ ବନ୍ଧୁ ଏବଂ ପରିଜନଙ୍କ ସହିତ ଚାଟ୍‌ କରନ୍ତି। ତେବେ ଏମିତିରେ ତାଙ୍କ ସାମ୍ନାରେ ଗୋଟିଏ ବଡ଼ ସମସ୍ୟା ଛିଡା ହୋଇଥାଏ ତାହା ହେଉଛି ‘ଅନଲାଇନ୍‌’। ୟୁଜର ଚାହାଁନ୍ତି ଯେ କାହାକୁ ବି ଜଣା ନପଡୁ ଯେ ସେ ଅନଲାଇନ୍‌ ଅଛନ୍ତି। କିନ୍ତୁ ହ୍ଵାଟସଆପ୍‌ ଓପନ କରିବା ପରେ ହିଁ ଆପଣଙ୍କ ଷ୍ଟାଟସ ଅନଲାଇନ୍‌ ଦେଖାଯାଇଥାଏ। ହ୍ଵାଟସଆପରେ ଅନେକ ଫିଚର୍ସ ୟୁଜର୍ସଙ୍କୁ ମିଳୁଛି, କିନ୍ତୁ ଏହି ଗୋଟିଏ ଫିଚରର ଅପେକ୍ଷା ଏବେ ପର୍ଯ୍ୟନ୍ତ ଶେଷ ହେଉନାହିଁ। ଏଥିପାଇଁ ଆପଣଙ୍କର ଏହି ସମସ୍ୟାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କ ପାଇଁ ଏକ ଏମିତି ଟ୍ରିକ ନେଇ ଆସିଛୁ ଯାହା ସାହାଯ୍ୟରେ ଆପଣ ଅନଲାଇନ୍‌ ନଦେଖା ହୋଇ ଚାଟ୍‌ କରିପାରିବେ।

ହ୍ଵାଟସଆପରେ ଅନଲାଇନ୍‌ ଦେଖାଯିବାର ଗୋଟେ ବଡ଼ ସମସ୍ୟା ହେଉଛି ବାକିମାନଙ୍କୁ ଜଣାପଡିଯାଏ ଯେ ଆପଣ ବର୍ତ୍ତମାନ କାହା ସହିତ ଚାଟିଙ୍ଗ୍‌ କରୁଛନ୍ତି। ଏହାଛଡା ଅନେକ ଥର ଏମିତି ବି ହୋଇଥାଏ ଯେ ଆପଣଙ୍କୁ ଅନଲାଇନ ଦେଖି ଅନ୍ୟ କଣ୍ଟାକ୍ଟସ ମଧ୍ୟ ମେସେଜ୍‌ କରନ୍ତି। ଏମିତିରେ ଆପଣ ଏହି ଟ୍ରିକକୁ ଫଲୋ କରି ଲୋକଙ୍କ ନଜରରୁ ରକ୍ଷା ପାଇପାରିବେ। ଯଦି ଆପଣ ହ୍ଵାଟସଆପରେ ବିନା ଅନଲାଇନ ଦେଖାଇ ଚାଟ କରିବାକୁ ଚାହୁଁଛନ୍ତି, କିନ୍ତୁ ଆପଣଙ୍କ ପାଖରେ କୌଣସି ସେଟିଙ୍ଗ୍‌ କିମ୍ବା ଟ୍ରିକ ନାହିଁ ତାହେଲେ ଫଲୋ କରନ୍ତୁ ଏହି ସହଜ ଟିପ୍ସ।

  • ସର୍ବପ୍ରଥମେ ଗୁଗଲ ପ୍ଲେ ଷ୍ଟୋରକୁ ଯାଇ ଆପଣଙ୍କୁ  WA bubble for chat ଆପ୍‌ ଡାଉନଲୋଡ୍‌ କରିବାକୁ ହେବ।
  • ଏହାପରେ ଏହି ଆପ୍‌ ଅନେକ ଆକ୍ସିବିଲିଟୀ ପରମିସନ୍‌ ମାଗିବ ଏବଂ allow ଆପଣଙ୍କୁ କରିବାକୁ ହେବ।
  • ଏବେ ହ୍ଵାଟସଅପକୁ ଆସୁଥିବା ମେସେଜ ଆପଣଙ୍କୁ ବବଲ୍ସରେ ଆସିବ।
  • ଏଠାରେ ଚାଟିଙ୍ଗ୍‌ କରିବା ଦ୍ୱାରା ଆପଣ କାହାକୁ ବି online ଦେଖାଯିବେ ନାହିଁ। ଅଫଲାଇନ୍‌ ରହି ବି ଆରାମରେ ଚାଟିଙ୍ଗ୍‌ କରିପାରିବେ।
  • ଏହାସହିତ ଆପଣଙ୍କୁ ଲାଷ୍ଟ ସିନ୍‌ ମଧ୍ୟ କାହାକୁ ଦେଖାଇବନାହିଁ।
Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

5 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

8 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

8 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

8 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

9 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

11 hours ago